ଦୁର୍ନିତି ରାଜ୍ୟଖବର

ନାରୀମାଂସ ବେପାରରୁ କେବୁଲ ଚୋରୀ ଯାଏ….ଲମ୍ବା ଇନିଙ୍ଗସ ର ଖଳନାୟକ!(ଭାଗ-୧)

Spread the love

(ବ୍ୟୁରୋ)ଇଏ ହେଉଛି ରାଜ୍ୟର ଜଣେ କୁଖ୍ୟାତ କେବୁଲ ଚୋରର ଜୀବନ କାହାଣୀ….କଥାରେ ଅଛି ଚୋର ମନ ଚୋର ଗଣ୍ଠିଲି ଉପରେ ଥାଏ।ସେମିତି ଓଡ଼ିଆରେ ଏକ କଥା ଅଛି ‘ସତକଥା କହିଲେ ସଡୁ ଗାଣ୍ଡୀ ଫାଟେ’ଏମିତି କଥାରେ ଆମେ ଅବା କଣ କରି ପାରିବୁ?ସତ ନଲେଖିଲେ ତ ଆମର ଭାତହଜ ମ ହୁଏନି,ମା ପେଟରୁ (ଓଳିଆରୁ ପଡ଼ିଲା ଦିନୁ ଗ ଜା ପରି)ଆମର ଏ କୁ-ଅଭ୍ୟାସ ଟିକକ ଯାଉନି,ତେ ଣିକି ବେଠି ଖଟୁ କି ଲାଠି ପଡୁ!ଅବଶ୍ୟ ଆମର କିଛି ନିନ୍ଦୁ କ ଓ ପ୍ରଶଂସକ ପାଠକ ଅଛନ୍ତି ଯେଉଁମାନେ ଏଥିରୁ ଖୁବ୍ ମଜ୍ଜାସାଉଣ୍ଟନ୍ତି।ତେଣୁ ଆମହାତ ବି ଗଲୁ ଉଠେ ,ଯାହା ଲାଗି ଲେଖାଟି ଉଦ୍ଦିଷ୍ଟ ତାର ବି ପିଚା ଗଲୁ ଦୋଷ ଜନ୍ମରୁ ଅଛି,ତେଣୁ ମିଆଁ-ବିବି ରାଜି ତୋ କ୍ୟା କରେଗା ପାଜି!!!ଆଉ ଏଥର ବେଶି ବିଳମ୍ବ ନକରି ଅସଲ ବିଷୟ ଉପରକୁ ଯିବା…କଥା ହେଲା ଗତ ୩/୪ ଦିନ ତଳେ ମୋବାଇଲ ଫୋନ୍ ଟାୱାର ଗୁଡିକ ରୁ ମୂଲ୍ୟବାନ କେବୁଲ ଚୋରୀ ଲଗାତର ଭାବେ ଚାଲିଥିବାର,ଚୋରମାନେ କେବୁଲ କାଟି ସ୍ଥାନୀୟ ଗୋବିନ୍ଦପୁର ଥାନା,ଚଉପଡା ଗ୍ରାମ ସୀମାରେ ବହି ଯାଉଥିବା ତେଲିଯୋଡ଼ି ଦଳ ଓ ପାଣି ଭିତରେ ରାତି ରେ ଲୁଚାଇ ରଖି,ପରେ ଏକ ୪୦୭ ଟ୍ରକରେ ଲୋଡ କରି ନେଇ ଯାଇଥିଲେ ଓ ସେଗୁଡିକୁ କବାଡିଆ ଦୋକାନୀଙ୍କୁ ବିକ୍ରି କରୁଥିବା ପ୍ରସଙ୍ଗରେ ସତ୍ୟାନୁ ସଂଧାନରେ ଏକ ଖବର ପ୍ରସାରଣ କରା ଯାଇଥିଲା।ଅନୁସନ୍ଧାନରୁ ଜଣାପଡିଲା କି ଏହି କାର୍ଯ୍ୟର ମୁଖ୍ୟ ନାୟକ ଏହି ଗ୍ରାମର ଜଣେ ନାରୀମାଂସ ଦଲାଲ ଯେ କି ବି ଏସ ଏନ୍ ଏଲର ପୂର୍ବତନ କର୍ମଚାରୀ।ଲକ୍ଷ ଲକ୍ଷ ଟଙ୍କାରକେବୁଲ,ବିଭାଗୀୟ ଷ୍ଟୋରରୁ ବହୁ ଲୁହା ,ପିତ୍ତଳ,ତମ୍ବା ଟେଲିଫୋନ ଯନ୍ତ୍ରାଂଶକୁ ବାଳକାଟି ଅଞ୍ଚଳର ଜଣେ ‘ଚୟା’ ନାମଧାରୀ ବ୍ୟକ୍ତିଙ୍କ ସହାୟ ତାରେ ବିକି ତରଳେଇ ବର୍ଷବର୍ଷ ଧରି ଚଳୁକରି ଆସି ଥିଲା।କରଦାତା ମାନଙ୍କ କଷ୍ଟୋପାର୍ଜିତ ଧନର ରାଷ୍ଟ୍ରା ୟତ ସଂସ୍ଥା ରାଜକୋଷକୁ ଲୁଟି,ବିକି,ଭାଙ୍ଗି ଏମାନେ ଖୁବ୍ ମଜଲିସ୍ କରୁଥିଲେ।