
ନିଆଳିମହୋତ୍ସବରେ କୋଟୀଟଂକା ଦୁର୍ନୀତିର ଗନ୍ଧ!
ନାଁ ନିଆଳି ମହୋତ୍ସବ,ହେଲେ ଉତ୍ସବ ଆଢୁଆଳରେ କୋଟୀ ଟଂକାର କଳାକାରବାର ଯାହାକି ଗତକାଲି ଅପରାହ୍ନରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଯୁବ କଂଗ୍ରେସ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଶଶିକାନ୍ତ ଲେଂକାକଂ ସାମ୍ବାଦିକ ସମ୍ମିଳନୀରେ ଲିଖିତ ବିବ୍ରୁତି ପରେ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି।କେତେକ କଂ ସୂଚନାନୁଯାୟୀ,ଶଶିକାନ୍ତ ଯେଉଁଅନୁପାତରେ ଅଭିଯୋଗ ବାଢିଛନ୍ତି ଘଟଣାର ବାସ୍ତବତା ତାହାଠାରୁ ବହୁପରିମାଣରେ ଅଧିକ।ଯାହାକି ନେବାଦେବା ଲୋକ ବ୍ୟତିତ ଅନ୍ୟ କେହି ଆକଳନ ବି କରିପାରିବ ନାହିଁ।ଉତ୍ସବ ହେବ ନିଆଳିରେ କିନ୍ତୁ ଚାନ୍ଦାଆଦାୟ ହେବ ସାରା ନିର୍ବାଚନ ମଣ୍ଡଳୀରୁ,ଅର୍ଥାତ ନିଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଆଳି ୨୩ ପଂଚାୟତ,କଣ୍ଟାପଡା ୧୪ ପଂଚାୟତ ଓ ବାରଂଗ ବ୍ଲକର ୮ ପଂଚାୟତକୁ ନେଇ ନିର୍ବାଚନ ମଣ୍ଡଳୀ ।ଉତ୍ସବ ଆରମ୍ଭର ପ୍ରାୟ ମାସେ ଆଗରୁ ଫୋନରେ ମଗାଯିବ ଓ ଏହି ଚାନ୍ଦା ଆଦାୟ ଆରମ୍ଭ ହେବ ଯେ ସରିବ ମାସେ ପରେ।ବାରଂଗ ବ୍ଲକର ଦୁଇଜଣ ବ୍ୟବସାୟୀ ପ୍ରତିବର୍ଷ ୧ଲକ୍ଷ ଲେଖାଁ ମୋଟ୍ ୨ଲକ୍ଷ ଟଂକା ଦେଇଥାନ୍ତି।ମେଳାରେ ବ୍ୟବସାୟ କରିଥିବା ବ୍ୟକ୍ତିକଂ ଠାରୁ ବି ମୋଟା ଆୟ ହୋଇଥାଏ।ଏତଦଭିନ୍ନ କ୍ଷମତାସୀନ ଦଳରୁ ଆସୁଥିବା ଅତିଥି ମାନେ ବି ବେଶ୍ ଅର୍ଥରାଶି ଦେଇଥାନ୍ତି ଠିକାଦାର ,ବ୍ୟବସାୟୀ, ଯନ୍ତ୍ରୀ, ଶିକ୍ଷକ,ସରକାରୀ କର୍ମଚାରୀ ତ ପୁରା ଦୁହାଁଳିଆ ଗାଈ ପାଲଟିଯାଇଥାନ୍ତି।ମୋଟାମୋଟି ଭାବେ ଦେଖିବାକୁ ଗଲେ ମହୋତ୍ସବ ନୁହେଁ ତ,ପୁରା ବର୍ଷକର ଫସଲ ଅମଳ ଋତୁ।ସବୁଠୁ ବଡକଥା ଯେ ଚାନ୍ଦା ଦେଉଥିବା ବ୍ୟକ୍ତିବିଶେଷ ରସିଦ ଖୋଜି ନ ଥାନ୍ତି କିମ୍ବା ତାଂକୁ ଏହା ମିଳି ନଥାଏ।ସେହିଭଳି ଖର୍ଚ୍ଚର ହିସାବ ବି ଗୋଳମାଳିଆ।କେଉଁ ଦୋକାନରୁ କି ଜିନିଷ କିଣାଯାଏ,କେତେ ଦରରେ,କେତେ ପରିମାଣରେ କିଣାଯାଏ,ସେ ସବୁ ଦୋକାନର ଜି.ଏସ.ଟି ପଂଜିକରଣ ଅଛି କି ନାହିଁ?କ୍ରୟ ରସିଦ ମିଳେ କି ନା ତାହା ମଧ୍ୟ ଯାଂଚ କରାଗଲେ ଆର୍ଥିକ ଅନିୟମିତତା ଆପେ ବାରି ହୋଇ ପଡିବ।୫ଦିନିଆ ଏହି ଉତ୍ସବରେ ଯାହା ବ୍ୟୟ ହୁଏ ତାହାର ୧୦ଗୁଣ ଅଧିକ ଆୟହୁଏ।ନିଆଳି ମାଟିର ଏମିତି କୋଉ ପୁଅ ନାହିଁ କି ଯେ,ଉତ୍ସବର ବର୍ଷ ବିତିବାପରେ ବି ଆୟ ବ୍ୟୟର ସଠିକ ହିସାବ କହିପାରିବ।ଜିଲ୍ଲାର ବି କେତେକ ଅଫିସର ଅଛନ୍ତି ଯେଉଁ ମାନେ ଚାକିରୀରେ ସୁରକ୍ଷା ପାଇଁ ଭଲଚାନ୍ଦା ଦେଇଥାନ୍ତି।ମିଲମାଲିକ କଂ ଭିତରେ ଚୋରା କରତକଳ,ଚାଉଳ କଳ ମାଲିକ ଥାନାକର୍ମଚାରୀ,ଶିଶୁବିକାଶ ବିଭାଗ କର୍ମଚାରୀ ଅଛନ୍ତି । ଇଏ ହେଉଛି ନିଆଳି ମହୋତ୍ସବର ବାସ୍ତବ ଚିତ୍ର।ଉତ୍ସବ ନାଁ ରେ ରିତିମତ ଚାନ୍ଦାଆଦାୟ ହିଁ ମୁଖ୍ୟଉଦ୍ଦେଶ୍ୟ ବୋଲି ସ୍ଥାନୀୟ ଜନସାଧାରଣ ବିଶ୍ୱାସ କରୁଛନ୍ତି।ହେଲେ ବିରାଡି ବେକରେ ଘଣ୍ଟି ବାନ୍ଧିବ ବା କିଏ ?