ଦୁର୍ନିତି

ନୂଆ ଶିକ୍ଷାମନ୍ତ୍ରୀକଂ ପ୍ରଭାବ:ମଧ୍ୟାହ୍ନଭୋଜନରେ ଅଣ୍ଡା ନ ଦେଇ ଧରା ପଡିଲେ ଦିଦି,ହେବ କାର୍ଯ୍ୟାନୁଷ୍ଠାନ!

Spread the love

କଟକ/କଣ୍ଟାପଡା ୧୮।୮(ନି.ପ୍ର) ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂତନ ମନ୍ତ୍ରୀ ଭାବେ ଶ୍ରୀ ସମୀର ରଂଜନ ଦାଶ ଦାୟୀତ୍ୱ ନେବାପରେ ବିଦ୍ୟାଳୟ ଓ ଗଣଶିକ୍ଷାରେ ଦେଖାଦେଇଥିବା ଅବ୍ୟବସ୍ଥା,ଅବହେଳା ଅବନତିକୁ ସୁଧାରିବାରେ ଯଥେଷ୍ଟ ଧ୍ୟାନ ଦେଇଛନ୍ତି।ଯାହାର ରାଜ୍ୟ ବ୍ୟାପୀ ପ୍ରଭାବ ଏବେଏବେ ଅନୁଭୂତ ହେବାରେ ଲାଗିଛି। ମନ୍ତ୍ରୀ ମହୋଦୟ ଅଚାନକ ବିଭିନ୍ନ ବିଦ୍ୟାଳୟରେ ପହଂଚି ତନଖି କରୁଥିବାରୁ ଅସାଧୁ ଅଧିକାରୀ ଓ ଶିକ୍ଷକ,ଶିକ୍ଷୟତ୍ରୀକଂ ମଧ୍ୟରେ କୋକୁଆ ଭୟ ସ୍ରୁଷ୍ଟି ହୋଇଛି, ପୂର୍ବରୁ ଗଣଶିକ୍ଷା ସଚୀବ ଅପରାଜିତା ଷଡଂଗୀ ବିଦ୍ୟାଳୟ ଗୁଡିକୁ ନିୟମିତ ପରିଦର୍ଶନ କରିବାକୁ ସି.ଆର.ସି.ସି କଂ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀ ମାନେ ମାସିକ କେତୋଟି ବିଦ୍ୟାଳୟ ପରିଦର୍ଶନ କରିବେ ତାହାର ନିୟମାବଳୀ ଜାରୀ କରିଥିଲେ।ମାତ୍ର ତାଂକ ଯିବାପରେ ନିୟମଗୁଡିକ ପୁଣି ଶୀତଳଭଣ୍ଡାରକୁ ଚାଲିଯାଇଥିଲା ଓ ସର୍ବତ୍ର ଭୟ କମିଯାଇଥିଲା।ଫଳରେ ରାଜ୍ୟରେ ଶିକ୍ଷାର ମୂଳଦୁଆ ବିଚାର କରା ଯାଉଥିବା ସରକାରୀ ପ୍ରାଥମିକ ଶିକ୍ଷା ପୁନର୍ବାର ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଅଭିବାବକ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ଶିକ୍ଷାବିଭାଗର ବହୁନିୟମ କେବଳ କାଗଜପତ୍ରରେ ପୂର୍ବରୁ ସୀମିତଥିବାକୁ ଲକ୍ଷ୍ୟ କରି ମନ୍ତ୍ରି ଶ୍ରୀ ଦାଶ ଏହାକୁ ସକ୍ରିୟ କରିବାର ନିଜସ୍ୱ ପ୍ରଗାଢ ଉଦ୍ୟମ କରିଥିଲେ। ସେ ନିଜେ ବିଦ୍ୟାଳୟ ଗୁଡିକୁ ଅଚାନକ ପରିଦର୍ଶନ କରୁଥିବା ଯୋଗୁ ଅଧିକାରୀ ମଧ୍ୟ ସକ୍ରିୟ ହୋଇଛନ୍ତି।ଯେଉଁ ଅଧିକାରୀ ବର୍ଷବର୍ଷ ଧରି ସରକାରୀ କାର୍ଯ୍ୟ ଆଳରେ ଗୋଟିଏ ବି ବିଦ୍ୟାଳୟର ମାଟିମାଡୁ ନ ଥିଲେ ଅଥଚ କାର୍ଯ୍ୟାଳୟରେ ବସି କେବଳ ଫାଇଲ ଚଷୁଥିଲେ,ସେମାନେ ଏବେ କ୍ଷେତ୍ର ପରିଦର୍ଶନ କରିବାକୁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି।