
ନମ୍ବର ନଥିବା ସ୍କୁଲବସରେ ଶିଶୁକଂ ଜୀବନ ସହ ଖେଳ!ଧନ୍ୟ ପରିବହନ ଧନ୍ୟ ପୁଲିସ,ଧନ୍ୟ ଶିଶୁ ସୁରକ୍ଷା ସମିତି
ଶିଶୁକଂ ଜୀବନସହ ଖେଳ!ଯେତେ ଠିକିଲେ ବି ଶିଖିବେନି,ସବୁଥିରେ କେବଳ ବ୍ୟବସାୟୀକ ମନୋବ୍ରୁତ୍ତି,ଯଦିକେହି କହିଲା ତା ହେଲେ ଗୁଣ୍ଡାଗର୍ଦ୍ଦିର ଧମକ କୁଆଡେ ମିଳୁଛି ବୋଲି ସାଧାରଣରୁ ଅଭିଯୋଗ। ପରିବହନ ବିଭାଗ ଓ ପୁଲିସ ପୁରା ନିଦାବିଷ୍ଣୁ। ଶକ୍ତିସାମର୍ଥ୍ୟ ବାହାରେ ବେପାରରେ ଲାଭ ଓ ଲୋଭ ଅଧିକରୁ ପିଲାକଂ ଜୀବନ ବିପନ୍ନ ନଡା ବିଡାପରି ଲଦାହୋଇ ଯାଉଚନ୍ତି। ଜଣକଂ କୋଳରେ ଦୁଇରୁ ତିନିଜଣ ଲେଖାଁ କହିବାକୁ ଯୁ ନାହିଁ କାହାର।ରାଜ୍ୟସାରା ଶିଶୁ ସୁରକ୍ଷା ସ୍ୱେଛାସେବୀ ସଂଗଠନ ଛତୁ ଫୁଟିଲା ପରି ,ହେଲେ ବହୁତ କୁମ୍ଭୀର କାନ୍ଦଣା ଲୋକେ କହିଲେଣି ଓୌଦ୍ଧତ୍ୟର ସୀମା ଡେଇଁଲାଣି ଏଥର ଯାହାହେବାକଥା ହେବ।ସରକାରକଂ ସର୍ତ୍ତାବଳୀର ଗୁରୁତର ଖିଲାପ।ଏନ.ଓ. ସି ନାହିଁ ,ମୋଟା ଅଂକର ପାଉଣା । ସବୁଠୁ ବଡକଥା ଯେ ଶିକ୍ଷାଧିକାର ଆଇନକୁ ମୋଡିମକଚି ଏପରି ବେସରକାରୀ ପ୍ରାଥମିକ ଶିକ୍ଷାନୁଷ୍ଠାନ ଗୁଡିକୁ ଚଳାଯାଉଛି ଜିଲ୍ଲା ଶିଶୁସୁରକ୍ଷା ସମିତି ଗୁଡିକ ଥାଇ ନ ଥିବାପରି, ଦେଖି ନ ଦେଖିବାପରି।ପିଲା ଦିନେ ହେଲେ ପ୍ରାର୍ଥନା କଣ ଜାଣୁନି,କାରଣ ଅଧିକ ସଂଖ୍ୟକ ଗାଡି ଦେଲେ କାଳେ ଲାଭ କମିଯିବ ସେଥିପାଇଁ ଗୋଟିଏ ଗାଡି ୨୦/୩୦ ଗାଁ ବାଟ ଦେଇ ବୁଲିବୁଲି ବିଦ୍ୟାଳୟରେ ପହଂଚିବ । ସେଥିପାଇଁ ମାନେ ସ୍କୁଲ ମାଲିକକଂ କେବଳ ଲାଭପାଇଁ ଅଧା ନିଦରୁ ରାତି ୨ଟା/୩ଟାରୁ ଇଛା ନ ଥିଲେ ବି ବିଦ୍ୟାଳୟ ମାଡଭୟରେ ଉଠିବାକୁ ବାଧ୍ୟ।୪.୦୦ ରୁ ୪.୪୦ ଭିତରେ ନିତ୍ୟକର୍ମ ସାରି ସ୍କୁଲ ବସ୍ କୁ ଅପେକ୍ଷା କରିବ ୫ଟାବେଳେ ସ୍କୁଲ ବସ ଧରିବ କିନ୍ତୁ ନିଦୁଆ ଆଖିରେ ବସ ସହିତ ଗାଁ ବୁଲିବୁଲି ବିଦ୍ୟାଳୟ ପହଂଚିବ ଦିନ ୮ଟାରେ। ସେତେବେଳକୁ ଏତେ ଶ୍ରମ ବେକାର କାରଣ ବିଦ୍ୟାଳୟର ପ୍ରାର୍ଥନା ବହୁ ଆଗରୁ ସରିଥିବ।ଏତେ ସତ୍ତ୍ୱେ ବି ନା ସିନା ସ୍କୁଲବସ ହେଲେ ଧରପଗଡ ନାହିଁ ବୋଲି ଗାଡିର ନମ୍ବର ଲେଖା ନାହିଁ ଭଲମନ୍ଦହେଲେ କ୍ଷତିପୂରଣ ମିଳିବା କଷ୍ଟ।ଆଗରୁ ୨/୩ ଥର ଏପରି ବି ଘଟିଛି।ଥାନାରୁ ମୁକୁଳିବା ରହସ୍ୟ କିନ୍ତୁ କମ ଜଣକୁଂ ଜଣା।ସେମିତି ଗତ ପ୍ରାୟ ଦୁଇବର୍ଷ ତଳେ ଦଧୀଚିରେ ନାବାଳିକା ଶିଶୁକୁ ବସ କର୍ମଚାରୀ ଅସଦାଚରଣ କରିଥିବା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ଆଜି ଗଣମାଧ୍ୟମ ହାତରେ ନମ୍ବର ନ ଥିବା ସ୍କୁଲବସଟି ଧରାପଡିଥିଲା।ଚାଳକ କହିଥିଲେ କି ତାଂକ ନାମ ପ୍ରମୋଦ କୁମାର ଦାସ,ଘର ବାରସାଇଲୋ ଯୋହଳ।ତେବେ ଦୁଇଟି ଗାଁ ର ନାମ କେମିତି ଜଣେ ବ୍ୟକ୍ତିକଂର ହୋଇପାରିବ?ଶିକ୍ଷାନୁଷ୍ଠାନଟିର ନାମ (ଉଡିଯୋହଳ ପାଖର)ସେଣ୍ଟ ଜାଭିୟର୍ସ ସ୍କୁଲ।ବେପାର ପାଇଁ ସର୍ବସାଧାରଣ ରାସ୍ତାକୁ ଅବରୋଧ କରି ପ୍ରତ୍ୟେହ ନାହିଁ ନ ଥିବା ସମସ୍ୟା ତିଆରି କରୁଥିବାର ଅନୁଷ୍ଠାନ।