ଅପରାଧ ପୁଲିସ ହାତରେ ପ୍ରେମୀଯୁଗଳ !
କଣ୍ଟାପଡା ୨୦।୮(ନି.ପ୍ର) ସକାଳୁ ସକାଳୁ ଚହଳ ! ଗୋବିନ୍ଦପୁର ଥାନା ବଡପାଟସୁନ୍ଦରପୁର ପଂଚାୟତ ଓ ଗାଁ ନଈକୁଳସାହି ଭୋଇସାହିରେ ପୁଲିସ ! କେହି କିଛି ଜାଣିବା ଆଗରୁ ଶିଶିର ଭୋଇକଂ ଘର ଆଗରେ ଅଟକିଥିଲା ପୁଲିସ। ତଥ୍ୟ ନେବାରେ ଜଣାପଡିଲା,” ଗତ ୩ ଦିନ ହେଲା ଯାଜପୁର ଜିଲ୍ଲାରୁ ଫେରାର ଥିବା ଦୁଇପ୍ରେମୀ ଯୁଗଳ ଶିଶିର ଭୋଇକଂ ଘରେ ଲୁଚି ରହିଥିଲେ,ଝିଅ ଟି ସବର୍ଣ ପୁଅ ଟି ଦଳିତ ପରିବାରର। ଝିଅ ଘର ପରିବାର ଲୋକ କଂ ଯାଜପୁର ପୁଲିସରେ ଅଭିଯୋଗ ପରେ ଗୋବିନ୍ଦପୁର ଥାନା ଓ ଓଲଟପୁର ଥାନା ପୁଲିସର ଏକ ମିଳିତ ଟିମ ସହାୟତାରେ ମୋବାଇଲ ଟ୍ରାକିଂ କରି ପୁଲିସ ଘଟଣା ସ୍ଥଳରେ ପହଂଚିଥିଲା ଓ ଚଢାଉ କରି ଉଭୟକୁଂ ଉଦ୍ଧାରକରି ଥାନାକୁ ନେଇଥିଲା ।ଏମାନକୁଂ ଆଶ୍ରୟ ଦେଇଥିବା ପରିବାର ମୁଖିଆକୁଂ ବି ପୁଲିସ ତଦନ୍ତ ନିମନ୍ତେ ଥାନାକୁ ଡକାଇଛି ।ସକାଳୁ ସକାଳୁ ସାରା ଗାଁ ଟାରେ ଯେମିତି ରୋମାନସ। ଛୁଆ ଠୁ ବୁଢା ଯାଏ ପୁଲିସ ଯିବା ପରେପରେ ଘଟଣା ଜାଣିବାକୁ ପୁରା ଭିଡ ଲଗେଇଛନ୍ତି । କିଏ ଅଧା ନିଦରୁ ତ କିଏ ପୁରା ନିଦ ଛାଡି ଧାଇଁଛନ୍ତି ଦେଖିବାକୁ ସତେ ଯେମିତି ବଡକଣ ଗୋଟାଏ ଘଟି ଯାଇଛି !