ଦୁର୍ନିତି

ପୁନଶ୍ଚ”ସାହାରା” ଚାଲୁକଲା ତା’ର ପୁରୁଣା ଲୁଟିବା କୌଶଳ;ସାବଧାନ ଜନତା ଜନାର୍ଦ୍ଦନ!

Spread the love

ଦୀର୍ଘ ଦିନର ନିରବତା ପରେ ବିଭିନ୍ନ ସ୍ଥାନରେ ଖୋଲିଥିବା ସାହାରା କାର୍ଯ୍ୟାଳୟ ଗୁଡିକ ଜରିଆରେ ଆରମ୍ଭ ହେଲା ପୁରୁଣା ଲୁଟିବା କୌଶଳ

କୋଟୀ କୋଟି ଟଂକା ରୁଣ ଭାରରେ ଫସିଥିବା,ଓ ଲକ୍ଷ ଲକ୍ଷ ଜମାକାରୀକଂ ଜମା ଅର୍ଥ ଅବଧିପୂରଣ ପରେ ମଧ୍ୟ ଫେରାଇ ନ ପାରି ଦେଶର ଶୀର୍ଷ ଅଦାଲତକଂ କଟକଣା, ଜାମିନରେ ମୁକୁଳିଥିବା ସଂସ୍ଥାର ମୁଖ୍ୟକୁଂ ସର୍ତ୍ତାବଳୀ ପାଳନର ସମୟ ମିଳିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଶାଖା ଖୋଲି ଲୋକ ମାନକୁଂ ପୁରୁଣା ପଦ୍ଧତିରେ ଲୋଭନୀୟ ପ୍ରତିଶ୍ରୁତି ଓ ପ୍ରଲୋଭନକୁ ଲୋକେ ଏବେ ବଡ ସନ୍ଦେହ ଦ୍ରୁଷ୍ଟିରେ ଦେଖିବା ଆରମ୍ଭ କରିଛନ୍ତି।ମିଳିଥିବା ଅଭିଯୋଗ ଅନୁଯାୟୀ, ପ୍ରାୟ ୫ ହଜାର୭୦୦ କୋଟି ଟଂକା ଜମାକାରୀ ମାନକଂର ସାହାରାଉପରେ ପାଇବାକୁ ରହିଛି । ସେଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ସୁପ୍ରିମ କୋର୍ଟ ଧାର୍ଯ୍ୟ କରି ସର୍ତ୍ତମୂଳକ ଜାମିନରେ ମା’କଂ ମ୍ରୁତ୍ୟୁ ପରଠାରୁ ସାହାରାମୁଖ୍ୟ ବ୍ରତରାୟକୁଂ ୨୦୧୬ ମେ ମାସରୁ ଛାଡିଛନ୍ତି।ଏହାସତ୍ତ୍ୱେ ସାହାରା ସେଇପୁରୁଣା ଧାରାରେ ପୁନର୍ବାର ଜମାସଂଗ୍ରହ କରିବାକୁ ଜମାକାରୀକୁଂ ପ୍ରଲୋଭିତ କରୁଛି।ଏଥିପାଇଁ ପୁରୁଣା ଜମାକାରୀ ମାନକଂ ଅବଧି ପୁରଣ ହେବାପରେ ମାଚିଓର୍ଡ ଟଂକା ନ ଫେରାଇ ପୁନଶ୍ଚ ଆକର୍ଷିତ କରିବାକୁ ନୂଆ ସ୍କିମର ଲୋଭ ଦେଖାଉଚି।ନିକଟରେ ଅଡଶପୁର ଓ ଫୁଲନଖରା ଠାରେ ସଂସ୍ଥା ତାହାର ବ୍ୟବସାୟ ଆରମ୍ଭ କରିଥିବା ନେଇ ବିଭିନ୍ନ ମହଲରୁ ଭ୍ରୁକୁଂଚନ ସ୍ରୁଷ୍ଟି ହେଲାଣି। ଲୋକମାନକଂ ସନ୍ଦେହ ଓ ଆପତ୍ତି ଅଭିଯୋଗ ନେଇ ଜିଲ୍ଲାର ପୁଲିସ ଓ ଗୁଇନ୍ଦା ବିଭାଗ ସ୍ପଷ୍ଟୀକରଣ ଜାରୀ କରିବାକୁ ଦାବୀ ହେଉଛି।ସଂସ୍ଥାପକ୍ଷରୁ ନିକଟରେ ଅଡଶପୁର ଭଳି ଏକ ଜନ ଗହଳିପୁର୍ଣ ସ୍ଥାନରେ ସାହାରା କାର୍ଯ୍ୟାଳୟ ଖୋଲିଛି ମାତ୍ର ଉଚ୍ଚମହଲାର ଉପରକୁ ଯିବାକୁ ଭିନ୍ନକ୍ଷମ ଜମାକାରୀ ମାନକଂ ନିମନ୍ତେ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ ଯାହାକି ସରକାରକଂ ଆଇନ ବିରୁଦ୍ଧ ଅଟେ।କାର୍ଯ୍ୟାଳୟ ଖୋଲିଥିଲେ ମଧ୍ୟ ସ୍ଥାୟୀ ଜମାକାରୀକୁଂ ଟଂକା ନ ଫେରାଇ ନାନା ଟାଳଟୁଳ ନିତିରେ ନୂଆ ସ୍କିମ ପ୍ରବର୍ତ୍ତାଯାଉଛି ମାତ୍ର ପୂର୍ବରୁ ଏମିତି କେତେ ଥର ଫସି ସାରିଥିବା ଓ ମୁକୁଳି ପାରୁନଥିବା ଜମାକାରୀ ଏବେବି ସାହାରା ପଂଜାରେ ପଡି ଫସି ରହିଛନ୍ତି।କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି।ଅପର ପକ୍ଷରେ ସାହାରା ସୁପ୍ରିମକୋର୍ଟକଂ ଧାର୍ଯ୍ୟ ସର୍ତ୍ତାବଳୀ ପୂରଣ ବଦଳରେ ପୁନର୍ବାର ଲୋକକଂ ଠାରୁ ଜମା ସଂଗ୍ରହଆରମ୍ଭ କରିଥିବାରୁ କେତେକ ଜମାକାରୀ ଦେଶର ଶୀର୍ଷଅଦାଲତକୁଂ ଲିଖିତ ଭାବେ ଓ ସତ୍ୟପାଠ ସହ ଜଣାଇବାକୁ ଲିଖିତଅଭିଯୋଗ କରିଛନ୍ତି।ଯାହା ସଂସ୍ଥା ତଥା ଏହାର ମୁଖ୍ୟକୁଂ ଅଡୁଆରେ ପକାଇବାର ଆଶଂକା ସ୍ରୁଷ୍ଟି ହେଲାଣି ।

(ଫା ଇଲଫଟୋ) ଏକୋନୋମିକ ଟାଇମସ ସୂତ୍ରରୁ ପ୍ରାପ୍ତ

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]