ଅଂଚଳ ଖବର ଜିଲ୍ଲାଖବର ଦୁର୍ନିତି

ନିଆଳିମହୋତ୍ସବ ନାଁ ରେ ବିଜେଡି ମହୋତ୍ସବ?ବିଜେଡି-କଂଗ୍ରେସ-ରାଜନିତି ସରଗରମ

Spread the love

ନିଆଳି ମହୋତ୍ସବକୁ କେନ୍ଦ୍ରକରି ନିଆଳିରେ ବିଜେଡି-କଂଗ୍ରେସ ରାଜନିତି ପୁଣି ଥରେ ଆଜି ସରଗରମ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ,ଗତ ୩ବର୍ଷ ହେଲାଣି ନିଆଳିଠାରେ ନିଆଳି ମହୋତ୍ସବ ଆୟୋଜିତ ହୋଇ ଆସୁଛି।ତେବେ ଉତ୍ସବ ନାଁ ରେ ଅନ୍ୟ ସମସ୍ତ ଦଳକୁଂ ଉପେକ୍ଷା କରି ଶାସକ ଦଳପକ୍ଷରୁ ଉତ୍ସବ ଆୟୋଜିତ ହେଉଥିବା ବେଳେ ଉତ୍ସବ ନାଁ ରେ ବିପୁଳ ଚାନ୍ଦା ଆଦାୟ କରାଯାଉଥିବା,ଯାହାର କୌଣସି ଖର୍ଚ୍ଚ ହିସାବ ନିଆଳି ଜନସାଧାରଣକୁଂ ଜାଣିବାର ସୁଯୋଗ ଦିଆଯାଉନାହିଁ ବୋଲି କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି ଚଳିତ ବର୍ଷ ଉକ୍ତଉତ୍ସବ ଆଜି ସଂଧ୍ୟାକୁ ସ୍ଥିର ହୋଇଥିଲା।ମୁଖ୍ୟ ଅତିଥି ତଥା ଉତ୍ସବ ଉଦଘାଟକ ଭାବେ ରାଜ୍ୟ ପଂଚାୟତିରାଜ,ଆଇନ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପଜେନା,ମୁଖ୍ୟବକ୍ତା,ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ,ସମ୍ମାନିତ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା,କଣ୍ଟାପଡା ପଂଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା,ମଂଚରେ ସଭାପତିତ୍ୱ କରିବାକୁ ନିଆଳି ବିଧାୟକ,ଡାକ୍ତର,ପ୍ରଫେସର ପ୍ରମୋଦ ମଲ୍ଲିକକଂ ନାମ ବି କାର୍ଯ୍ୟସୂଚୀରେ ସ୍ଥାନ ପାଇଥିଲା।ତେବେ କାର୍ଯ୍ୟକ୍ରମ ଆରମ୍ଭର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ନିଆଳି ଠାରେ ଡକାଯାଇ ନିଆଳି ମହୋତ୍ସବ ନୁହେଁ,ଏହା ବିଜେଡି ମହୋତ୍ସବ ବୋଲି ତାଛଲ୍ୟ/ ଆକ୍ଷେପ କରାଯାଇଛି।ଏଥିରେ ଜଗତସିଂହପୁର ଲୋକସଭା ଆସନର ଯୁବକଂଗ୍ରେସ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଶଶିକାନ୍ତ ଲେଂକା ଅଧ୍ୟକ୍ଷତା କରିଥିବା ବେଳେ,ନିଆଳି ଯୁବକଂଗ୍ରେସ ସଭାପତି ସୌଭାଗ୍ୟ ବସ୍ତିଆ,ଉପସଭାପତି ଅମୀୟ ରଂଜନ ନାୟକ,ନିଆଳି ଜୋନ ସଭାପତି ପ୍ରଦ୍ୟୁମ୍ନ ସେନାପତି, କଟକ ଜିଲ୍ଲା ସାଧାରଣ ସଂପାଦକ ଡଃ କେଦାର ନାଥ ସାହୁ ,ପ୍ରଶାନ୍ତସାହୁ,ମଦନଡାଳୁଆ,ମଲ୍ଲିକଆଲାମ, ସେକ୍ଇସମାଇଲ ପ୍ରମୁଖ ଉପସ୍ଥିତ ଥିଲେ।କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀର ତତ୍କାଳ ପ୍ରଭାବ ଉତ୍ସବ ଉପରେ ପଡିଥିବା ଦେଖାଯାଇଥିଲା।ଛପା ଯାଇ ବଣ୍ଟା ସରିଥିବା ନିମନ୍ତ୍ରଣ ପତ୍ରରେ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡଃ ତ୍ରୀନାଥ ପଟନାୟକକଂ ନାମ ଆଦୌ ନ ଥିବା ବେଳେ ଶେଷ ମୁହୂର୍ତ୍ତରେ ଅତ୍ୟନ୍ତ ତରବରିଆ ଭାବେ ତାଂକୁ ମଂଚରେ ବସାଯାଇଥିଲା।ତଥାପି ମଧ୍ୟ ଦଳୀୟ ଭାବନାଯୋଗୁ ଲୋକମାନକଂ ନିମନ୍ତେ ପଡିଥିବା ଶହଶହ ଚେୟାର ଖାଲିପଡିଥିଲା।କଂଗ୍ରେସ ଅଭିଯୋଗ କରିଥିଲା ଯେ”ଦୀର୍ଘ ୩ବର୍ଷ ଧରି ନିଆଳିରେ ଏକ ମହୋତ୍ସବ ଚାଲିଛି,ସେ ମହୋତ୍ସବ କାହା ସ୍ୱାର୍ଥରେ?ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଏହା କରୁଥିବା ନିଆଳି ବାସୀକଂ ମନରେ ପ୍ରଶ୍ନବାଚୀ।ଯେଉଁ ଅଂଚଳରେ ଲୋକମାନେ ଖୁସିରେ ଥାନ୍ତି,ସେ ଅଂଚଳରେ ଉତ୍ସବ ପାଳନ କରାଯାଏ।କିନ୍ତୁ ଅଶେଷ ସମସ୍ୟାରେ ଜର୍ଜରିତ ନିଆଳି ବାସୀକୁଂ ଏହା ଅଟହାସ୍ୟ।ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ।ଟୋଲା ଆଦର୍ଶ ବିଦ୍ୟାଳୟ କେବଳ ଫଳକ ମରା ରାଜନିତିରେ ସୀମିତ।ବିଦ୍ୟାଳୟ ଗୁଡିକରେ ଶିକ୍ଷକ ନାହାନ୍ତି,ଚାଷୀ ମଣ୍ଡିରେ ଧାନ ଦେଇପାରୁନି,ଘରଭଂଗା କ୍ଷତିପୂରଣ ଦେବାରେ ବ୍ୟାପକ ଦୁର୍ନିତୀ,ନିଆଳିର ପାନଚାଷୀ ବିଶ୍ୱବିଦିତ ହେଲେମଧ୍ୟ ସେମାନକୁଂ ପ୍ରୋତ୍ସାହନ କି ସହାୟତା ଅନୁଦାନ ନାହିଁ,ନିଆଳିରେ ମିନିଷ୍ଟାଡିୟମ ନାହିଁ,ନିଆଳିର ଆରାଧ୍ୟ ଦେବତା ପ୍ରଭୁ ଶୋଭନେଶ୍ୱରକଂ ଉତ୍ସବରେ ରାନୀ ପଣ୍ଡାକୁଂ ଆଣି ଅଶ୍ଳୀଳ ନ୍ରୁତ୍ୟ ପ୍ରଦର୍ଶନ କରିବା କେତେ ଯୁକ୍ତିସଂଗତ?କେବଳ ବିଜେଡି ନେତାକୁଂ ଡାକିବାଛଡା ଅନ୍ୟ କୌଣସି ରାଜନୈତିକ ଦଳର ବ୍ୟକ୍ତି ବିଶେଷକୁଂ ଏହି ଉତ୍ସବକୁ ନିମନ୍ତ୍ରଣ କରା ନ ଯିବାର କାରଣ କଣ?ଉତ୍ସବକୁ ବିଜେଡି ନେତା ମନ୍ତ୍ରୀକଂ ସହ ଯଦି ନିଆଳିମାଟିରବରପୁତ୍ରସାହିତ୍ୟିକ,ଗାଳ୍ପିକ,ଲେଖକ,ସ୍ତମ୍ଭକାର,ସମାଜସେବୀ ଏବଂ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କ୍ରୁତି ସନ୍ତାନ ମାନକୁଂ ନିମନ୍ତ୍ରଣ କରାଯାଇଥାନ୍ତା ତେବେ ଅସୁବିଧା କେଉଁଠି ଥିଲା?