ଏକଦା ଯନ୍ତ୍ରାଂଶ ତରଳା ଯାଉଥିବା ସମୟରେ କୌଣସି କାରଣରୁ ତରଳ ସାମଗ୍ରୀରେ ଚୟା ପୋଡ଼ି ହୋଇଗଲେ।ଚୋରର ମା କାନ୍ଦେନାହିଁ,ଯଦି କାନ୍ଦେ ଲୁଚେଇ ଲୁଚେଇ।ପିଡିତଙ୍କୁ ସରକାରୀ ଚିକିତ୍ସାଳୟ ନେଲେ କାଳେ ଘଟଣା ଜଣା ପଡ଼ିଯିବ,ମୁଖ୍ୟ-ଆସାମୀ ଭାରତସଂଚାରନିଗମ କ ର୍ମ ଚାରୀ ଜଣଙ୍କର କାରନାମା ପୁଲିସରେ ଧରାପଡ଼ି ବ ତେଣୁ ଚଉପଡ଼ା ଗ୍ରାମରେ ନିଜ ଘରେ ଲୁଚାଇ ରଖି ଚୋରାରେ ମାସାଧିକ କାଳ ଚିକିତ୍ସା କରାଗଲା, ଏଯାଏ ଚିକିତ୍ସକଙ୍କ ବାକିପଇସା ବି ମିଳିନାହିଁ।ଭାର ତ ସଂଚାରନିଗମ ଡୁବି ଯିବା ପରେ ଏବେ ବାବୁଙ୍କ ଆଖି ମୋବାଇଲ ଟାୱାର ଗୁଡ଼ିକ ଉପରେ।ପାଖା ପାଖି କଟକ,ଖୋର୍ଦ୍ଧା,ପୁରୀ ଜଗତସିଂପୁର ଅଞ୍ଚଳର ମୋବାଇଲ ଟାୱାର ଗୁଡିକରୁ ସେମାନଙ୍କ କର୍ମଚାରୀ ଙ୍କ ସହାୟତାରେ ଏହି ସବୁ କେବୁଲ ଓ ଯନ୍ତ୍ରାଂଶ ଲୁ ଟିବା କାର୍ଯ୍ୟରେ ବାବୁ ଏକ ପାଞ୍ଚଜଣିଆ ଯୁବଟିମକୁ ନିୟୋଜିତ ଓ ଗାଇଡ କରୁଛନ୍ତି।ଚୋରୀ ମାଲରୁ ବା ବୁଙ୍କୁ ପ୍ରତି ରାତିରେ ମୋଟାଅଙ୍କର ଭାଗମିଳୁଛି।ଏହି ଟିମକୁ ସୁରକ୍ଷାଦେବାକୁ ଏକ ଦୈନିକ ଖବରକାଗଜ ର ହକର୍ କମ ସାମ୍ବାଦିକ ସାଜିଛନ୍ତି ବାବୁ!ଟିମର ଜ ଣେ ଚୋର କେବୁଲ କାଟିବା ବେଳେ କରେଣ୍ଟ ଚାର୍ଜ କରାଯାଇଥିବାରୁ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇ,ଅଳ୍ପକେ କେବଳ ବଞ୍ଚି ଯାଇଛନ୍ତି।ତେଣୁ ନିୟୋଜିତ ଚୋର ଧରାପଡ଼ିଲେ ବାବୁ କାଳେ ଧରା ପଡ଼ିବେ ସେଥିପାଇଁ ନିଜ ମୋବାଇଲ ଜରିଆରେ ସାମାଜିକ ଗଣମାଧ୍ୟମର ଦୁରୁପଯୋଗରେ ବିଳିବିଳି ହେଉଛନ୍ତି।ଏ କଥା ଓ ଘଟଣା ଗ୍ରାମ ଓ ପାଖାପାଖି ସବୁ ଲୋକେ ଜାଣିଛନ୍ତି ସବୁଠୁ ଦୁଃଖ ଓ ପରିତାପର ବିଷୟ ଯେ,ରାଜ୍ୟର ଜଣେ ନାମୀ,ଦକ୍ଷ,ସଚ୍ଚୋଟ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପାହ୍ୟାର ଆଇପି ଏସ ଅଧିକାରୀ,ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଘନିଷ୍ଟ, ଅନ୍ତରଙ୍ଗ ବୋଲି ପରିଚୟଦେଇ ପୁଲିସ,ସ୍ଥାନୀୟ ଜନସାଧାରଣ,ସରକାରୀ ବାବୁମାନଙ୍କୁ ବେଶ୍ ଭୟ ଭୀତ ଓ ବହୁଫାଇଦା ହାସଲକରିଛନ୍ତି,ଯଥା ଚାକି ରି,ପୁଲିସବାବୁଙ୍କୁ ମନମୁତାବକ ସ୍ଥାନକୁ ବଦଳି,ଥା ନା ରେ ଦଲାଲିକାମ,ହୋମଗାର୍ଡ ନିଯୁକ୍ତି/ଛଟେଇ, ଦଣ୍ଡବିଧାନ ଆଦି ଏଥିରେ ଅନ୍ତର୍ଭୁକ୍ତ।