ଦୁର୍ନିତି ରାଜ୍ୟଖବର

ନିଆଳିମହୋତ୍ସବ:କୋଟି ଟଂକାରଖେଳ,ସାମ୍ବାଦିକକୁଂ ମାତ୍ର ୨୫୦ ଟଂକା ଦିନମଜୁରି!

Spread the love

ସାମ୍ବାଦିକକଂ ଦିନକ ମଜୁରୀ ୨୫୦ ଟଂକା ! ସାମ୍ବାଦିକତା ବ୍ରୁତ୍ତିପ୍ରତି ଏକ ଉପହାସ ତଥା କଳଂକିତ ଅଧ୍ୟାୟ ସ୍ରୁଷ୍ଟି କରିଛି ନିଆଳିରେ, ତାହାପୁଣି ବିଜେଡି ନେତାକଂ ଦ୍ୱାରା ନିଆଳି ମହୋତ୍ସବ-୨୦୨୦ ରେ ଦେଖିବାକୁ ମିଳିଛି।

ଘଟଣାକୁ ତୀବ୍ର ଭର୍ତ୍ସନା କରିଛନ୍ତି ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଯୁବକଂଗ୍ରେସ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟୀ ସଦସ୍ୟ ଶ୍ରୀମାନ ଶଶିକାନ୍ତ ଓରଫ ଆଲୋକ ଲେଂକା।ଶଶିକାନ୍ତକଂ ରାଜନୈତିକ କ୍ୟାରିଅର ଆରମ୍ଭ ହୁଏ ୧୯୯୮ମସିହାରେ ନିଆଳି ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ସାଂସ୍କ୍ରୁତିକ ପରିଷଦ ସଭାପତିରୁ।ଓବିସି ସଭାପତି ଭାବେ କଂଗ୍ରେସ ଦଳରେ କାର୍ଯ୍ୟ କରିଛନ୍ତି,ଗତ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନରେ ସମିତି ଆସନ ପହଂଗା ପଂଚାୟତରେ ମହିଳା ସଂରକ୍ଷଣ ହେବାରୁ ପତ୍ନୀକୁଂ ଏଥି ନିମନ୍ତେ ପ୍ରାର୍ଥୀ କରାଇବା ସହିତ ଜିତାଇ ଆଣିବାରେ ବି କେବଳ ସକ୍ଷମ ହୁଅନ୍ତି ନାହିଁ ବରଂ ତାଂକ ନେତ୍ରୁତ୍ୱରେ ନିଆଳି ବ୍ଲକ ୨୩ ପଂଚାୟତରୁ ୧୧ ପଂଚାୟତ କଂଗ୍ରେସ ସମର୍ଥିତ ସରପଂଚ ଓ ୭ ପଂଚାୟତରେ ସମିତି ସଭ୍ୟ/ସଭ୍ୟା ଜିତିଥିବା,ଅନ୍ୟ ଯେଉଁମାନେ ହାରିଛନ୍ତି,ତାହା ବି ସ୍ୱଳ୍ପ ଭୋଟ ବ୍ୟବଧାନରେ ବୋଲି ଦାବି କରନ୍ତି। ସେଥିସହିତ ୨୦ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଲଢି ମାତ୍ର ୮୦୦ ଭୋଟ ବ୍ୟବଧାନରେ ହାରିଛନ୍ତି।ଏଭଳି ଜଣେ ଦ୍ରୁଢ ସଂଗଠକ,ନିଆଳି ବିଧାୟକକଂ ନିଆଳି ମହୋତ୍ସବ ନାଁ ରେ ଦଳୀୟ କ୍ଷମତାର ପ୍ରଭାବ ପକାଇ ଯୋର ଜବରଦସ୍ତ କୋଟି ଟଂକାର ଚାନ୍ଦା ଆଦାୟ,ଆୟ ବ୍ୟୟର ହିସାବ ୩ବର୍ଷ ହେଲା ନ ଦେବା,ନିଆଳି ମାଟିର ସ୍ୱାଭିମାନ,ସଂସ୍କ୍ରୁତି ଓ ପରମ୍ପରା ନଷ୍ଟ କରି ଦଳୀୟ ଭିତିରେ କାର୍ଯ୍ୟକଳାପ,ସାମ୍ବାଦିକ ମାନକୁଂ ଦିନମଜୁରିରେ ୨୫୦ ଟଂକାଦେବାକୁ କେନ୍ଦ୍ରକରି ଅତି କଠୋର ଭାଷାରେ ଭର୍ତ୍ସନା କରିଛନ୍ତି।ତାଂକ ମତ ଓ ମନ୍ତବ୍ୟର ରେକର୍ଡ ସର୍ବସାଧାରଣକଂ ଅବଗତି ନିମନ୍ତେ ପେଶ୍ କରୁଛୁ

