
ନୂତନ କୋର୍ଟ ପ୍ରତିଷ୍ଠାରେ କଛପ ଗତି!!

ଦାୟୀ କିଏ??
କଟକ ଗ୍ରାମାଞ୍ଚଳ ଜିଲ୍ଲା (ନି. ପ୍ର)ସେଦିନ କବି କଣ୍ଠ ଗାଇଥିଲା କୋଠ ଭୋଗଖିଆ,ମୋ ଚକା ଆଖିଆ ଉଠ ହେ ପହଡ ଭାଙ୍ଗି।ଆଉ ବି ଉଠରେ ଉଠରେ ଉତ୍କଳସନ୍ତାନ ଉଠିବୁ ତୁ କେତେ ଦିନେ …ପଡୁ ନାହିଁ କିରେ ତୋର ମନେ??ଏବେ କିନ୍ତୁ ମାଗଣା ଚାଉଳ ସାରାରାଜ୍ୟକୁ ମୋହାଛନ୍ନ,ପଙ୍ଗୁ ଅଥର୍ବ କରି ଦେଇସାରିଛି,ତେଣୁ ସାଧାରଣ ଜନତା ଓ ଗଣମାଧ୍ୟମଗୁଡିକ ଶକ୍ତିଲଗେଇ ଓଲଟ,ପାଲଟ କରିବାକୁ ଅହରହ ଚେଷ୍ଟା କରୁଥିଲେ ବି ମାଗଣା ଖାଇ,ନିଘୋଡ଼, ଅଚିନ୍ତାନିଦରେ ଶୋଇଥିବା ଲୋକ କେହି ଉଠିବାକୁ ରାଜିନୁହନ୍ତି,ବରଂ ଉଠେଇବାକୁ ପ୍ରଚେଷ୍ଟା କରୁଥିବା ଲୋକକୁ ଖରା ପ ଭାବିବା ସ୍ଵାଭାବିକ।ଯାହାର କୁଫଳ ଆଗାମୀ ବଂଶଧର ହିଁ ଭୋଗିବେ!!ପ୍ରସଙ୍ଗ ଏଇଠୁ ଆରମ୍ଭ କରିବା ଯେ,ନ୍ୟାୟାଳୟ ଓ ସରକାର ସାଧାରଣ ଜନତାଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚାଇବା ଲକ୍ଷ୍ୟରେ ନୂତନ କୋର୍ଟମାନ ପ୍ରତିଷ୍ଠା କରିବାକୁ ବ୍ୟାପକ ଉଦ୍ୟମ କରୁଛନ୍ତି।ରାଜକୋଷରୁ ବିପୁଳ ଅର୍ଥ ବି ବରାଦ କରାଯାଇଛି।ହେଲେ ପରବର୍ତ୍ତୀ ପଦକ୍ଷେପ ନେବାରେ ବିଳମ୍ବ,ଜନ ଅସହଯୋଗ ଏଥିରେ ପ୍ରଧାନ ପ୍ରତିବନ୍ଧକ ସୃଷ୍ଟି କରିଛି।ପ୍ରାପ୍ତ ତଥ୍ୟ ସୂଚନା ଅନୁଯାୟୀ,କଟକ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସ ଅନ୍ତର୍ଗତ ଓଲଟପୁର ଓ ଗୋବିନ୍ଦପୁର ଥାନା ଅଧୀନସ୍ଥ ଗରୀବ ଲୋକମାନେ ଛୋଟ ମୋଟ ଘଟଣାରେ କଟକ ଦୌଡ଼ି ଖର୍ଚ୍ଚାନ୍ତ ହେଉ ଥିବା ବେଳେ,ହାଇକୋର୍ଟ ଓ ତତ୍ ଅଧୀନ କୋର୍ଟ ଗୁଡ଼ିକ ଯୋଗୁ କଟକ କଚେରୀଛକ ଅଞ୍ଚଳ ବିଳ ମ୍ବିତରାତି ପର୍ଯ୍ୟନ୍ତ ଲୋକାରଣ୍ୟ,ଟ୍ରାଫିକ ଜାମ ହୋଇ ରହୁଛି।