
ନିହାରୀକା ହତ୍ୟାକାଣ୍ଡ: ଅଭିଯୁକ୍ତର ବୟାନ କେତେ ସତ ?
କଟକ/ଜଗତସିଂହପୁର ୨୩।୯ (ସ୍ୱ.ପ୍ର) ନର୍ସ ନିହାରୀକା ହତ୍ୟାକାଣ୍ଡ ରହସ୍ୟ ଜନସାଧାରଣରେ କ୍ରମଶଃ ଅଧିକ ସନ୍ଦେହ ଘେରକୁ ଠେଲିହୋଇ ଯାଉଛି।କାରଣ ହତ୍ୟାକାଣ୍ଡପରେ ଏକାକୀ ଶବକୁ ସ୍ଥାନାନ୍ତର କରାଯିବା ଓ ହତ୍ୟାକାରୀ ରାତିରେ ଶବକୁ ମୋଟରସାଇକେଲରେ ଲଦିଏତେବାଟ ନିର୍ଦ୍ଦ୍ୱନ୍ଦରେ ଏକା ଏକା ଯାଇପାରିବାକୁ ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାନ୍ତି। କେନ୍ଦାଳ ଗାଁ ର ସୁନିଲସାହୁ ରଂଗମିସ୍ତ୍ରୀ ଯେ ଘଟଣାରେ ସଂପୂର୍ଣ ସନ୍ଦେହମୁକ୍ତ ତାହା ନିଶ୍ଚିତରେ କୁହାଯାଇପାରିବ ନାହିଁ। ଅଭିଯୁକ୍ତ ହତ୍ୟାପରେ ଏକ ଶବକୁ ବାଇକ୍ ରେ ବୋହିନେବା ରାତ୍ରି କାଳୀନ ପାଟ୍ରୋଲିଂ ପୁଲିସ କଟକ ସହର ,କନ୍ଦରପୁର ଓ ରାଜପଥ ଭଳି ସ୍ଥାନରେ ମୁତୟନ ଥାଇ ଜାଣି ନପାରିଲେ କେମିତି ? ତା ଛଡା କେଉଁ ନିର୍ଦ୍ଦିଷ୍ଟ କାରଣ ଟି ନିହାରିକାକୁଂ ହତ୍ୟାହେବାକୁ ବାଧ୍ୟକଲା ତାହାବି ଯଥେଷ୍ଟ ନୁହେଁଏହା ବଳାତ୍କାର ପରେ ହତ୍ୟା ବି ହୋଇପାରେ । ଘଟଣାରେ ଅତିକମରେ ଏକାଧିକ କଂ ସପ୍ରୁକ୍ତି ଥିବାକୁ ଅସ୍ୱୀକାର କରାଯାଇ ନପାରେ। ହୁଏ ତ ପୁଲିସଅଧିକ ସମୟ ରିମାଣ୍ଡରେ ଆଣିପଚରା ଉଚୁରା କଲେ,ମେଡିକାଲରିପୋର୍ଟ ମିଳିବାପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଆଶାକରାଯାଉଛି।

