
ପଞ୍ଚାୟତସମିତି ବୈଠକ ମଞ୍ଚରେ ବିଜେଡିିକୁ ବଡଭାଇ ପଣିଆର ସୁଯୋଗ ଦେଲାନି ବିଜେପି, ନିରାଶରେ ସରପଞ୍ଚ ନୋମିନିଙ୍କ ମେଳରେ ବସିବାକୁ ପଡିଲ!
କଟକ ଗ୍ରାମାଞ୍ଚଳ(ନି.ପ୍ର)ନିଆଳି(ନି.ପ୍ର)୦୭/୦୯ ନିର୍ବାଚନ ଆଗରୁ ଷଣ୍ଢ ରାଜନୀତି,ଚାଷୀଙ୍କୁ ଲଘୁଚାପ କ୍ଷୟକ୍ଷତି ପ୍ରଦାନରେ ଜନ ମାନସରେ ଓ ନିର୍ବାଚନ ରେ ପଞ୍ଚାୟତ ସମିତି ଆସନ ହାତେଇବାରେ ବିଜେ ପି ଠାରୁ ପରାଜୟ ଲଭିଥିବା ବିଜେଡି ଆଜି ପୁଣି ଥ ରେ ଆଣ୍ଠୁ ସଳଖିବା ଆଗରୁ ଗଣ୍ଠି ଛିଣ୍ଡି ବ୍ୟାକଫୁଟକୁ ଚାଲି ଯାଇଛି।ବିଜେପି କରାୟତ କଣ୍ଟାପଡ଼ା ପଞ୍ଚାୟ ତ ସମିତିର ଅଧ୍ୟକ୍ଷା ଭାବେ ଉଚ୍ଚଶିକ୍ଷିତା ଜିନ୍ନା ଭୋଇ ଓ ଉପାଧ୍ୟକ୍ଷ ଭାବେ ଜଚିନ୍ଦ୍ର ବରାଳ ଜିତିଛନ୍ତି।ଯଚିନ୍ଦ୍ର ଙ୍କ ଘର ବଡ଼ପାଟସୁନ୍ଦରପୁର ପଂଚାୟତରେ,ଜିଲ୍ଲା ପରିଷଦ ସଦସ୍ୟ ପୀୟୂଷ ମିଶ୍ର (ବିଜେଡ଼ିି)ଓ ଜଚିନ୍ଦ୍ର ଙ୍କ ମଧ୍ୟରେ ଆଗରୁ ଦୀର୍ଘ ବର୍ଷର ଶୀତଳ ଶତ୍ରୁତା ତୁ… ତୁ… ମେଁ…ମେଁ ଲାଗି ରହିଛି।ଏଥିରେ ଦୁଇ ଜଣଙ୍କ ଦୁଇଟି ଦଳ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି। ଯାହାର ଚିତ୍ର ଆଜି ସାମ୍ନାକୁ ଆସିଛି।ଆଜି ସମିତି ବୈଠକ ଆରମ୍ଭ ହୋଇଥିଲା।ଆରମ୍ଭରୁ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ପରି ଜିଲ୍ଲା ପରିଷଦ ସଭ୍ୟ ପୀୟୂଷ ମିଶ୍ର ସମ୍ମିଳନୀ କକ୍ଷରେ ପହଞ୍ଚି ମଞ୍ଚରେ ବସିବାକୁ ଚାହିଁଥିଲେ।ହେଲେ ଅଧିକ ଚେୟାର ପକାଯାଇ ନ ଥିଲା,ଏହାକୁ ନେଇ ସମିତି ଉପାଧ୍ୟକ୍ଷ ଯଚିନ୍ଦ୍ର ବରାଳ ଓ ଜିଲ୍ଲା ପରିଷଦ ସଭ୍ୟ ପୀୟୂଷ ମିଶ୍ରଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା।ନିଆଳି ବିଧାୟକ ଘଟଣାରେ ହସ୍ତକ୍ଷେପ କରି ଚେୟାର କିଏ ପକାଉଥିଲା ବୋଲି ପଚାରିବାରୁ ଉତ୍ତରରେ ଚେୟାରମେନ ଜିନ୍ନା ଭୋଇ ଓ ଉପାଧ୍ୟକ୍ଷ ଯଚିନ୍ଦ୍ର ରୋକ୍ ଠୋକ୍ ଶୁଣାଇଥିଲେ ଯେ କାହିଁକି?ଗୃହ ଆମର,ଆମେ ନିର୍ଦ୍ଦେଶ ଦେଇଛୁ,ଯେତିକି ଚେୟାର ଦରକାର ସେତିକି ପକା ଯାଇଛି।ସେମା ନେ ସରପଞ୍ଚ ଓ ସମିତି ସଭ୍ୟ ବସିଥିବା ଚଉକି ଆଡକୁ ଆଙ୍ଗୁଳି ଦେଖାଇ ସେଠାରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ।ଅଗତ୍ୟା ଜିଲ୍ଲାପରିଷଦ ସଭ୍ୟ ଉକ୍ତ ନିର୍ଦ୍ଦେଶପାଳି ପଛ ଆଡ଼କୁ ଯାଇ ବସିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ।ସେହିପରି ବିଧାୟକ ସମସ୍ତ ପ୍ରକଳ୍ପ ଚୟନ କରିବାକୁ ବ୍ରାହ୍ମଣସାଇଲୋ ପଞ୍ଚାୟତ ସରପଞ୍ଚ ପ୍ରସ୍ତାବ ଦେବାରେ ଚେୟାରମେ ନ ଓ ଭାଇସଚେୟାରମେନ କହିଥିଲେ ଯେ ବିଧାୟ କ ତାଙ୍କ ପାଣ୍ଠି କ୍ଷେତ୍ରରେ ସେପରି ନିଷ୍ପତି ନେଇ ପାରିବେ,ମାତ୍ର ସମିତିପାଣ୍ଠି ଘଟଣାରେ କେବଳ ସମି ତି ହିଁ ନିଷ୍ପତ୍ତି ନେବାକୁ ହକଦାର।ତେଣୁ ବଡ଼ ଭାଇ ପଣିଆ କିମ୍ୱା ମନ ମାନି ଦେଖାଇବାର ସୁଯୋଗ ଚଳିତ ସମିତିରେ ବିଜେଡିିକୁ ମିଳିନାହିଁ,କିମ୍ବା ଆଗକୁ ମିଳିବାର ସେପରି ଆଶା-ଅବକାଶ ବି ଦେଖା ଯାଉ ନାହିଁ।ଯାହାକୁ ନେଇ ବଡ ନିରାଶରେ ବିଜେଡ଼ିି ଭାଙ୍ଗି ପଡ଼ିଛି।
