
ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଜନନାୟକ ତ୍ରିଲୋଚନ କାନୁନଗୋ
କଟକ ଗ୍ରାମାଞ୍ଚଳ ଜିଲ୍ଲା (ବ୍ୟୁରୋ ନିଉଜ) ରାଷ୍ଟ୍ରୀ ୟ ମର୍ଯ୍ୟାଦା ସହିତ ଦିବଂଗତ ଓଡିଶାର ବିଶିଷ୍ଟ ଜନନାୟକ ତ୍ରିଲୋଚନ କାନୁନଗୋଙ୍କ ପାର୍ଥିବ ଶରୀରକୁ ଆଜି ତାଙ୍କ ନିଜ ଗ୍ରାମ କଟକ ଜିଲ୍ଲା, ଗୋବିନ୍ଦପୁର ଥାନା,ବଡମୂଳାଇ ଠାରେ ପୂର୍ବାହ୍ନ ୧୧ଟା ବେଳେ ଅନ୍ତିମ ସଂସ୍କାର କରାଯାଇଛି।ସହସ୍ରାଧିକ ବନ୍ଧୁ,ପ୍ରିୟ ପରିଜନ,ସମର୍ଥକ,ରାଜ କର୍ମଚାରୀ,ରାଜନୈତିକ ନେତ୍ରୁବୃନ୍ଦଙ୍କ ଉପସ୍ଥିତି ରେ ପଞ୍ଚଭୁତରେ ଲୀନ ହୋଇଯାଇଛି ତାଙ୍କ ଆ ତ୍ମା।ଫଳରେ ଦୀର୍ଘ ୫ଦଶନ୍ଧି ଧରି ଓଡ଼ିଶାର ରାଜ ନୈତିକ ପାଣି ପବନରେ ଉଲ୍ଲେଖନୀୟ ପ୍ରଭାବ ପକାଇ ଆସୁଥିବା ଏକ ସ୍ଵର ହଠାତ୍ ପ୍ରେକ୍ଷାପଟ ରୁ ଅନ୍ତର୍ହିତ ହୋଇଛି।ଗତ ୩୦ତାରିଖରେ ଷ୍ଟ୍ରୋକ ଜନିତ ହଠାତ୍ ଅସୁସ୍ଥତା ଯୋଗୁଁ ତାଙ୍କୁ ଚିକିତ୍ସାଳ ୟରେ ଭର୍ତ୍ତି କରାଯାଇ ଥିଲା।ମାତ୍ର ତାଙ୍କ ଅବସ୍ଥା ଗତ ଗୁରୁବାର ରାତିରେ କ୍ରମଶଃ ଜଟିଳ ହୋଇଥି ଲା।ଗତକାଲି ସକାଳେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା।ତାଙ୍କ ମରଶ ରୀରକୁ ଚିକିତ୍ସାଳୟରୁ ବିଧାନସଭା ପରିସରକୁ ନିଆଯାଇ ଥିଲା।ସେଠା ରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଥିଲା।ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆ ରୁଖ,ବିଧାୟକ ପ୍ରଫୁଲ୍ଲ କୁମାର ସାମଲ,ଦେବୀ ପ୍ର ସାଦ ମିଶ୍ର,ଶଶୀଭୂଷଣ ବେହେରା,ଅନନ୍ତ ନାରାୟ ଣ ଜେନା,ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ ଉମା ବଲ୍ଲଭ ରଥଙ୍କ ସମେତ ପ୍ରମୁଖ ନେତ୍ରୁବୃନ୍ଦ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ଅନ୍ତିମ ଦର୍ଶନ କରିଥି ଲେ।ଅଡଶପୁର ସ୍ଥିତ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ସେ ପ୍ରାଣ-ପ୍ରତିଷ୍ଠାତା ସମ୍ପାଦକ ଥିଲେ।ତାଙ୍କ ଶବାଧାର ଗତକାଲି ସେଠାରେ ପହ ଞ୍ଚିଥିଲା।ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ,ଅ ଧ୍ୟାପକ,କର୍ମଚାରୀ,ଛାତ୍ରଛାତ୍ରୀ ତାଙ୍କୁ ଅନ୍ତିମ ଦର୍ଶ ନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଆଜି ପୂର୍ବାହ୍ନ ରେ ହିନ୍ଦୁ ରୀତି,ନୀତି,ପରମ୍ପରା ଅନୁଯାୟୀ ଅନ୍ତିମ ସଂସ୍କାର ନିମନ୍ତେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ନିଜଗ୍ରାମ କଟକଜିଲ୍ଲା,ଗୋବିନ୍ଦପୁର ଥାନା,ବଡ ମୂଳାଇ ଗ୍ରାମ୍ୟ ଶ୍ମଶାନକୁ ନିଆଯାଇଥିଲା।