ନା ବାଳିକା ଛାତ୍ରୀକୁଂ ଯୌନନିର୍ଯ୍ୟାତନା ଅଭିଯୋଗ!ଅଡଶପୁର କଲେଜଅଧ୍ୟାପକ ଜେଲ୍ ଗଲେ
ଅଡଶପୁର:କଟକ ଜିଲ୍ଲା ଅଡଶପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତ ବିଜ୍ଞାନ ଓ ବୈଷୟୀକ ମହାବିଦ୍ୟାଳୟର ବାଣିଜ୍ୟବିଭାଗ ମୁଖ୍ୟ,ଅଧ୍ୟାପକ ଅରୁଣ କୁମାର ସ୍ୱାଇଁ ଜଣେ ନା ବାଳିକା ଛାତ୍ରୀକୁଂ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ଓଲଟପୁର ଥାନା ପୁଲିସ ଦ୍ୱାରା ଗିରଫ ହୋଇ ଆଜି ଚୌଦ୍ୱାର ଜେଲ ଯାଇଛନ୍ତି।ଛାତ୍ରୀ ଜଣକଂର ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇବାପରେ।ଗତକାଲି ପୁଲିସ କଲେଜର ଅଧ୍ୟକ୍ଷକଂ ଜରିଆରେ ଅଭିଯୁକ୍ତ ଅଧ୍ୟାପକକୁଂ ପ୍ରାଥମିକ ତଦନ୍ତ ନିମନ୍ତେ ଥାନାକୁ ଡକାଇଥିଲା ମାତ୍ର ସେ ପୁଲିସକୁ ଧରା ନ ଦେଇ ଘଟଣା ଏଡାଇବାକୁ ଲୁଚି ବୁଲିଥିଲେ। ସମ୍ବେଦନଶୀଳ ପ୍ରସଂଗ ହୋଇଥିବାରୁ,ପୁଲିସ କୌଶଳକ୍ରମେ ତାଂକୁ ଧରିବାବେଳେ ପୁଲିସ ପ୍ରତି ସେ ଆକ୍ରମଣାତ୍ମକ ଭୂମିକା ନେଇଥିଲେ। ଫଳରେ ଓଲଟପୁର ଥାନା କେଶ ନମ୍ବର ୯/୨୦୨୦ ରେ ନାବାଳିକା ଯୌନ ନିର୍ଯ୍ୟାତନା, ଆଦିବାସୀ ଦଳିତ ନିର୍ଯ୍ୟାତନା ଆଇନ ଧାରା ୩,ପୁଲିସକୁ ଆକ୍ରମଣ ଆଦି ଭଳି ସଂଗୀନ ଦଫାରେ ମାମଲା ରୁଜୁକରିବା ସହିତ ଗତକାଲି ଅପରାହ୍ନରୁ ଏକ ଅଜ୍ଞାତ ସ୍ଥାନରେ ପଚରା ଉଚରା ଚଳାଇଥିଲା।ଆଜି ତାଂକୁ ଗିରଫ କରାଯାଇ କଟକ ଗ୍ରାମାଂଚଳ ବିଚାର ବିଭାଗୀୟ ମାଜିଷ୍ଟ୍ରେଟକଂ ନିକଟରେ ହାଜର କରାଯାଇଥିଲା ମାତ୍ର ଜାମିନ ନାମଂଜୁର ହେବାରୁ ତାଂକୁ ଚୌଦ୍ୱାର ସର୍କଲ ଜେଲକୁ ପଠାଇଦିଆଯାଇଛି।ସୂଚନା ଯୋଗ୍ୟ କି ପୂର୍ବରୁ ତାଂକ ନାମରେ ନିମାପଡା-କୋଣାର୍କ ଅଂଚଳର ଅନ୍ୟଜଣେ ଛାତ୍ରୀ ଟିଉସନ ପରୀକ୍ଷାବେଳେ ଅନୁରୂପ ଅସଦାଚରଣର ଅଭିଯୋଗ ଓଲଟପୁର ଥାନାରେ ଆଣିଥିଲେ ,ଯାହାଏବେ ଅଦାଲତରେ ବିଚାରାଧୀନ ରହିଛି।ତେବେ ନିୟମାନୁଯାୟୀ ସଂପ୍ରୁକ୍ତ ମହାବିଦ୍ୟାଳୟର ମହିଳା ନିର୍ଯ୍ୟାତନା ପ୍ରକୋଷ୍ଠରେ ପ୍ରଥମେ ଅଭିଯୋଗ ହୋଇ ନଥିବା ଅଧ୍ୟକ୍ଷ ଦଇତାରୀ ସିଂହ ପ୍ରକାଶ କରିଛନ୍ତି।ସଂପ୍ରୁକ୍ତ ଅଭିଯୁକ୍ତ ଅଧ୍ୟାପକକଂ ନାମରେ ବାରମ୍ବାର ଭିନ୍ନ ଭିନ୍ନ ଘଟଣାରେ ସମାନ ଅଭିଯୋଗ ମାନ ଆସୁଥିବାରୁ ତାଂକୁ ଏହି କଲେଜରୁ ଅନୁଷ୍ଠାନ,ଛାତ୍ରୀ ତଥା ଅଭିବାବକକଂ ମଂଗଳଦ୍ରୁଷ୍ଟେ ବାଦ ଦେବାକୁ ଦାବୀ ହେଉଛି। ପୁଲିସ ତଦନ୍ତ ପରେ ସତ୍ୟ ସ୍ପଷ୍ଟହେବା ଆଶା କରାଯାଉଛି ।