ଅଂଚଳ ଖବର ଜିଲ୍ଲାଖବର ରାଜ୍ୟଖବର

ପିପିଲି:ବିଜୁଳିବିଲ୍ ଆଦାୟରେ ମହିଳାଗୋଷ୍ଠୀକୁଂ ନିଯୁକ୍ତିମିଳିବ

Spread the love

ପିପିଲି/ନିମାପଡା ୨୫/୮(ନି.ପ୍ର) “ସେସୁ”ର ନିମାପଡା ବିଦ୍ୟୁତ ଡିଭିଜନ ଅନ୍ତର୍ଗତ କାକଟପୁର, ନିମାପଡା ଓ ପିପିଲି ସବଡିଭିଜନ ମଧ୍ୟରୁ ପିପିଲି ସବଡିଭିଜନରେ ବିଦ୍ୟୁତ ବିଲ୍

ଆଦାୟରେ ମହିଳାଗୋଷ୍ଠୀକୁଂ ପ୍ରଥମ କରି ନିଯୁକ୍ତି ମିଳିବ ।ଏ ସଂପର୍କରେ ଏକ ସଚେତନତା ବୈଠକ ଗତକାଲି ପୂର୍ବାହ୍ନରେ ପିପିଲି ଥାନା ପରିସର ରେ ନିମାପଡା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରତ୍ୟୁଷ କୁମାର ମିଶ୍ରକଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଅନ୍ୟମାନକଂ ମଧ୍ୟରେ ପିପିଲି ବିଦ୍ୟୁତ୍ ସବ୍ ଡିଭିଜନ ଏସ୍.ଡି. ଇଂ ଦୁର୍ଗାଶଂକର ଦାସ,ସେସୁର ଡେପୁଟୀ ମ୍ୟାନେଜର ଇଂସଂଧ୍ୟାରାଣୀ ବେହେରା,ପିପିଲି ଥାନା ନିରୀକ୍ଷକ ଶରତ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ବିଭିନ୍ନ ବିଦ୍ୟୁତ ସେକ୍ସନର ଯନ୍ତ୍ରୀ,୧୨୦ରୁ ଉର୍ଦ୍ଧ୍ୱ ମହିଳା ସ୍ୱୟଂସହାୟୀକା ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ ।ମହିଳା ମାନକୁଂ ସ୍ୱାବଲମ୍ବୀ ଓ ବିଦ୍ୟୁତ ମିଟର ରିଡିଂ,ବିଲ୍ ଆଦାୟକୁ ଶ୍ରୁଂଖଳିତ କରିବାଲକ୍ଷ୍ୟରେ ଏହିକାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ସମଗ୍ର ପୁରୀ ଜିଲ୍ଲାରେ ପିପିଲି ଏହିଯୋଜନାରେ ପ୍ରଥମ ବୋଲି ଇଂଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]