ଧର୍ମଶାଳା ପରେ ଅଡଶପୁରରେ ୨ୟ ରଂଗଶାଳା:ପୁଲିସ ପ୍ରଶାସନ ଟିକେ ସଜାଗଥାଅ
ହାଇକୋର୍ଟରୁ ନିଷ୍ଫଳ ହୋଇ ଫେରିଥିବା ଅଡଶପୁର ଅଂଚଳର ଜଣେ ନାମୀ ଅସାମାଜିକ ତତ୍ତ୍ୱକୁ ସରକାରୀ ଜାଗା ଜବରଦଖଲରେ ଗଢି ଉଠିଥିବା ଅପରାଧୀକ ଆଡାସ୍ଥଳୀରୁ ଉଛେଦକରିବାରେ ପୁଲିସ ଓ ପ୍ରଶାସନ ଡରୁଛି କାହିଁକି ସେଥିନେଇ ସାଧାରଣରେ କୌତୁହଳ ସ୍ରୁଷ୍ଟି ହୋଇଛି ।ସ୍ଥାନୀୟ ଓଲଟପୁର ପୁଲିସ କେବଳ ଏକ ଅପରାଧିକ ରିପୋର୍ଟ କଣ୍ଟାପଡା ତହସିଲଦାର ଓ ଏକ୍ସକ୍ୟୁଟିଭ ମାଜିଷ୍ଟ୍ରେଟ୍ କୋର୍ଟରେ ୨୦୧୩ ମସିହାରୁ ଦାଖଲ କରିଦେଇ ଚୁପ୍ ବସିଛି । ଯାହାକି ପୁଲିସ ଓ ପ୍ରଶାସନର ଦୁର୍ବଳତା ପ୍ରତି ଅଂଗୁଳି ନିର୍ଦ୍ଦେଶ କରିବା ସହିତ ଚୋର -ପୁଲିସ ଭାଇ ଭାଇ ବିରାଦରୀ କୁ ସାବ୍ୟସ୍ତ କରିଛି । ପୁଲିସ ରେକର୍ଡରେ ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ଖ୍ୟାତ ବ୍ୟକ୍ତି ଜଣକଂର ନିଜ ପୈତ୍ରୁକ ସଂପତ୍ତି ଅଡଶପୁର ବେଢାସାହିରେ ରହିଛି ।ତଥାପି ଧର୍ମଶାଳା ରଂଗଶାଳା ପରି ଘର ଠାରୁ ନିରୋଳା ସରକାରୀ ଜମି ଉପରେ ଗଢାଯାଇଛି ଏହି ଆଡାସ୍ଥଳୀ ।ବିଜୁଳି ବିଭାଗ ବି ଏହି ବେଆଇନ ଓ ଜବରଦଖଲ ସରକାରୀ ଜମିକୁ ଯୋଗାଇଦେଇଛି ସଂଯୋଗ ଯହିଁରେ ଉପରମହଲା କାଚ କୋଠରୀ ରେ ଲାଗିଛି ଶୀତ ତାପ ନିୟନ୍ତ୍ରିତ ଯନ୍ତ୍ର । ମାନେ ସମସ୍ତକଂ ଜାଣତରେ ଅପରାଧୀକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଏଠାକୁ କୁଆଡେ ବହୁମହିଳା, ବିଧବା ପଂଚାୟତ ନିର୍ବାହୀ ଅଧିକାରି ଓ ମହିଳା ଆର.ଆ ଇ ଆସି ବିଭିନ୍ନ କୁ ମନ୍ତ୍ରଣା ନେଇଥାନ୍ତି !
ବିଗତ ତହସିଲଦାର ବି.ଏନ ନାୟକ ଅବରୋଧ ହଟେଇବାକୁ ୨୦୧୫ ମସିହାରେଦେଇଥିଲେ ଉଛେଦ ନୋଟିସ । ଘରଭାଂଗି ଉଛେଦ ହଟେଇବାକୁ ପୁଲିସ ଫୋର୍ସ ,ଜେ.ସି.ବି ଓ ବୁଲଡୋଜର ଆଦି ବରାଦ ବି ସରିଥିଲାହେଲେ ଶେଷ ମୁହୂର୍ତ୍ତରେ ଅସାମାଜିକ ଜଣକଂ ନିଜକୁ ଭୂମିହୀନର ମିଥ୍ୟା ନାଟକ ରଚି ହାଇକୋର୍ଟରୁ WP(c) 18721/15 ରେ ଜିଲ୍ଲାପାଳ ଓ ତହସିଲଦାର କଂ ଆଦେଶ ବିରୁଦ୍ଧରେ ରହିତାଦେଶ ଆଣିବାରୁ ପ୍ରଶାସନ ହାରିଯାଇଥିଲେ। ତେବେ 2019 ଜୁନ 27 ରେ ହାଇକୋର୍ଟଏହି ମାମଲା ଖାରଜ ହେବାପରେ ପ୍ରଶାସନ ନିମନ୍ତେଘରଭାଂଗି ଉଛେଦ ହଟାଇବାର ପଥ ଉନ୍ମୁକ୍ତ ହୋଇଛି ।ମାତ୍ର ତହସିଲ, ଓ ଥାନାପୁଲିସର ସେତେବେଳର ସାହସ ଆଉ କାହିଁ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି ,ଫଳରେ ଏବେ ତହସିଲ, ଅଡଶପୁର ଆର.ଆଇ, ବିଜୁଳିବିଭାଗ,ଓ ଓଲଟପୁର ପୁଲିସକୁ ପକ୍ଷକରାଯାଇ ଜନସ୍ୱାର୍ଥ ମାମଲା ରୁଜୁର ନିଷ୍ପତ୍ତି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦେଖାଯାଉ ସରକାରୀ ଜାଗାରୁ ଧର୍ମଶାଳାର ଏ ରଂଗଶାଳା କେବେ ହଟୁଛି ନା ପୁଣି ଥରେ ପ୍ରଶାସନ ଧର୍ମଶାଳା ପରି ଅଘଟଣ ପରେ ଅପ୍ରସ୍ତୁତ ହେଉଛି ।