ପ୍ରଶ୍ନ:-ଆଲୋକ ବାବୁ!ଆପଣ ନିଆଳି ମହୋତ୍ସବ ଦିନ ବିଧାୟକ ଡାକ୍ତର ଶ୍ରୀ ମଲ୍ଲିକକଂ ବିରୁଦ୍ଧରେ ଯେଉଁ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ତାହାର ପ୍ରତିକ୍ରିୟା ରେ ବିଧାୟକକହିଛନ୍ତି କି ରାଜନୈତିକ ଉଦ୍ଦେଶ୍ୟରଖି ରଂଗଦେବାକୁ ବିଦ୍ରୁପ କରୁଛନ୍ତି ବୋଲି ନିଜର ପ୍ରତିକ୍ରିୟା ମଂଚରେ ରଖିଛନ୍ତି, କଣ କହିବେ ? ଉତ୍ତର:- ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଡାକୁଛନ୍ତି,ଅନ୍ୟ କୌଣସି ବିରୋଧୀ ଦଳକୁ ଡାକି ନାହାନ୍ତି କାହିଁକି ? ସବୁଦଳକୁ ଡାକିବାର ଥିଲା , ତେଣୁ ନିଆଳି ମହୋତ୍ସବ ନୁହେ ଏହା ବିଜେଡି ମହୋତ୍ସବ । ପ୍ରଶ୍ନ:-ଉତ୍ସବ ପରିଚାଳନାରେ ଅନିୟମିତ ତା ପାଇଁ କାହାକୁ ଦାୟୀ କରିବେ? କମିଟୀର ସଭାପତି ନିଜେ ବିଧାୟକ ତାଂକ ସମୟକାଳରେ ଅଲଣା ପଂଚାୟତରେ ୬୫ଲକ୍ଷ,କପାସି ପଂଚାୟତରେ ୪୨ଲକ୍ଷ,ଅଁଳୋ ପଂଚାୟତରେ୨୮ଲକ୍ଷ ଟଂକାର ଆର୍ଥିକ ଅନିୟମିତତା ୩ଜଣ ସରପଂଚ ପଦବୀରୁ ଗଲେ କାରଣ ପ୍ରତି ପଂଚାୟତ ଉପରେ ୫୦ ହଜାର ଟଂକା ଚାନ୍ଦା ଆଦାୟ ଧାର୍ଯ୍ୟ।ପଂଚାନନ,ତ୍ରିଲୋଚନ,ରବି ମଲ୍ଲୀକ ବିଧାୟକ ଥିଲେ,ସେମାନକଂର ଏ ଅଂଚଳ ପାଇଁ ଅବଦାନ ଥିଲା ସେମାନକୁଂ ଉତ୍ସବକୁ ନିମନ୍ତ୍ରଣ କରା ନ ଯିବାର କାରଣ କଣ?ନିଆଳି ଏୈତିହାସିକ ମାଟି,ପ୍ରଭୁ ଶୋଭନେଶ୍ୱର ଓ ମାଧବକଂ ମାଟି।ମହୋତ୍ସବ ଦିନ ଏ ଦୁଇ ଠାକୁରକଂ ଫଟୋ ବି ମଂଚରେ ନ ଥିଲା କିମ୍ବା କୌଣସି ହୋର୍ଡିଂ କି ପ୍ରତିମୂର୍ତ୍ତି ବି ଲାଗିଲାନି।ବୁଲା ବେପାରୀକଂ ଠୁ ବି ଚାନ୍ଦା।ଦୋଳି ପଡିଛି ସେ ନେଇ ବିଶେଷ କିଛି ତଥ୍ୟ ମିଳୁନି,ବିଜୁଳି ଦୁର୍ଘଟଣା ହେଲେ କମିଟି କିମ୍ବା ବିଧାୟକ ଦାୟୀ ରହିବେ!ଦୋଳି ବାଲା ଠାରୁ ଏତେ ଚାନ୍ଦା ନିଆଯାଇଛି ଯେ ସମ୍ଭାବ୍ୟ ଆୟର ହାରାହାରି ୭୫%,ସେ ବିଚାରା କାନ୍ଦୁଣି ମାନ୍ଦୁଣି ହେଉଛି।ସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ମାଧବ ଓ ଶୋଭନେଶ୍ୱରକଂ ଉପରେ କିଛି କାର୍ଯ୍ୟକ୍ରମ କିଛି ନାହିଁ କିମ୍ବା ସେ କର୍ମଚାରୀକୁଂ ଏଠାରେ ଦେଖିବାକୁ ମିଳିଲାନି।ମାଟିର ବରପୁତ୍ର, ଗାଳ୍ପିକ,ସଚେତନ ନାଗରିକ,ଲେଖକକୁଂ ଉତ୍ସବକୁ ନିମନ୍ତ୍ରଣ କରାଗଲାନି।ତେଣୁ ଦର୍ଶକ କମ୍ ଚେୟାର ଖାଲିପଡୁଛି।୩ ବର୍ଷ ହେଲା ଆୟ ବ୍ୟୟର ହିସାବ ନାହିଁ।ଗତବର୍ଷ କମିଟିରେ ଡାକ୍ତର ଚିତ୍ତରଂଜନ ମିଶ୍ରକଂ ପୁଅ ସିମୁନମିଶ୍ର,ଆଇନଜୀବି ତଥା ସମାଜସେବୀ ଅବଦୁଲ ବାରି ,ବିଶିଷ୍ଟ ଗବେଷକ ଡଃ ତ୍ରିନାଥ ପଟନାୟକ,ଅଧିରାଜ ପରିଡା,ବାରଂଗ ବ୍ଲକ ଚେୟାରମ୍ୟାନ କମିଟିରେ ଥିଲେ ଆୟବ୍ୟ ୟ ଜାଣିଲେ ବୋଲି ତାଂକୁ ଏଥର ବଦଳାଗଲା ଏଥର ଯେ ଅଛନ୍ତି ସେ ବି ଆର ଥରକୁ ନ ଥିବେ,ଏପରି ହେଲେ ୨/୩ବର୍ଷ ଭିତରେ ହାତଗଣତି ୫୦/ ୧୦୦ ଜଣ ଆଉଥିବେ।ନିଆଳି ବଜାରରେ ହୋର୍ଡିଂ ଲାଗିଛି ଦଳୀୟ ରଂଗର ନିର୍ଦ୍ଦିଷ୍ଟ ଦଳୀୟ ଭାବନା ରଖି ଉତ୍ସବ ପାଳନ ହେଉଛି।ଯଦି ବିଜେପିର ଧର୍ମେନ୍ଦ୍ର ପ୍ରଧାନ କିମ୍ବା କଂଗ୍ରେସର ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀ ପତି,କିମ୍ବା ସୁର ରାଉତରାୟକୁଂ ଡକା ଯାଇଥାନ୍ତା,ତାହା ହେଲେଏମାନେ ଯେଉଁଠିକୁ ଯିବେ ପ୍ରବଳ ଜନଗହଳି ହୋଇଥାନ୍ତା।ଯୋଉମାନେ ଦୁର୍ନିତିରେ ଲିପ୍ତ ସେମାନକୁଂ ଡକାଯାଇଛି । ବିରୋଧୀ ଦଳ ଯାହା କରି ନପାରନ୍ତି ସାମ୍ବାଦିକ ତାହାକରନ୍ତି, ସେମାନକଂ ପରିଶ୍ରମ ଓ ମୂଲ୍ୟ କେହି ଦେଇପାରିବେନି କିନ୍ତୁ ସେମାନକୁଂ ଦିନକ ମଜୁରୀରୁ ବି କମ ମାତ୍ର ୨୫୦ଟଂକା ଦିଆଯାଇ ଅସମ୍ମାନିତ କରାଗଲା ।ଓଡିଶା ସରକାରକଂ ସର୍ବ ନିମ୍ନ ମଜୁରି ୩୦୦ ଟଂକାରୁ ବି କମ ପଡିଲା।୧୫୦/ ୨୦୦ ପୋଲିସ କର୍ମଚାରୀ ଦିନ ୩/୪ ଟାରୁ ଡ୍ୟୁଟି କରୁଛନ୍ତି ଚା ଜଳଖିଆ ତ ଦୂର ପାଣିପାଉଚ ଟେ ବି ଦେଲେନି।