ଆଉ ସେଠାରେ ଯାତାୟାତ ଓ ସାଧାରଣ ସାଇକେଲଟିଏ ବି ରଖିବାକୁ ସମ୍ଭବ ହେଉନାହିଁ,ଫଳରେ ନାହିଁ ନଥିବା ସମସ୍ୟା ଦୁର୍ଘଟଣା,ଆଦି ସୃଷ୍ଟି ହେଲାଣି।ଏ ସମସ୍ତ ବିଷୟକୁ ଧ୍ୟାନରେ ରଖି ସିଭିଲଜଜ୍(ଜୁନିୟର ଡିଭିଜନ) କମ୍ ଜେ.ଏମ.ଏଫ୍.ସି କୋର୍ଟ ଖୋଲିବାକୁ ସର କାରୀ ମଞ୍ଜୁରୀ ଓ ଅନୁଦାନ ମିଳିଛି।ଜାନୁଆରୀ ୩୧ତାରିଖ,୨୦୨୩ ମସିହାରେ କଟକଜିଲ୍ଲା ସିଭିଲ ଜଜକୋର୍ଟ ରେଜିଷ୍ଟ୍ରାରଙ୍କ ସ୍ବାକ୍ଷରରେ କୋର୍ଟ ପରିସର ଓ ଆନୁଷଙ୍ଗିକ ଆବଶ୍ୟକୀୟ ଭିତ୍ତିଭୂମି ପ୍ରତିଷ୍ଠାନିମନ୍ତେ କଣ୍ଟାପଡ଼ାବ୍ଲକ ଅଧିନସ୍ଥ ୩ଏକର ବିଶିଷ୍ଟ ଏକ ସରକାରୀ ସ୍ଥାନ ଚୟନ ଲାଗି ପତ୍ରଟିଏ କଣ୍ଟାପଡ଼ା ତହସିଲଦାରଙ୍କୁ ପହଞ୍ଚି ଥିଲା,ଓ ବ୍ୟକ୍ତିଗତ ଭାବେ ଫୋନ୍ ଯୋଗେ ତନା ଘନା ନିର୍ଦ୍ଦେଶ ମଧ୍ୟ ମିଳିଥିଲା।ଏମିତିକି ଅସ୍ଥାୟୀ ଭାବେ କୋର୍ଟଖୋଲି,ପରେ ସ୍ଥାୟୀ କୋଠାବାଡ଼ି ନିର୍ମାଣ ନିମନ୍ତେ ମଞ୍ଜୁର ଅନୁଦାନ ଉପଯୋଗ କରିବାକୁ ମାନ୍ୟବର ନ୍ୟାୟାଧିଶ ଉଦ୍ୟମ କରି ଥିଲେ,ଜିଲ୍ଲାପାଳ କଟକଙ୍କୁ ବି ତତ୍ପର କରାଯାଇ ଥିଲା।ଫଳରେ କୋର୍ଟଟି ପ୍ରତିଷ୍ଠା ହୋଇଥିଲେ ପରୋକ୍ଷ ପ୍ରତ୍ୟେକ୍ଷରେ ବହୁ ପ୍ରତିକ୍ଷୀତ ଆତ୍ମନିଯୁ କ୍ତି ଆଶାୟୀଙ୍କ ଆତ୍ମନିଯୁକ୍ତି ସୁଯୋଗ ବି ସୃଷ୍ଟି ହୋଇଥାନ୍ତା।ମାତ୍ର,ଅସ୍ଥାୟୀଭାବେ(କଣ୍ଟାପଡ଼ାବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି)ଛାତ୍ର ଅଭା ବରୁ ବନ୍ଦ ହୋଇଯାଇଥିବା ପ୍ରାଥମିକ ବିଦ୍ୟା ଳୟ ପରିସରକୁ ଉପଯୋଗ କରିବାକୁ ଲୋକେ ପ୍ରସ୍ତାବ ଦେଇଥିଲେ।