
ପରଲୋକରେ…. ଡାକ୍ତର ସ୍ଵପ୍ନେଶ୍ଵର।

‘ସ୍ଵପ୍ନାୟନ’ର ସଫଳ ନାୟକ

ଚିରଦିନ ଅମ୍ଳାନ ରହିବ ତାଙ୍କର ସେ ପ୍ରତିଭା ଦୀପ୍ତ କୃତି,ତ୍ୟାଗ,ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ଯେତେଦିନ ପର୍ଯ୍ୟନ୍ତ ଆୟୁରଦାୟୀ ହୋଇ ରହିଥିବ ସେତେଦିନ ପର୍ଯ୍ୟନ୍ତ ଇତିହାସ ଏ ପିଢ଼ିରୁ ପର ପିଢ଼ି ହୋଇ କେହି ନା କେହି ତାଙ୍କୁ ଓ ତାଙ୍କ ଅବଦାନକୁ ମନେ ପକାଉ ଥିବ।ସେ ହୁଏ ତ ସେ ଅଫେରା ରାଇଜରୁ ଆଉ କେ ବେ ବି ଦେଖିବାକୁ ଫେରି ଆସି ପାରିବେନି।କାରଣ ଦେବତା ହେଲେ ବି ମୃତ୍ୟୁ ହିଁ ଧ୍ରୁବ ସତ୍ୟ,ଉପକାର ପାଇଥିବା ଲୋକେ ନିଶ୍ଚୟ ଝୁରିବେ!ସେ ଆଉ କେ ହି ନୁହନ୍ତି ,ପ୍ରଥିତଯଶା ଆୟୁର୍ବେଦ ଡାକ୍ତର ସ୍ୱର୍ଗତଃ ସ୍ୱପ୍ନେଶ୍ଵର ପଣ୍ଡା,ଯେ ଗତ କାଲି ପର୍ଯ୍ୟନ୍ତ ଶ୍ରୀଯୁକ୍ତ ଥିଲେ,ଆଜି କିନ୍ତୁ ସ୍ୱର୍ଗତଃ……,ପିତା ସ୍ୱର୍ଗତଃ ରାଜ ବୈଦ୍ୟ ବାଉରୀବନ୍ଧୁ ପଣ୍ଡା,ଛାଗଳାଦି ଘୃତ ଓ ବାମ୍ଫୁ ଆଣି ପାଇଁ ସାରା ଓଡ଼ିଶାରେ ପ୍ରଖ୍ୟାତ ଥିଲେ।ଯେ ତେବେଳେ ସାରା ଓଡ଼ିଶାରେ ସରକାରୀ ଚିକିତ୍ସା ସେବା ସୁବିଧା ଉପଲବ୍ଧ ନ ଥିଲା,ଯୋଗାଯୋଗ ଓ ଗମନାଗମନ ଅପହଞ୍ଚ,ଅଗନା ଅଗନି ବନସ୍ତ ପରି ଥିଲା,ଏକ ଅଖ୍ୟାତ ପଲ୍ଲୀ,ମାଙ୍ଖ ସାଇଲୋ ଗୋବିନ୍ଦ ପୁର ଭଳି ସ୍ଥାନରେ ସେ ସ୍ଵୀୟ ପ୍ରତିଭାର ପରିଚୟ ଦେଇ ବିଶେଷ ଜନାଦୃତ ହୋଇପାରିଥିଲେ।ଦୂର ଦୁରାନ୍ତ ଏମିତିକି ବିଭିନ୍ନ ରାଜ୍ୟରୁ ରୋଗୀ ଚିକିତ୍ସା ନିମନ୍ତେ ତାଙ୍କ ପାଖକୁ ଛୁଟି ଆସୁଥିଲେ।ଦିନଦିନ ଧରି ତାଙ୍କୁ ନିଜ ପରିସରରେ ରଖି ଆୟୁର୍ବେଦ ପ୍ରଣାଳୀରେ ଚିକିତ୍ସା କରୁଥିଲେ।ଆରୋଗ୍ୟର କାହାଣୀ ବ୍ୟାପିଥିଲା କୋଶକୋଶ ଦୂରକୁ।ସେହି ସୁଯୋଗ୍ୟ ମହାମନିଶିଙ୍କ ଉତ୍ତର ଦାୟଦ ଥିଲେ ଡାକ୍ତର ସ୍ଵପ୍ନେଶ୍ୱର ପଣ୍ଡା।ପିତାଙ୍କ ପ୍ରଭାବ,ପଦାଙ୍କ ଅନୁସରଣ ତାଙ୍କ ପାଇଁ ବେଶ୍ ଧେୟ ଥିଲା ଓ ତାଙ୍କ ଉପରେ ଖୁବ୍ ଭଲ ଭାବରେ ପ୍ରତିଫଳିତ ହୋଇଥିଲା ଯାହା ସେ ନିଜ ଲିଖିତ ପୁସ୍ତକ ‘ସ୍ଵପ୍ନାୟନ’ରେ ଅବ ତାରଣା କରିଛନ୍ତି।