ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପଥରେ କେନ୍ଦ୍ରରେ ଆଉଥରେ ମୋଦୀ ସରକାର!!
ବ୍ୟୁରୋ ନିଉଜ,୨୫/୦୫ ସାଧାରଣ ନିର୍ବାଚନର ଅନ୍ତିମଚରଣ କେବଳ ଏବେବାକି,ସମସ୍ତଙ୍କ ମନରେ ପ୍ରବଳଆଗ୍ରହ,ଉଦ୍ଦୀପନା,ଉତ୍ସାହ ଯେ ସରକାର କିଏ ଗଢ଼ିବ?ପ୍ରଚାରର ହୋ-ହାଲ୍ଲା, ସାମାଜିକ ଗଣମାଧ୍ୟମ ମାନଙ୍କପାଲା,ବିଭିନ୍ନ ପ୍ରାନ୍ତରୁ ଖବର ଆସୁଥିବା ଦଳଦଳ ଭିତରେ ଝାମେଲା ଭିତରେ ନିରପେକ୍ଷ ଖବରଟିଏ ଆଶା କରିବା କେବଳ ଦୁଃ-ସ୍ବପ୍ନ ନୁହେଁ,ଅସମ୍ଭବ ମଧ୍ୟ।ତେଣୁ ଯଥାସାଧ୍ୟ ନିରପେକ୍ଷ ଖବର ଲାଗି ସତ୍ୟାନୁସନ୍ଧାନର ଏହି ପ୍ରୟାସ, ସ୍ଵତନ୍ତ୍ର ପ୍ରତି ବେଦନ,ଆଲେଖ୍ୟ।ଆଶା ପାଠକୀୟ ସନ୍ତୁଷ୍ଟି ଦେବ।
କେନ୍ଦ୍ରରେ ସରକାର ଗଢ଼ିବାକୁ ହେଲେ କୌଣସି ଦଳ ବା ମେଣ୍ଟକୁ ମ୍ୟାଜିକ ନମ୍ବର ୨୭୨ ଉପରକୁ ଯିବାକୁ ପଡ଼ିବ।ବିଜେପିର କେନ୍ଦ୍ରୀୟ ନେତାଙ୍କ ଲକ୍ଷ୍ୟ “ଅବ କି ବାର୍ ୪୦୦ ପାର” ଏକ ଅସମ୍ଭବ ଆକଳନ,ଯେମିତି କି ଓଡ଼ିଶା କ୍ଷେତ୍ରରେ ନବୀନ ସରକାରଙ୍କୁ ସମୁଦ୍ରକୁ ଫିଙ୍ଗିଦିଅ,ପୋଡ଼ାଟ୍ରାଂଶଫ ର୍ମର ଇତ୍ୟାଦିର ପ୍ରଚାର ଓ ଘୋଷଣା।ତେବେ ବାସ୍ତବତା କଥା ପୁରାଅଲଗା।ରାଜନୈତିକ ସମୀକ୍ଷକମାନଙ୍କ ମତଅନୁଯାୟୀ ବିଜେପି ଲାଗି ସହଜସାଧ୍ୟ ରାଜ୍ୟଭିତରେ ଆସୁଛି ୟୁପି,ଏମ.ପି ଗୁଜରାଟ,ରାଜସ୍ଥାନ,ଛତିଶଗଡ,ହରିଆନା,ଦିଲ୍ଲୀ, ଉତ୍ତରାଖଣ୍ଡ,ହିମାଚଳପ୍ରଦେଶ ଆଦି ୨୮ରାଜ୍ୟ ଓ ୮ଗୋଟି କେନ୍ଦ୍ରଶାସିତ ଅଞ୍ଚଳ।ଯେଉଁଠାରେ ବିଜେପିକୁ ୨୦୧୪ ଓ ୨୦୧୯ ପରି ସଫଳତା ମିଳିବ,ହୁଏତ ଭୋଟହାର କମିପାରେ।ଯଦି ମୋଦୀ ମ୍ୟାଜିକ ଠିକ୍ ଭାବେ କାମକରେ ଏହି ସବୁ ଅଞ୍ଚଳର ମୋଟ୧୯୭ଆସନରୁ ବିଜେପିକୁ ୧୫୫ରୁ୧୭୦ପର୍ଯ୍ୟନ୍ତ ଯାଇପାରେ।ଉତ୍ତରପ୍ରଦେଶ ୭୧-୮୦,ରାଜସ୍ଥାନ୨୩-୨୫,ମଧ୍ୟପ୍ରଦେଶ୨୧-୨୯,ଗୁଜରାଟ୨୫-୨୬,ହିମାଚଳପ୍ରଦେଶ ୩-୪,ଦିଲ୍ଲୀ ୫-୭,ତାମିଲନାଡୁ୪,କେରଳ୦-୧,ବିହାର୨୭-୩୦ ମହାରାଷ୍ଟ୍ର୩୨,ପଶ୍ଚିମବଙ୍ଗ୨୦,କର୍ଣ୍ଣାଟକ୨୧-୨୨ ଏପରି୨୫୮ଆସନ ସହିତ ଓଡ଼ିଶା,ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାକୁ ହିସାବକୁ ନିଆଗଲେ ବିଜେପିକୁ ୨୮୬ରୁ୨୯୩ଆସନ ଯାହା ୩୦୦ପର୍ଯ୍ୟନ୍ତ ଯାଇ ପାରେ ଓ ମିତ୍ରଦଳକୁ ମିଶାଇଲେ ବିଜେପି ଓ ମେଣ୍ଟ ଦଳ NDAର ଆସନସଂଖ୍ୟା ମୋଟ୩୩୫ +ହେବା ଆଶା କରାଯାଉଛି।ତେଣୁ ସୁନିଶ୍ଚିତ ବିଜୟ ପଥରେ ଏବେ ମୋଦୀ ସରକାର।ଯାହା ପୁନର୍ବାର ଗାଦିନସିନ କରିବ ବୋଲି ରାଜନୀତି ବିଶେଷଜ୍ଞ ମାନଙ୍କ ଆକଳନ।
ଦୁର୍ନୀତିର ଚରମ ସୀମାରେ କଣ୍ଟାପଡ଼ା ତହସିଲ କାର୍ଯ୍ୟାଳୟ ଓ ରାଜସ୍ବ ନୀରିକ୍ଷକ