କଟକ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନିରଂଜନ ବେହେରା ଗତ ପ୍ରାୟ ସପ୍ତାହକ ଧରି କଣ୍ଟାପଡା,ନିଆଳି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ନିଜେ ପରିଦର୍ଶନ କରିବା ସହିତ ତାଂକ ନିର୍ଦ୍ଦେଶ କ୍ରମେ କଣ୍ଟାପଡା ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର କୁମାର ବାରିକ ପରିଦର୍ଶନ କରିବା ବେଳେ ଅନିୟମିତତା ଧରିଛନ୍ତି। ଗତକାଲି ଶ୍ରୀ ବାରିକ ସାଇଲୋଝାରପଡା ପଂଚାୟତର କମାରସାହି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ପରଖିବାକୁ ଅଚାନକ ପହଂଚିଥିଲେ।ବିଭାଗୀୟ ନିୟମାବଳୀ ଆଧାରରେ ଗତକାଲିର ଦିନ ଅଣ୍ଡାଦେବାର ପାଳିଥିଲା ।ମାତ୍ର ସାଦା ଖାଦ୍ୟ ଛଡା ଅଣ୍ଡା ଆଦୌ ଦେଖିବାକୁ ମିଳି ନ ଥିଲା।ସରକାର ମଧ୍ୟାହ୍ନ ଭୋଜନ ଓ ଅଣ୍ଡା ବାବଦରେ ସମସ୍ତ ବ୍ୟୟ ବହନ କରୁଥିବା ସ୍ଥଳେ, ଅଣ୍ଡା କାହିଁକି ହୋଇନାହିଁ ବୋଲି ଦାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସଂଯୁକ୍ତା ଆଚାର୍ଯ୍ୟକୁଂ ପଚାରି କାରଣ ଜାଣିବାକୁ ଚାହିଁଥିଲେ। ଶ୍ରୀମତି ଆଚାର୍ଯ୍ୟ କହିଥିଲେ କି “ଆଜି ସଂକ୍ରାନ୍ତି ହୋଇଥିବାରୁ କାଳେ କେହି ପିଲା ଖାଇବେ ନ ଖାଇବେ ସେଥିପାଇଁ ଆଜି ଅଣ୍ଡା କରାଯାଇନାହିଁ,ଆସନ୍ତା ବାରିରେ ଦୁଇଥରର ଦିଆଯିବ” ମାତ୍ର ଏହି ଉତ୍ତର ଶ୍ରୀ ବାରିକକୁଂ ସନ୍ତୁଷ୍ଟ କରିପାରି ନ ଥିଲା ସେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ ।ଏ ସଂପର୍କରେ ତାଂକ ମତାମତ ଜାଣିବାକୁ ଆମେ ଫୋନରେ ଯୋଗାଯୋଗ କରିଥିଲୁ ସେ କହିଥିଲେ ଯେ ବିଭାଗୀୟ ନିର୍ଦ୍ଦେଶନାମାର କାର୍ଯ୍ୟକାରୀତା ସେ ଦେଖିବେ,ଏଣୁ ସେ ଜିଲ୍ଲାଶିକ୍ଷାଧିକାରୀକୁଂ ଲିଖିତ ଜଣାଇବେ ଯାହା ପଦକ୍ଷେପ ସେ ହିଁ ନିର୍ଦ୍ଦେଶ ଦେବେ।ତେବେ ସଂପ୍ରୁକ୍ତ ଶିକ୍ଷୟତ୍ରୀ ଶ୍ରୀମତି ଆଚାର୍ଯ୍ୟକଂ ମତାମତ ଜାଣିବାକୁ ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ। ଘଟଣାଟି ସାରାଅଂଚଳର ଶିକ୍ଷକ ଶିକ୍ଷୟତ୍ରୀକଂ ମହଲରେ ଭୟର ବାତାବରଣ ଖେଳାଇଦେଇଛି ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]