ବ୍ୟୟ ବହୁଳ ଏଲୋପାଥିକ୍ ଚିକି ତ୍ସା ସବୁ ଲୋକେ,ବିଶେଷତଃ ଗାଁ ଗହଳିର ଗରିବ ଲୋକେ ଆପଣେଇ ପାରୁ ନ ଥିବାରୁ ବହୁ ଜଟିଳ ରୋଗ ଯଥା:-ସାଇନୋସାଇଟସ,ଥଣ୍ଡା, କାଶ, ଝାଡ଼ା ଗ୍ୟାସଟ୍ରାଇଟସ,ଫ୍ୟାଟୀ ଲିଭର,କୋଷ୍ଠକାଠିନ୍ୟ, ସାଇଟିକା,ରକ୍ତ ଚାପ,ପୁରୁଷ ଓ ସ୍ତ୍ରୀ ରୋଗ,ବହୁ ଅସାଧ୍ୟ ବାତ ରୋଗ,ଅପସ୍ମାର,ସ୍ପଣ୍ଡିଲାଇଟସ,ରିଉ ମାଟେଡ ଅର୍ଥରାଇଟିସ,ଅଷ୍ଟିଓ ଆର୍ଥରଆଇଟିସ ଆଦିର ସଫଳ ଚିକିତ୍ସା,ସହଜ ସମାଧାନ ସେ ବାଡି ବଗିଚାର ଚେରମୂଳି ତୁଳସୀପତ୍ର ଗୋଲମରିଚ, ବାସଂଗ,ପିପଳି ମୁଥା ଆଦିରୁ ବତାଇ ଆୟୁର୍ବେଦ ଚିକିତ୍ସାର ସୁଫଳ,ଲୋକପ୍ରିୟତା ପ୍ରମାଣ କରି ପାରି ଥିଲେ,ଆକାଶବାଣୀ ଓ ଦୂରଦର୍ଶନ ଜରିଆରେ, ଓ ନିଜସ୍ଵ ଖର୍ଚ୍ଚରେ ପୁସ୍ତକ ଚ୍ଛାପି ମାଗଣା ବିତରଣ କରୁ ଥିଲେ।ସେ ଥିଲେ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର,ଛାତ୍ରନେତା।ସେ ଥିଲେ ଜଣେ ସଚା ପରିବେଶ ପ୍ରେମୀ ଓ ପରିବେଶ ବିତ।ସରକାରୀ ଚାକିରୀରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଦବୀ ପର୍ଯ୍ୟନ୍ତ ଯାଇଥିଲେ।କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ତାଙ୍କୁ ଗତ ପ୍ରାୟ ବର୍ଷକ ତଳେ ମାନ ପତ୍ର,୨ ଲକ୍ଷ ଟଙ୍କା,ଉପଢ଼ୌକନ ଦେଇ ନୂଆଦିଲ୍ଲୀ ଠାରେ ଜାତୀୟ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ।ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କୃତବିଦ୍ୟ ଆଉର୍ବେଦ ବିଜ୍ଞ,ସୂଚିକିତ୍ସକଙ୍କୁ ‘ପୀୟୂଷ ପାଣି’ ଉପାଧିରେ ଭୂଷିତ,ସମ୍ବର୍ଦ୍ଧିତ କରିଥିଲେ।ଏହି ସିଦ୍ଧହସ୍ତ,ବୈଦ୍ୟ ଥିଲେ ନିର୍ଦ୍ଦଳିୟ,ନିରପେକ୍ଷ ବିଚାର ଧାରା, ସଦା ଜନ ହିତେୟିଷୀ,ଶ୍ରୀ ଜଗନ୍ନାଥଙ୍କ ଜଣେ ପରମ ଭକ୍ତ,ପୁରୀ ଝାଂଜପିଟା ମଠର ଗୁରୁ ମନ୍ତ୍ର ଦୀକ୍ଷିତ।ବୋଧହୁଏ ସେଥିପାଇଁ ବଡ଼ ଠାକୁରଙ୍କ ପବିତ୍ର ବାହୁଡା଼ ଦଶମୀ ଦିନ ଆରମ୍ଭ ହୋଇଥିଲା ତାଙ୍କ ବାହୁଡ଼ି ଯିବାର ପର୍ବ,ଯାହା ଅନ୍ତିମ ରୂପ ନେଇଥିଲା ଠାକୁରେ ସୁନା ବେଶ ହେଉଥିବା ହରିଶୟନ ଏକାଦଶୀ ତିଥିରେ…ଭାବ ଓ ଭକ୍ତିର ଅପୂର୍ବ ଅନ୍ତର୍ଚକ୍ଷୁ ମିଳନରେ ମରଶରୀର ବଡ଼ ଦାଣ୍ଡ ଦେଇ ଯାଉଥିଲା ସ୍ଵର୍ଗଦ୍ଵାର..