ସେଠା ରେ କଟକଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭ ବାନୀ ଶଙ୍କର ଚୟନି,ନିଆଳି ବିଧାୟକ ଡାକ୍ତର ପ୍ର ମୋଦ କୁମାର ମଲ୍ଲିକ,ପୂର୍ବତନ ବିଧାୟକ ଯଜ୍ଞେ ଶ୍ଵର ବାବୁ,ତାଙ୍କ ସାନଭାଇ ତଥା ପୂର୍ବତନ ରାଜ୍ୟ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଞ୍ଚାନନ କାନୁନ୍ ଗୋ,ବିଶିଷ୍ଟ ବ୍ୟ କ୍ତି ବିଶେଷ,ସ୍ଥାନୀୟ ଲୋକ ପ୍ରତିନିଧି,ଅଞ୍ଚଳ ବା ସୀ ଉପସ୍ଥିତରହି ଦିବଙ୍ଗତ ନେତାଙ୍କୁ ଅଶ୍ରୁଳ ଶ୍ର ଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ସ୍ୱର୍ଗତଃ କାନୁନ୍ ଗୋ ଙ୍କ ସହଧର୍ମିଣୀ ଅଗସ୍ତି କାନୁନଗୋ,ଏକମାତ୍ର ପୁତ୍ର ଶୁଭଦର୍ଶନ ଓ ୩ ଝିଅ ଅଛନ୍ତି।ତାଙ୍କ ବିୟୋଗରେ ରାଜ୍ୟ ଜଣେ ବିଚକ୍ଷଣ,ବିଜ୍ଞ ରାଜନୀତିଜ୍ଞକୁ ହରା ଇଛି,ଯାହା ଆଗାମୀ କେତେ ଦଶନ୍ଧି ଧରି ଅପୂର ଣୀୟ ହୋଇ ରହିବ।୧୯୪୦ ମସିହା,ନଭେମ୍ବର ୨୪ ତାରିଖରେ ଜନ୍ମ ସ୍ୱର୍ଗତଃ କାନୁନଗୋ ୧୯୬୦ ମସିହାରେ ରେଭେନ୍ସା ମହା ବିଦ୍ୟାଳୟ ଛାତ୍ର ସଂ ସଦ ସଭାପତିରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରନ୍ତି।ପରେ ୧୯୭୯-୮୦ ଓ ୧୯୯୨ରୁ ୧୯୯୫ପର୍ଯ୍ୟନ୍ତ କଟକ ନଗର ପୌରପାଳ ଭାବେ ନିର୍ବାଚିତ ହୋଇ ବେଶ ଲୋକ ପ୍ରୀୟତା ଅର୍ଜନ କରିଥିଲେ।୧୯୭୧,୧୯୭୪,୧୯୮୫ ତିନିଥର ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୧୯୯୯ ମସିହାରେ ଜଗ ତସିଂପୁର ଲୋକସଭା ଆସନରୁ ବିଜୁ ଜନତା ଦ ଳ ଟିକେଟରେ ସାଂସଦ ନିର୍ବାଚିତ ହୋଇଥିଲେ।ସାନଭାଇ ପଞ୍ଚାନନକାନୁନଗୋଙ୍କୁ ରାଜ୍ୟ ଅର୍ଥରା ଷ୍ଟ୍ରମନ୍ତ୍ରୀ ଭାବେ ଅବସ୍ଥାପିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।ତେବେ ବିଜୁ ଜନତା ଦଳ ନୀତିଆଦର୍ଶ ସହ ଖାପଖୁଆଇ ନପାରି ଓ ନବଗଠିତ ନିଆଳି ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ଆସନ ହେବାରୁ ଦୁଇଭାଇ ସେହିଦଳ ଛାଡିଥିଲେ ଓ ସକ୍ରିୟ ରାଜନୀତିରୁ ଦୁରେଇ ଯିବାକୁ ଏକ ପ୍ର କାର ବାଧ୍ୟ ହୋଇଥିଲେ।ତାଙ୍କ ବିୟୋଗରେ ରା ଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗ ଭୀର ଶୋକ ପ୍ରକାଶ କରିଛନ୍ତି