କଣ୍ଟାପଡ଼ା ତହସିଲଦାର ଏହି ସ୍ଥାନ ପରିଦର୍ଶନ ବି କରିଥିଲେ।ସବୁ ଦୃଷ୍ଟିରୁ ଉପଯୁକ୍ତ ଥିବା ବନ୍ଦ ପ୍ରାଥମିକବିଦ୍ୟାଳୟ ପରିସର କୋଠା ବାଡ଼ି ବି ସଠିକ୍ ଉପଯୋଗ ରକ୍ଷଣାବେକ୍ଷଣ,ସମ ୟ ଅନୁଯାୟୀ ମରାମତି ବି ହୋଇଥାନ୍ତା;ମାତ୍ର କେନ୍ଦ୍ରାପଡ଼ା ଜିଲ୍ଲା,ଡେରାବିଶ ନୂଆହାଟ ଅଞ୍ଚଳର ସ୍ଥାୟୀ ବାସିନ୍ଦା ଥିବା ଓ ଆଉ ମାତ୍ର ୫ମାସ ପରେ ଅବସର ନେବାକୁ ଯାଉଥିବା ବ୍ଲକ ଶିକ୍ଷାଧିକାରୀ ଜଣଙ୍କ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ବାର୍ଥରେ ଧୂଳି ଦେବାକୁ ଯାଇ ଏହା ବିରୁଦ୍ଧରେ ମହିଳା ତହସିଲ ଦାରଙ୍କୁ କୌଣସି ସହଯୋଗ କଲେ ନାହିଁ ବରଂ ନାନା ଆଳ ଦେଖାଇ ଜବର ଦଖଲରେ ରଖିଥିବା ପ୍ରାଥମିକ ବିଦ୍ୟାଳୟରୁ ଘଉଡାଇ ଦେଲେ।ଏହି ବନ୍ଦ ପ୍ରାଥମିକ ବିଦ୍ୟାଳୟ ପରିସର କେତେକ ମଦୁଆ ପ୍ରାଥମିକ ଶିକ୍ଷକଙ୍କ ନିରାପଦ ମଦପିଆ ଆଡା ଓ ଆଶ୍ରୟସ୍ଥଳୀ ବନିଛି,ଯାହା ଫଳରେ ବ୍ଲକ ପରିସରକୁ ବ୍ଲକଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଉଠି ଯାଇ ଥିଲେ କିମ୍ବା ବନ୍ଦ ପ୍ରାଥମିକ ବିଦ୍ୟାଳୟ ପରି ସରରେ କୋର୍ଟପ୍ରତିଷ୍ଠା ହୋଇଥିଲେ ଆଉ ତାହା ସମ୍ଭବ ହୋଇ ନ ଥାଆନ୍ତା।ହାଇକୋର୍ଟ ତଥା ସିଭିଲଜଜ୍ ରେଜିଷ୍ଟ୍ରାରଙ୍କ ଆଦେଶ ବିରୁଦ୍ଧରେ ଯିବାକୁ ଏହି ଶିକ୍ଷାଧିକାରୀଙ୍କ ଏତେବଡ଼ ସାହସ ହେଲା କେମିତି?ଦ୍ଵିତୀୟ ପର୍ଯ୍ୟାୟରେ କଣ୍ଟାପଡ଼ା ତହସିଲକୁ ଲାଗି ରହିଥିବା ସଂରକ୍ଷିତ ବିପୁଳ ପରିମାଣର ସରକାରୀ ବାଲିକୁଦକୁ ରାଜସ୍ୱ ନିଶା ରେ ତହସିଲ ପକ୍ଷରୁ ବେସରକାରୀ,ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକୁ ଲିଜ ଦିଆଯାଇ ସରିଛି,ଯାହାକୁ ନିଜେ ଜିଲ୍ଲାପାଳ ଅନୁମୋଦନ ଦେଇଛନ୍ତି।