ନୈରାଶ୍ୟଜନକ ସ୍ଥିତିରେ ଚଳିତ ବର୍ଷର ମଣ୍ଡିରେ ଧାନସଂଗ୍ରହ
କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ଚଳିତ ବର୍ଷ ମଣ୍ଡି ରେ ଖରିଫ ଧାନସଂଗ୍ରହ ନୈରାଶ୍ୟଜନକ ସ୍ଥିତି ରେ ପହଞ୍ଚିଛି।କଟକଜିଲ୍ଲା କଣ୍ଟାପଡ଼ାବ୍ଲକ ଅନ୍ତ ର୍ଗତ ବରୁଣେଇ ସେବାସମବାୟ ସମିତିରେ ଦ୍ଵିତୀ ୟ ଧାନସଂଗ୍ରହ ମଣ୍ଡି କାର୍ଯ୍ୟକ୍ଷମ ହେବା ସମୟ ରେ ଏହା ସ୍ପଷ୍ଟହୋଇଛି।ପୂର୍ବରୁ ବ୍ରାହ୍ମଣସାଇଲୋ ସେବା ସମବାୟ ସମିତିରେ ଏହାର ପ୍ରାକସୂଚନା ମିଳିଥିଲା।ବରୁଣେଇ ସେବା ସମବାୟ ସମିତି ଭା ରପ୍ରାପ୍ତ ସଂପାଦକ କ୍ଷୀରୋଦ ମଲ୍ଲିକଙ୍କ ଉପସ୍ଥିତି ରେ ବ୍ଲକଉପାଧ୍ୟକ୍ଷ ଜଚିନ୍ଦ୍ର ବରାଳ,ବ୍ଲକଯୋଗାଣ ନୀରିକ୍ଷକ ଶର୍ମିଷ୍ଠା ଦଳ ବେହେରା,କ୍ରୟକମିଟି ସଦସ୍ୟ,ଗଣେଶଚନ୍ଦ୍ର ମଲ୍ଲିକ,କମଳାକାନ୍ତ ରାଉତ ରାୟ,ନିରଞ୍ଜନ ବିଶ୍ୱାଳ,ସମିତି କର୍ମଚାରୀ ସୁକାନ୍ତ କୁମାର ସେନାପତି,କାର୍ତ୍ତିକ ସାହୁ ପ୍ରମୁଖ ସହଯୋ ଗ କରିଥିଲେ।ମାତ୍ର ୪ଜଣ ଚାଷୀଙ୍କ ଠାରୁ ୧୬୯. ୮୯କ୍ୱି ଧାନ ସଂଗ୍ରହହୋଇଛି।ଏପରି ସ୍ଥିତି ସମ୍ପର୍କ ରେ ଜାଣିବାକୁ ଆମେ ଚାହିଁଥିଲୁ।ଏଥିରୁ ଜଣା ପଡିଲା ଯେ ଚଳିତବର୍ଷ ଧାନମଣ୍ଡିରେ କ୍ଵିଣ୍ଟାଲ ପିଛା ସରକାରୀ ଦର ୨୧୮୩ଟଙ୍କା ରହିଛି।ସେ ଥିରେ ଚାଷୀ ଧାନରୁ ମାତ୍ର ୬୫ରୁ ୭୦ଭାଗ ନିଆ ଯିବ।ଅବଶିଷ୍ଟଧାନ ଚାଷୀକେମିତି,କାହାକୁ ବିକିବ ?ସେଥିରେ ଶୁଖିଲା ପାଚିଲା,ଭଲଭାବେ ପରିଷ୍କାର ଧାନନିମନ୍ତେ ଯେଉଁ ମଜୁରୀ ଖର୍ଚ୍ଚହେବ ତାହା କିଏ ଭରଣାକରିବ?ପୁଣି ଝୋଟ ଅଖାରେ ଧାନଭରିବା ଯେଉଁକଷ୍ଟ ଦାୟକ ତାହା ଚାଷୀର ବେଦନା ବୁଝି ବାକୁ କେହିନାହିଁ।ଅପର ପକ୍ଷରେ ବେପାରୀ କଞ୍ଚା ଧାନକୁ କ୍ଵିଣ୍ଟାଲପିଛା ୧୮୫୦ରୁ ୧୯୦୦ଟଙ୍କା ଦେ ଇ ବୋହି ନେଉଛି,ମଣ୍ଡିପରି ବେପାରୀ ଧାନରୁ କାଟେଣି,ଛାଟେଣୀ ନେଉନାହିଁ।ମଣ୍ଡିଦର,ବେପା ରୀ ଦରଭିତରେ ମାତ୍ର ୩୦୦ଟଙ୍କାର ବ୍ୟବଧାନ ଦେଖିବାକୁ ଗଲେ ପ୍ରାୟ ତାହା ପାଖାପାଖି।ମଣ୍ଡି ସ୍ୱଳ୍ପ ସମୟପାଇଁ,ସବୁଧାନ ପା ଇଁ ନୁହେଁ।ତେଣୁ ବହୁଚାଷୀ ବେପାରୀଙ୍କୁ ନଗଦ ଟଙ୍କାରେ ଧାନ ବିକି ସାରିଲେଣି।
ଜଗତସିଂହପୁର ଜିଲ୍ଲା ଖବର