
ନିଆଳିର ମା ଅଳଙ୍କାର ଦୋକାନରେ ଗୁଇନ୍ଦା ସୂଚନା ଭିତ୍ତିରେ ଜିଏସଟି ବିଭାଗର ଚଢ଼ାଉ!୯ କିଗ୍ରା ସୁନା ଓ ବହୁ କାଗଜ ପତ୍ର ଜବତ

ନିଆଳି,୨୧/୩(ନି.ପ୍ର)ନିଆଳି ଥାନା ଅନ୍ତର୍ଗତ ନିଆଳିର ମା ଅଳ ଙ୍କାର ଦୋକାନ ଉପରେ ଗୁଇନ୍ଦା ସୂଚନା ଆଧାରରେ କଟକ ରେଞ୍ଜ ସେବା ଓ ଦ୍ରବ୍ୟକର ବିଭାଗ ପକ୍ଷରୁ ଆଜି ମଧ୍ୟାହ୍ନରେ ଚଢାଉ କରାଯାଇ ୯ କିଲୋ ସୁନା ସମେତ ବହୁ କାଗଜ ପତ୍ର ଜବତ ହୋଇଛି।ବିଭାଗୀୟ ସିଟି ଜିଏସଟି ଅଧିକାରୀ ବିରଞ୍ଚି ମହାରଞ୍ଜନଙ୍କ ସୂଚନା ଅନୁଯାୟୀ ଏ ସବୁର ଯାଞ୍ଚ ଲାଗି ସମୟ ଲାଗିବ,ତେବେ ଅଭିଯୋଗ ଭିତ୍ତିରେ କିମ୍ବା କାଗଜ ପତ୍ରରେ ଅନିୟମିତତା ଧରାପଡିଲେ ଏପରି ତଦନ୍ତ ହୋଇଥାଏ,କିନ୍ତୁ ଗଣ ମାଧ୍ୟମ ପ୍ରତିନିଧି ମାନେ ପଚାରି ପାରି ନ ଥିଲେ କି କେଉଁ ଭିତ୍ତିରେ ଏହି ଚଢାଉ ହୋଇଛି।ସୂଚନା ଯୋଗ୍ୟ ଯେ ଅଳଙ୍କାର କିଣିବାକୁ ଆସୁଥିବା ବହୁ ଗ୍ରାହକଙ୍କୁ ଦର, ମାନ ଆଦିରେ ଦୋକାନୀ ମାନେ ବ୍ୟାପକ ଠକି ଥାଆନ୍ତି ବୋଲି ସର୍ବତ୍ର ଅଭିଯୋଗ ହୋଇ ଆସୁଛି।