କେବ ଳ ସେତିକି ନୁହେଁ,ଏହି ବହୁମୂଲ୍ୟ ଜମିର ରାସ୍ତା ପାର୍ଶ୍ବ କିଛିଅଂଶକୁ ବ୍ଲକ କଳାସଂସ୍କୃତି ସଂଘ ନାମ ରେ ଲିଜ ଦିଆଯାଇଛି,ଯେଉଁ ସଂଘର ନିଜେ ଜିଲ୍ଲା ପାଳ ହିଁ ସଭାପତି ଅଟନ୍ତି।ଅବଶିଷ୍ଟ ସ୍ଥାନରୁ କିଛି ଅଂଶ ଜବରଦଖଲ ବି ରହିଛି ତେଣୁ ବଳକାସ୍ଥାନ ୩ଏକରରୁ କମଥିବାରୁ ପ୍ରସ୍ତାବିତକୋର୍ଟ ଏଠାରେ ସ୍ଥାପନ ହୋଇପାରିବ ନାହିଁ ବୋଲି ଜଣାପଡିଛି।ପରବର୍ତ୍ତୀ ପର୍ଯ୍ୟାୟରେ ବରାହୀପୁର ଠାରେ ପିଲା ମାନଙ୍କ ଦ୍ଵାରା ବ୍ୟବହୃତ ଏକ ଖେଳ ପଡିଆ ଉପ ରେ ପ୍ରଶାସନର ଦୃଷ୍ଟିପଡ଼ିଥିଲା ମାତ୍ର ତାହା ବି ୩ ଏକରରୁ କମଥିବାରୁ ଉପଯୁକ୍ତ ହୋଇପାରିଲା ନାହିଁ।ରାଜ୍ୟ ରାଜପଥକୁଲାଗି ସୁନ୍ଦରଗ୍ରାମ ଠାରେ ସରକାରୀ ଜାଗାମଧ୍ୟ ଧାର୍ଯ୍ୟ ନିର୍ଦେଶନାମା ବାହା ରେ ହେବାରୁ ତାକୁ ବି ବାଦଦିଆଗଲା।ଶେଷରେ ଉଡିଯୋହଳଠାରେ ଥିବା ରକ୍ଷିତକିସମ ଖାତା ନମ୍ବର ୧୦୯,ପ୍ଲଟନମ୍ୱର୍ ୩୪୨,ରକବା ୦୮ ଏ କର ୫୨ଡିସିମିଲକୁ ଉପଯୁକ୍ତସ୍ଥାନ ଆଗାମୀ ଦିନ ରେ ଷ୍ଟାଫକ୍ୱାର୍ଟର,ସବଜେଲ ଲାଗି ସମସ୍ତ ସମ୍ପ୍ରସା ରଣ ସମ୍ଭାବନାଥିବାରୁ ଚିହ୍ନଟ କରାଯାଇ ଜିଲ୍ଲାପା ଳଙ୍କ ଅନୁମୋଦନ ନିମନ୍ତେ ପଠାଯାଇଛି ଯେ ଯା ଇଛି।ଏବେ ସାମାନ୍ୟ କିଛି ମୋରମ ଏହି ପ୍ଲଟଉ ପରେ କେହି ଗଦାକରିଛି!!ଯଦି ଏହା ପ୍ରସ୍ତାବିତ କୋର୍ଟନିମନ୍ତେ ହୋଇଥାଏ ତେବେ ଏହା କଛପ ଗତି ବୋଲି କହିବା ଖୁବ୍ ଭଲହେବ।ତେବେ କୋ ର୍ଟ ସ୍ଥାପନରେ ବିଳମ୍ବ ଲାଗି ଦାୟୀକିଏ ?ଲୋକେ ପ୍ରଶ୍ନ କରିଛନ୍ତି????