ବାପାକୁ ମଉସା ଡାକି ହଟହଟା ହେଲେ ବିଧାୟକ ! ଜଣେ ନବ ନିର୍ବାଚିତ ବିଧାୟକ ନିଆଳି ବିଧାୟକକୁଂ ବଡବାପା ଡାକି ବହୁ ସାହାଯ୍ୟ କରିଥିବାର ପ୍ରଶଂସା କରିଥିବାରୁ ବିଧାୟକ ମଲ୍ଲିକ ବାପା ନୁହଁ ମଉସା ଡାକିବାକୁ ଦେଇଥିବା ପରାମର୍ଶ ସାଧାରଣରେ କୌତୁହଳ ସ୍ରୁଷ୍ଟି ହୋଇଥିଲା

ଉତ୍ସବର ଶେଷରାତ୍ରୀରେ ସାମ୍ବାଦିକଅସମ୍ମାନିତ ? ଆଜି ଥିଲା ୫ଦିନ ବ୍ୟାପୀ ତଥାକଥିତ ନିଆଳି ମହୋତ୍ସବର ଶେଷରାତ୍ରୀ ଯେଉଁମାନେ ଦଳର ଦୋଷ ତ୍ରୁଟୀ କିମ୍ବା ବିଭିନ୍ନ ଦୁର୍ନୀତି ସଂପର୍କରେ ବିଭିନ୍ନ ସମୟରେ ଖବର ଲେଖୁଥିଲେ ଓ ତଦ୍ଦ୍ୱାରା ସରକାରଓ ବିଧାୟକକୁଂ ସଚେତନ କରୁଥିଲେ ସେମାନକୁଂ ଅସମ୍ମାନିତ କରି ପାନେ ଚଖେଇବାକୁ ମାତ୍ର ଜଣକୁଂ ସମ୍ବର୍ଦ୍ଧିତ କରାଗଲା।ଏପରି ବାଛବିଚାର ନିତି ଯୋଗୁ ନିଆଳି ମହୋତ୍ସବରେ ଆଉଏକ କଳା ଅଧ୍ୟାୟ ଯୋଗହେଲା।ଯେଉଁଥି ପାଇଁ ତୀବ୍ର ପ୍ରତିକ୍ରିୟା ସ୍ରୁଷ୍ଟି ହୋଇଛି

ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର ର ଯୁବକଂଗ୍ରେସ ସଭାପତି ତ ଥା ପ୍ରଦେଶ କଂଗ୍ରେସ କମିଟୀ ସଦସ୍ୟ ଶଶୀକାନ୍ତ ଲେଂକାକଂ ବିବ୍ରୁତ୍ତି

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]