breaking News ଅଂଚଳ ଖବର ଦୁର୍ଘଟଣା

ନିଆଳି:ବଗଲୋଗଡରେ ଅଗ୍ନିକାଣ୍ଡ,ଦୁଇଦଳିତ ପରିବାର ବାସହରା

Spread the love

ନିଆଳି ୧୩।୧୧(ନି.ପ୍ର) ନିଆଳି ଥାନା ବଗଲୋଗଡ ଦଳିତ ସାହିରେ ଆଜି ସଂଧ୍ୟାରେଏକ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇଟି ଦଳିତ ପରିବାର ବାସହରା ହୋଇଛନ୍ତି ପ୍ରାପ୍ତ ସୂଚନାନୁଯାୟୀ,ବଗଲୋଗଡ ଭୋଇ ସାହିର ଜୟନ୍ତ ଭୋଇକଂ ଘରେ ସଂଧ୍ୟା ପ୍ରାୟ ୬ଟାବେଳେ ପ୍ରଥମେ ଆଜି ନିଆଁ ଲାଗିଯାଇଥିଲା,ପାଖକୁ ଲାଗି ରହିଥିବା ଧୋବେଇ ଭୋଇକଂ ଘରକୁ ତାହା ସଂକ୍ରମିତ ହୋଇଥିଲା।ଅନ୍ୟଘର ଗୁଡିକୁ ଅଗ୍ନି ଗ୍ରାସ କରିବା ପୂର୍ବରୁ ସାହିର ଗୋବିନ୍ଦ କାଣ୍ଡି ,ତୁଷାର କାଣ୍ଡି ,ବାପିଭୋଇ,ଅକ୍ଷୟ ଭୋଇ ,ବିଷ୍ଣୁ ଭୋଇ,ପାଣୁଆ ଭୋଇ,ପପୁ ଭୋଇ ପ୍ରମୁଖ କେତେକ ସାହସୀ ଯୁବକ ନିଜ ଜୀବନକୁ ବିପଦାପନ୍ନ କରି ନିଅ‍ାଁ ଲିଭାଇବାକୁ ଉଦ୍ୟମ କରିଥିଲେ।ଫୋନ ଯୋଗେ ଖବରପାଇ ନିଆଳି ଅଗ୍ନିଶ୍ରମ ସେବାକେନ୍ଦ୍ର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚିଥିଲେଓ ଅଗ୍ନି ନିର୍ବାପନ କାର୍ଯ୍ୟରେ ଲାଗିଥିଲେ ଫଳରେ ସମ୍ମିଳିତଉଦ୍ୟମ କ୍ରମେ ନିଆଁକୁ ସଂପୂର୍ଣ ଆୟତ କରାଯାଇଥିଲା । କ୍ଷୟ କ୍ଷତିର ପରିମାଣ ଅଥବା ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ କିଛି ଜଣା ପଡିନାହିଁ। ରାଜସ୍ୱବିଭାଗ କ୍ଷତିଗ୍ରସ୍ତ ବିପନ୍ନ ପରିବାର ଗୁଡିକୁ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]