
ପଂଚାୟତ ମହୋତ୍ସବ ମଂଚରେ ସରପଂଚକଂ ଦେଖାନାହିଁ ! ପ୍ରତିଶ୍ରୁତିଅନେକ,ହେଲେ ସମ୍ଭାବନା ସମୟ କହିବ ?
କାର୍ଯ୍ୟକ୍ରମର ନାଁ ହେଉଛି ପଂଚାୟତ ମହୋତ୍ସବ ପୋସ୍ତଳ ଗ୍ରାମ ପଂଚାୟତ। ହେଲେ ଘରକୁ କୁଣିଆ ଡାକିଥିବା ମୁଖ୍ୟ ବ୍ୟକ୍ତି ଜଣକଂ ଯଦି ଦେଖା ନ ମିଳେ କିମ୍ବା କେହିଜଣେ ଅନୁପସ୍ଥିତିର କାରଣ ନ ବୁଝେ ସେ ଘର କି ଘର ?ଆଉ ସେ କୁଣିଆ କୋଉପ୍ରକାରର କୁଣିଆ ତାହା ଭାବିବାକୁ ପଡିବ।କେବଳ ସେତିକି ନୁହେଁ ମାମଲତି କରୁଥିବାବ୍ୟକ୍ତି ଯଦି ଅଧିକା ମାମଲତି କରନ୍ତି ତେବେ ଲୋକେ କହିବା ସ୍ୱାଭାବିକ ଯେ ” ଘରେ କେହି ନୁହେଁ ଚାଳରେ କୁଆ ବସେଇ ଦଉନାହିଁ “ସେମିତିଏକ କଥାଉଠିଛି ନିମ୍ନ କାରଣରୁ।ପଂଚାୟତ ମହୋତ୍ସବ’ ପୋସ୍ତଳ ପଂଚାୟତ ୫ଦିନ ବ୍ୟାପୀଏକଉତ୍ସବ ଆୟୋଜନ କରିଛନ୍ତି,ଯାହାର ଆଜି ଥିଲାଉଦଘାଟନ ଉତ୍ସବର ସଂଧ୍ୟା ।ମଂଚରେ ଥିଲେ କଣ୍ଟାପଡା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିପିନି ବିହାରୀ ପାତ୍ର , ସାଂସଦକଂ ପ୍ରତିନିଧି ବିମାନ ବିହାରୀ ବେହେରା, ସାଂସଦ ଡାଃ ରାଜଶ୍ରୀ ମଲ୍ଲିକ , କଣ୍ଟାପଡା ପଂଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ,ଉପାଧ୍ୟକ୍ଷ ସୁଦର୍ଶନ ରାଉତରାୟ,ସଭାପତିତ୍ୱ କରୁଥିବା ପଂଚାୟତର ପୂର୍ବତନ ସରପଂଚ ପ୍ରଦୀପ୍ତ କୁମାର ପାତ୍ର ।ହେଲେ ସରପଂଚ ଧୀରେନ୍ଦ୍ରବାବୁକୁଂ ମଂଚରେ କେଉଁଠି ହେଲେ ଦେଖିବାକୁ ମିଳିଲାନି।କାରଣ କଣ କେହି କହିପାରିଲେନି ।କେହି ବି ଅତିଥିକଂ ଠାରୁଅଣଅତିଥିଯାଏ ପଚାରିଲେନି ସରପଂଚ କାହାନ୍ତି?କି କଣପାଇଁ ଅନୁପସ୍ଥିତ ?ଥରେ କେହି ପଚାରିଲାନି ସରପଂଚକଂ ଭୂମିକା କିମ୍ବା ତାଂକ ନାଁ କଣ ?ତେବେଏହି ଯୋଜନା ପାଇଁ ସରକାରୀ ଭାବେ ପାଣ୍ଠି ଯୋଗାଣ ହୋଇଛି କି ନା?