ତେଣୁ ବାବୁ କାଳେ ପୁଲିସ ସ୍କାନରରେ ଆସିଯିବେ ତେଣୁ ଆମ ଖବର ପ୍ରସାରଣ ପରେ ବାବୁଙ୍କପିଚା ଏବେ ଜୋର୍ ପୋଡ଼ୁଛି!!ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି, ବିନା ସାମ୍ବାଦିକ ପାଠ୍ୟକ୍ରମ ଆୟତରେ ବାବୁ ବଡ଼ ରୁଢିଆ ସାମ୍ବାଦିକ!!ପୁଲିସଙ୍କ ନାଁ ରେ ବି ବେଶ୍ ରୁଢ଼ି ଆ ଆଦାୟହେଉଛି।ଯୁବକ ମାନଙ୍କୁ ଏପରି ଧନ୍ଦା ରେ ଲଗେଇ ମାସିକିଆ ବଟି ଆଦାୟ କରୁଥିବା ଏହି ଖଳନାୟକ ଜଣକର ଡ୍ୟାସ୍ ଫାଟି ଛତ୍ରଛାଳ,ଖବ ରରେ ପିଚା ଏବେ ଜୋର୍ ପୋଡ଼ୁଛି,କାଳେ ପୁଲିସ ଧରିନେବ!!କେବୁଲ ଚୋରୀ ବ୍ୟାପାରରେ ନିୟୋଜି ତ ଚୋରମାନେ ଧରାପଡ଼ିଲେ ବିଶ୍ଵାଳ ବାବୁଙ୍କ ଅସ ଲ ଗୁମର ଖୋଲି ଯିବ!ପୁଲିସ କାଳେ ବାନ୍ଧିବ !!ଆ ରେ ଆଜିକାର ଯୋଉ ଥାନା ପୁଲିସ୍ ନା ଆମ ନିଆ ଳି ବିଧାୟକ ପ୍ରମୋଦମଲ୍ଲିକ ସାରଙ୍କ କହିଲା ପରି ‘ଯାତ୍ରାପାର୍ଟି ପୁଲିସ୍’ ଏମାନେ,ଯାତ୍ରାପାର୍ଟି ଭଡ଼ାରେ ପୁଲିସପୋଷାକ ଆଣି ପିନ୍ଧିବା ପରି।ବିଧାୟକଙ୍କ ସେ ସିଧାକଥା ଭାରି ଉପଭୋଗ୍ୟ,ଯାହା ଆମେ ଆଗରୁ ବହୁଥର ଭିଡିଓଟି ପ୍ରସାରଣ କରିଛୁ।ଏବେ ନୂଆ ତ ଥ୍ୟ ଅନୁଯାୟୀ ବାଲିପାଟଣା ଥାନାରେ ଗତ ପ୍ରାୟ ସପ୍ତାହକ ତଳେ ମୋବାଇଲ ଟାୱାରରୁ ଚୋରମାନେ ଏପରି ଚୋରୀ କରିଥିବା କେଶ୍ ରୁଜୁହୋଇଛି ଆଉ କେତେକ ଟାୱାରରୁ ଚୋରୀ ହୋଇଥିଲେ ହେଁ ଅଭି ଯୋଗ ହୋଇ ନଥିବା ଜାଣିବାକୁ ମିଳିଛି।ତେଣୁ ବାଲି ପାଟଣା ପୁଲିସ ଯଦି ତଦନ୍ତର କାୟାକଳ୍ପ ଟିକେ ବି ସ୍ତାର କରନ୍ତା ଏହି ଚୋରମାନଙ୍କ ପିଚାରୁ ଦୋରୁଅ-ଯାଉ ବାହାରିଯାଆନ୍ତା!!!ହେଲେ ସେହି ଥାନାବାବୁ ମାନଙ୍କ ଦମ୍ ଏ ଆଡକୁ ପାଇଲେ ତ????ଏହି ମୁ ଖ୍ୟ ଖଳନାୟକଙ୍କ ନାରୀମାଂସ ବେପାର ସମ୍ପର୍କରେ ଆଗକୁ….. ଆସନ୍ତା ଅଧ୍ୟାୟରେ……..

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]