ନିର୍ମାଣ ଶ୍ରମିକ କାର୍ଡ କରାଇଦେବା ନାଂ ରେ ଲକ୍ଷାଧିକ ଟଂକା ଠକେଇ
କଟକ୧୩୮(ବି.ପ୍ର)ରାଜ୍ୟରେ ନିର୍ମାଣ ଶ୍ରମିକ ମାନକୁଂ ପଂଜିକରଣ,ପରିଚୟପତ୍ର ପ୍ରଦାନ ଓ ଏହା ଜରିଆରେ ସରକାରକଂ ଠାରୁ ନାନାସୁବିଧା କରାଇଦେବା ପ୍ରଲୋଭନଦେଇ ଜିଲ୍ଲାରେ ଦଲାଲ ମାନେ ଲକ୍ଷଲକ୍ଷ ଟଂକା ଗରିବ , ଖଟିଖିଆ ଓ ଦିନମଜୁରିଆ ମାନକଂ ଠାରୁ ଠକି ନେଇଥିବା ଭଳି ଚାଂଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ନିଜ ସଂଚିତ ଧନ ଅଥବା ଧାରକରଜ କରିଆଣିଥିବା ଟଂକାକୁ ଚିଟଫଣ୍ଡ ରେ ଲଗାଇ ଶେଷରେ ନିରାଶ ହେବା ଭଳି ପରିସ୍ଥିତି ଉପୁଜିଲାଣି ।ଆଧାର , ଫଟୋପରିଚୟ ପତ୍ର, ଓ ବ୍ୟାଂକ ଜମାବହିର ନକଲ ସହିତ ହଜାର ଟଂକାରୁ ଆରମ୍ଭ କରି ୬ହଜାର , ସ୍ଥଳ ବିଶେଷରେ ୮ ହଜାର ଟଂକାପର୍ଯ୍ୟନ୍ତ ବି ଏହିଶ୍ରମିକ ମାନଂକ ଠାରୁ ଆଦାୟ କରି ନି ଆ ଯାଇଛି ଅଥଚ କାର୍ଡ କିମ୍ବା ପଂଜିକରଣ ହୋଇ ପାରିନାଂହି, ମାସମାସ ଧରି ଦଲାଲ ମାନକଂ ଘରକୁ ଦୋଡି ଦୋଡି ନିରାଶ ହେବାପରେ କଥା ପଦାକୁଆସିଛି ।ଏମିତି କି କେତେକ ଶ୍ରମିକ ବାଧ୍ୟହୋଇ ଗୋବିନ୍ଦପୁର ଥାନାର ଆଶ୍ରୟ ନେବାପରେ ସତ୍ୟବ୍ରତ ମହାନ୍ତି ନାମକ ଦଲାଲ ଜଣକୁ ଥାନା କୁ ଡକା ଯାଇଥିଲା । ସେଠାରେ ଜଣାପଡିଲା ଯେ ସତ୍ୟବ୍ରତ ଶ୍ରମିକ ମାନକଂ ଠାରୁ ଆଦାୟ କରିଥିବା ଟଂକା କିମ୍ବା କାଗଜପତ୍ର ଦାଖଲ କରିନାହାନ୍ତି । ତେବେ ଥାନାପକ୍ଷରୁ ଘଟଣାର ଆପୋଷ ସମାଧାନ ନିମନ୍ତେ ତାଂକୁ ସମୟ ଦିଆଯାଇଥିଲା ମାତ୍ର ଦୁଇମାସ ଟପିବା ପରେ ବି ଏହାର କିଛି ସମାଧାନ ହୋଇପାରିନାହିଂ। ଗୋଟିଏପଟେ ଏହି ଶ୍ରମିକମାନେ ପଂଜିକ୍ରୁତ ହୋଇପାରୁନଥିବାରୁ ସୁବିଧା ସୁଯୋଗରୁ ବଂଚିତ ହେଉଥିବା ବେଳେଅନ୍ୟପଟେ ଦେଇଥିବା ଅର୍ଥ ବି ଫେରିପାଉନାହାନ୍ତି।ଏ ସଂପର୍କରେ ଗୋବିନ୍ଦପୁର ଥାନା ଅଧିକାରି ଶରତଚନ୍ଦ୍ର ସେଠିକୁଂ ଯୋଗାଯୋଗ କରାଯାଇଥିଲା । ସେ କହିଥିଲେ ଯେ ସେ ନିଜ ମାଂ କ ଦେହାନ୍ତ ଜନିତ ଶୁଦ୍ଧିକ୍ରିୟାରେ ବ୍ୟସ୍ତ ଥିଲେ ।ଅଭିଯୋଗ ଲିଖିତ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସତ୍ୟବ୍ରତ ମହାନ୍ତିକୁଂ ଏହି ଅଭିଯୋଗ ସଂପର୍କରେ ଜାଣିବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଧରାଛୁଆଂ ଦେଇ ନ ଥିଲେ । ଘଟଣା ଚିଟଫଣ୍ଡ ପରି ଆଗକୁ ବଢି ଆନ୍ଦୋଳନ ରୁପ ନେବାଆଗରୁ ସରକାର ପଦକ୍ଷେପ ନ ନେଲେ ଅପଦସ୍ତ ହେବାଆଶଂକା ରହିଛି