ବୋଲି ପ୍ରଶ୍ନ ହୋଇଛି।ଗତ ୩ବର୍ଷ ଧରି ଉତ୍ସବପାଳନ କରାଯାଇ ୩ଟି ପଂଚାୟତର ୩ଜଣ ସରପଂଚ ନିଲମ୍ବିତ ହେବାର କାରଣ କଣ? ସେ ପଂଚାୟତର ଅନୁଦାନ,ଅର୍ଥକୁ ଅସାଧୁ ଉପାୟରେ ଏ ଉତ୍ସବରେ ଖର୍ଚ୍ଚ କରାଯାଇ ନାହିଁ ତ?ଉତ୍ସବ ପାଇଁ ଏ ସବୁ ସରପଂଚ ମାନେ ବରଖାସ୍ତ ହୋଇ ନାହାନ୍ତି ତ?ଯଦିଏହା ସତ୍ୟନୁହେଁ ତେବେଉତ୍ସବ ପାଇଁ ଅର୍ଥ ଆସୁଛି କେଉଁଠୁ?କେତେ ପରିମାଣରେ ଆସୁଛି ?କଣ ଖର୍ଚ୍ଚ ହେଉଛି?ପୂର୍ବ ବର୍ଷର ଆୟବ୍ୟୟର ହିସାବ ସର୍ବସାଧାରଣରେ ପ୍ରକାଶ କରାଯାଉ ନାହିଁ କଣ ପାଇଁ ?ଅସାଧୁଉପାୟରେ,ଜୋର ଜବରଦସ୍ତବିଭିନ୍ନପଂଚାୟତରପ୍ରତିନିଧି,ଡିଲର,ଆର.ଡି,ଇରିଗେସନ,ପାନୀୟଜଳ ବିଭାଗ,ସି.ଡି.ପି.ଓ,ବ୍ଲକ ଜେଇ,କଣ୍ଟ୍ରାକ୍ଟର,ବ୍ୟବସାୟୀ,ଶିକ୍ଷକ ମାନକଂ ଠାରୁ ମହୋତ୍ସବ ନାଁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟର ମାନେ କଣ ଏ ବିଜେଡି ମହୋତ୍ସବର ମୁଖ୍ୟଉଦ୍ଦେଶ୍ୟ କି?ନିଆଳିର ପୂର୍ବତନ ବିଧାୟକ,ପଂଚାୟତ ସମିତି ଅଧ୍ୟକ୍ଷ ଏବଂ ବର୍ତ୍ତମାନର କଂଗ୍ରେସ ସମର୍ଥୀତ ସରପଂଚ ଓ ସମିତି ସଭ୍ୟକୁଂ ଏ ଉତ୍ସବ ବିଷୟରେ ଅବଗତ କରା ନ ଯିବାର କାରଣ କଣ?ଗତବର୍ଷ ନିଆଳିରେ ଯେଉଁ ସମାଜ ସେବୀମାନେ ଉତ୍ସବ ପରିଚାଳନା କମିଟୀରେ ଥିଲେ ସେମାନେ ଏ ବର୍ଷ ନୀରବଦ୍ରଷ୍ଟା କାହିଁକି?ଏ ସବୁ ପ୍ରଶ୍ନ ସ୍ପଷ୍ଟ ପ୍ରମାଣ କରୁନିକି ଯେ ନିଆଳି ମାଟିର ସ୍ୱାର୍ଥ,ସ୍ୱାଭିମାନକୁ ଜଳାଂଜଳି ଦେଇ କେବଳ ଏକ ନିର୍ଦ୍ଦିଷ୍ଟ ଦଳର ରାଜନିତି ଉଦ୍ଦେଶ୍ୟରେ ଏହି ଉତ୍ସବକୁ ନିଆଳି ମହୋତ୍ସବ ନାଁ ରେ କଳଂକିତ କରାଯାଉଛି,ଯାହା ନିଆଳି ଜନସାଧାରଣ ଭଲଭାବରେ ଜାଣନ୍ତି,ତେଣୁ ନିଆଳି ମହୋତ୍ସବକୁ ବିଜେଡି ମହୋତ୍ସବରେ ପରିଣତ କରାଯାଇଥିବାକୁ କଂଗ୍ରେସ ପକ୍ଷରୁ ଦ୍ରୁଢ ନିନ୍ଦା କରାଯାଇଛି”।ଏଥିନେଇ ଶାସକ ବିଜେଡି କିମ୍ବା ଶାସକ ବିଜେଡି ବିଧାୟକକଂ କୌଣସି ପ୍ରତିକ୍ରିୟା ମିଳିପାରିନି। ଆମପ୍ରତିନିଧି ବିଧାୟକ ଶ୍ରୀ ମଲ୍ଲିକକୁଂ ତାଂକ ପ୍ରଦତ୍ତ ମୋବାଇଲ ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ ମଧ୍ୟ ତାହାବନ୍ଦ ରହିଥିଲା।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]