ନୃଶଂସ(ସରକାରୀ ବିଦ୍ୟାଳୟ) ଶିକ୍ଷକଙ୍କ ମାଡ଼ରେ ଦଳିତ ଛାତ୍ର ଲହୁ ଲୁହାଣ,କଙ୍ଗାରୁ କୋର୍ଟ ବସି ଶିକ୍ଷକଙ୍କୁ କ୍ଷମା,ବ୍ଲକ ଶିକ୍ଷାଧିକାରି କହିଛନ୍ତି ସେ କିଛି ଜାଣି ନାହାନ୍ତି!
କଟକ ଗ୍ରାମାଞ୍ଚଳ(ନି ପ୍ର) ୦୩/୦୯ ଦଣ୍ଡ ମୁକ୍ତ ଶିକ୍ଷା,୫ଟି ଶାସନ କାଳରେ ଏକ ସରକାରୀ ବିଦ୍ୟା ଳୟର ଜଣେ ନବମ ଶ୍ରେଣୀ ଛାତ୍ରକୁ ଶ୍ରେଣୀ କକ୍ଷ ରେ ବିଦ୍ୟାଳୟର ଶିକ୍ଷକ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି।ଜନ ସାଧାରଣ ଦୋଷୀ ଶିକ୍ଷକ ଜଣଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲଢ଼ିବା ବଦ ଳରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କଙ୍ଗାରୁ କୋର୍ଟ ବସି ଶିକ୍ଷକ ଜଣଙ୍କୁ ଦୋଷରୁ ମୁକ୍ତ କରି ଦେଇଛନ୍ତି।ଏଭଳି ଅଭାବନୀୟ ଘଟଣା ବିରୁଦ୍ଧରେ ତୁଣ୍ଡ ନ ଖୋଲି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ପ୍ରତି ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।

କଟକ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଉତ୍ତାରଣ ପଞ୍ଚାୟତ, ଉତ୍ତାରଣ ଗ୍ରାମରେ ଅମ୍ବିକା ସରକାରୀ ଉଚ୍ଚ ବିଦ୍ୟାଳ ୟ ରହିଛି।ଉକ୍ତ ବିଦ୍ୟାଳୟର କାର୍ଯ୍ୟରତ ଜନୈକ ଜିଲ୍ଲା ପରିଷଦ ଶିକ୍ଷକ ଗୋପାଳ ଦାସ ଆଜି ମଧ୍ୟାହ୍ନରେ ନବମ ଶ୍ରେଣୀର ଜନୈକ ଛାତ୍ରଙ୍କୁ ଅତି ନିର୍ମମ,ନୃଶଂସ ଭାବେ ମାଡ଼ ମାରି କ୍ଷତ ବିକ୍ଷତ ଓ ଲହୁ ଲୁହାଣ କରିଦେଇ ଥିଲେ।ଏମିତିକି ମାଡ଼ରେ ଖଣ୍ଡିଆ ଖାବରା ହେବାରୁ କୌଣସି ଅଙ୍ଗ ପ୍ରତ୍ୟେଙ୍ଗ ବର୍ତ୍ତି ନଥିଲା।ଛାତ୍ରର କାନ ମୂଳ,ବେକ ଆଦି ଖଣ୍ଡିଆ ହୋଇ ରକ୍ତ ବହୁ ଥିଲା।ଛାତ୍ରଟି ମାଡ଼ ଖାଇ ଆଉ ଚାଲି ନ ପାରି ଛୋଟେଇବାରୁ ଘଟଣା ପଦାକୁ ଆସି ଥିଲା।ଏହି ଘଟଣା ଅଞ୍ଚଳରେ ବ୍ୟାପି ଯିବାରୁ ଲୋକ ମାନେ ବିଦ୍ୟାଳୟକୁ ଧାଇଁଥିଲେ।ମାତ୍ର ମୁଷ୍ଟିମେୟ କେତେଜଣ ଓ ସ୍ଥାନୀୟ ଜଣେ ଲୋକ ପ୍ରତିନିଧିଙ୍କ କଙ୍ଗାରୁ କୋର୍ଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବସି ଶିକ୍ଷକ ଜଣଙ୍କୁ ଘଣ୍ଟ ଘୋଡାଇବାର ପ୍ରୟାସ ଆରମ୍ଭ ହୋଇଥିଲା।ଘଟଣା ପଛର କାରଣ ବୁଝି ବାରୁ କେତେକ ‘ଶିକ୍ଷକ ଜଣଙ୍କର ପ୍ରବଳ ଆଳୁ ଦୋଷ ଥିବା କହିଥିଲେ’,ନବମ ଶ୍ରେଣୀର ଛାତ୍ରଟିଏ ହୋଇଥିଲେ ବି ସଂପୃକ୍ତ ଶିକ୍ଷକ କୁଆଡେ଼ ତା ଉପ ରେ କୁ-ନଜର ପକାଉ ଥିଲେ।ଏଥିରେ ସଫଳ ନ ହେବାରୁ ଏପରି ମରଣାନ୍ତକ ମାଡ଼ ଦେଇଥିଲେ।ଅପର ପକ୍ଷରେ ନିଜକୁ ସଫେଇ ଦେବାକୁ ଯାଇ ଶିକ୍ଷକ ଛାତ୍ରଟିକୁ ଏଥିପାଇଁ ପିଟିଲେ ଯେ ସେ ଶ୍ରେଣୀ ର ଛାତ୍ରୀମାନେ ଏକ ଗଲାବେଳେ କୁଆଡେ ତାଙ୍କୁ ସେ ଟେକା ଫିଙ୍ଗୁ ଥିଲା।ତେବେ କାହା କଥା ସତ ତାହାର ତଦନ୍ତ ହେଲେ ଜଣା ପଡ଼ିଥାନ୍ତା।ଘଟଣା ସମ୍ପର୍କରେ କଣ୍ଟାପଡ଼ା ବ୍ଲକ ଶିକ୍ଷାଧିକାରୀ ପ୍ରତାପ ପ୍ରଧାନଙ୍କୁ ପଚାରିବାରୁ ସେ ପ୍ରଥମେ ଏ ସମ୍ପର୍କରେ କିଛି ଜାଣି ନାହାନ୍ତି,ଏଇ ଅପରାହ୍ନ ୫ଟା ବେଳେ ଶୁଣିଲେ,କେହି ଅଭିଯୋଗ କରି ନାହାନ୍ତି ଆଦି ପରସ୍ପର ବିରୋଧୀ କଥା ମାନ କହିଥିଲେ।ଏଥିରୁ ସେ କେତେ ସତ କହୁଛନ୍ତି ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି।ତେବେ ଉକ୍ତ ଘଟଣା ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦୃଷ୍ଟିକୁ ଅଣାଯିବ ବୋଲି କେତେକ କହିଛନ୍ତି।ଉକ୍ତ ଶିକ୍ଷା ବିଭାଗର ସି ଆର୍ ସି ସି କିଏ?ସେ କଣ କରୁଥିଲେ?କାହିଁକି ଉପର ଅଧି କାରୀଙ୍କୁ ଏଯାଏ ଜଣାଇ ନାହାନ୍ତି,ତାହା ବିସ୍ମୟ ସୃଷ୍ଟି କରିଛି।