କେତେ ଟଂକା,କେଉଁ ସୂତ୍ର ରୁ,କେଉଁପ୍ରକଳ୍ପ ବାବଦରେ ଖର୍ଚ୍ଚ ହେଉଛି ? କେବଳଏତିକି ନୁହେଁ ଏହି୫ଦିନ ବ୍ୟାପୀ ମହୋତ୍ସବର ଅସଲ ଲକ୍ଷ୍ୟ କଣ ?ଆଉ କେଉଁସବୁ ପଂଚାୟତରେ ଏପରି କାର୍ଯ୍ୟକ୍ରମ ସବୁ ହୋଇଛି ?କେମିତି ଉପସ୍ଥିତ ଅତିଥି ମାନକଂର ମନସଂଭାଳି ହେଲା ସରପଂଚକୁଂ କାର୍ଯ୍ୟକ୍ରମରୁ ବାଦ ଦେବାକୁ?ଦ୍ୱିତୀୟ କଥାଟି ହେଲା ଯେ ସବୁ ଅତିଥି ସଭାପତିତ୍ୱ କରୁଥିବା ପୂର୍ବତନ ସରପଂଚ ପ୍ରଦୀପ୍ତ କୁମାର ପାତ୍ରକୁଂ ଢେର ପ୍ରଶଂସା କରୁଥିଲେ ହେଲେ ସରପଂଚ ତାଂକ ପଦବୀ ,କ୍ଷମତାର ବ୍ୟବହାର ନିମନ୍ତେ ଯେଉଁ ସୁଯୋଗ ଦେଇଛନ୍ତି , ତାଂକ ମହାନତା,ତ୍ୟାଗ ଓ ଅବଦାନକୁ କେହି ତ କାହିଁ ମନେପକାଇଲେନି ? ସଭାପତି ଶ୍ରୀ ପାତ୍ର ଅଂଚଳର ସମସ୍ୟା ଯଥା:-ଦେବୀ ନଦୀ ବନ୍ଧ, ବଡବିଲ – ପୋସ୍ତଳ ରାସ୍ତା,ରହମ୍ବା ସାଇ କଲୋନୀକୁ ରାସ୍ତା ,ତୁଣ୍ଡା ବିରିଖଳା ରାସ୍ତା ,ଉତ୍ତରପାରୀ ନଦୀବନ୍ଧ ,ପୋସ୍ତଳରେ ଏକ ଡାକ୍ତରଖାନା ଦାବୀ କରିଥିଲେ। ତେବେ ବହୁପ୍ରକଳ୍ପ ନିମନ୍ତେ ସରକାରୀ ଭାବେ ଯୋଜନା ମାନ ଓ ବ୍ୟୟ ବରାଦର ବ୍ୟବସ୍ଥା ବି ରହିଛି, ଏକଥା ଶ୍ରୀ ପାତ୍ର ଜଣେ ପୂର୍ବତନ ସରପଂଚ ଭାବେ ଭଲ ଜାଣିଛନ୍ତି ତେବେଏପରି ପ୍ରସ୍ତାବ ଦେବାର ମାନେ କଣ ? ସାଂସଦ ମଧ୍ୟଏସବୁକୁ ଦେଖିବେ କହି ପ୍ରତିଶ୍ରୁତି ଦେଇଥିଲେ,ଯାହା ସମୟ କହିବଏଥିରୁ କେତେ ପୂରଣ ହେବ କେତେଅପୂରଣୀୟ ରହିବ।ତା ପର କଥାଟି ହେଲା କି ଶ୍ରୀ ପାତ୍ରକୁଂ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉଲ୍ଲେଖନୀୟ ସଫଳତା ପାଇଁ ପୋସ୍ତଳ ପଂଚାୟତ କେନ୍ଦ୍ର ସରକାରକଂ ଠାରୁ ସମ୍ବର୍ଦ୍ଧିତ ହୋଇଥିବାର ଶ୍ରେୟ ।ଏହି ପଂଚାୟତ ରାଷ୍ଟ୍ରପତିକଂ ଦ୍ୱାରା ପାଇଖାନା ନିର୍ମାଣ କରି ନିର୍ମଳ ଗ୍ରାମ ପୁରସ୍କାର ପାଇଥିଲା ଏବେ ସେଗୁଡିକର ସ୍ଥିତିକଣ?କେହି ସରକାରୀବାବୁ ଏହାର ପରଖ ନେଲେଣି କି ?