ସତେ ଯେମିତି ରଥେ ତ୍ୱ ବାମନମ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ.. ଶେଷ ଇଚ୍ଛା ଥିଲା ପଦ୍ମ ପୁରସ୍କାରଟିଏ,ଯାହା ପାଇଥିଲେ ଅଧିକ ଜନ ସେବାରେ ନିଜକୁ ସମର୍ପି ଦେଇଥାନ୍ତେ।ହେଲେ ବୋଧହୁଏ ବଡ଼ଠାକୁରଙ୍କ ଇଚ୍ଛା ନଥିଲା।ପୂରଣ ହୋଇ ପାରିଲାନି ସେହି ଶେଷ ଇଚ୍ଛା ଟିକକ।ଆଜି ପୂର୍ବାହ୍ନ ୧୦.୪୪ରେ ଭୁବନେଶ୍ୱର ରେ ଏହି ଦ୍ଵିତୀୟ ଈଶ୍ବର(ଦକ୍ଷ ଚିକିତ୍ସକ)ଙ୍କ ମହା ପ୍ରୟାଣ ଘଟିଛି।ତାଙ୍କ ଅବର୍ତ୍ତମାନରେ ଆୟୁର୍ବେଦ ଗବେଷଣାରେ ଏକ ଅପୂରଣୀୟ କ୍ଷତି ଘଟିଲା।ଯାହା ଆଗାମୀ ଶତାବ୍ଦୀ ଧରି ଶୂନ୍ୟସ୍ଥାନ ହୋଇ ରହିବ।ସ୍ବପ୍ନ ଅଧୁରା ରହିଗଲା’ସ୍ୱପ୍ନାୟନ’ର ସ୍ବପ୍ନ ନାୟକ ସ୍ୱପ୍ନେଶ୍ୱର ପଣ୍ଡାଙ୍କ ଜନସେବା।ବହିଟି ଲେଖି ସାରି କେତେ କାହାକୁ ମାଗଣାରେ ବଣ୍ଟନ କରି ନାହାନ୍ତି??ଏବେ ତାଙ୍କୁ ଝୁରୁଛି ତାଙ୍କ ପ୍ରିୟ ଜନତା,ଅଞ୍ଚଳ,ଘର ପରିବାର,ରାଜବୈଦ୍ୟ ଅନୁଷ୍ଠାନର କର୍ମଚାରୀ ବୃନ୍ଦ, ଆତ୍ମୀୟ ସ୍ୱଜନ, ଆତ୍ମା ଅମର ଜାଣି ମଧ୍ୟ ମନ କାହିଁକି ବୁଝୁନି!!,ଆଷାଢ଼ରେ ଝରୁଛି ଶ୍ରାବଣର ଅବା ରିତ ବାରିଧାରା ।ମୃତ୍ୟୁ ପୂର୍ବରୁ ଚକ୍ଷୁଦାନ ନିମନ୍ତେ ଦେଇଥିବା ଶେଷ ଇଚ୍ଛା ଓ ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷ ରେ ପାଳିଛନ୍ତି ତାଙ୍କ ତିନି ପୁଅ(ଦୁଇଜଣ ଡାକ୍ତର) ଶୁଭକାନ୍ତ,ସୂର୍ଯ୍ୟକାନ୍ତ,ଓ ସୌମ୍ୟକାନ୍ତ ଜଣେ ଝିଅ ସାଇଁଟିଷ୍ଟ ଓ ତିନିବୋହୁ ଓ ନାତି ନାତୁଣୀ ମାନେ। ହୁଏତ ତାଙ୍କ ଦାନ ଚକ୍ଷୁରେ ନିର୍ବାକ,ନିର୍ବାଣଉନ୍ମୁକ୍ଷି ଡାକ୍ତର ପଣ୍ଡା ବଞ୍ଚି ରହିବେ ଆଉ କେତେ କାଳ, ଜଗତକୁ ନିରୀକ୍ଷଣ କରିବେ,କଲ୍ୟାଣ କରିବେ ଜଗତଜନଙ୍କୁ … ଦୂରରୁ… ଖୁବ ଦୂର ଆକାଶର ସେହି ସାମିଆନା ତଳୁ… (ଆଶା ଓ ବିଶ୍ବାସ ଏହି ବାଗ୍ମୀ ଦ୍ଵିତୀୟ ଈଶ୍ବରଙ୍କ ପୂଣ୍ୟ ଅନ୍ତିମ ସ୍ମୃତି ଚାରଣ ର,ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିବସରେ ଗୋବିନ୍ଦପୁର ସ୍ଥିତ ତାଙ୍କ ବାସ ଭବନରେ ଯୋଗ ଦେବେ ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ମାନେ)
