ଅପରାଧ ଜିଲ୍ଲାଖବର ଦୁର୍ନିତି

‘ପେଣ୍ଠିଦିଦି’ ‘ପେଣ୍ଡାବାବୁ’ରାକ୍ଷସ ତ୍ରିପାଠୀ ‘ଏମାନେ ସବୁ କିଏ? ଚର୍ଚ୍ଚାରେ….ବରି ପୁଲିସ!!ଆକ୍ରମଣରେ ୧ଗୁରୁତର,ଆଇନ କୁ ବାଟବଣା କରୁଛି ନିଜେ ପୁଲିସ! !!ରାଜ୍ୟ ପୁଲିସମହାନିର୍ଦ୍ଦେଶକଙ୍କ ହସ୍ତକ୍ଷେପ ଦାବି।

Spread the love

କଟକ (ବ୍ୟୁରୋ ନିଉଜ) କଥାରେ ଅଛି ଅତି ଉତ୍ତୁରିଲେ କ୍ଷୀର ଚୁଲିରେ ପଶେ…ବରୀ ପୁଲିସର ଏମିତିକା କାରନାମା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି… ଯେଉଁଥିପାଇଁ ସାରା ପୁଲିସ କୂଳକୁ ଲଜ୍ଜା। କିନ୍ତୁ ବରି ପୁଲିସକୁ କିଛି ଜଣା ପଡୁନି,କାରଣ ଘର ବୁଡି ପାଣି ଆଁଠୁଏ ସିନା,କଣାକୁ କଣ କିଛି ଜଣା ପଡୁଛି??ତାକୁ ଯେମିତି ଲାଗୁଛି କି ମେଘ ଦୁଲୁକୁଛି। କଥାଟି ପାଠକ ମାନଙ୍କୁ ସହଜରେ ବୁଝାଇବାକୁ ଗଲେ ଆମକୁ ଅତୀତର ନିଆଁଖୁଣ୍ଟା,ଦୁର୍ମୁଖ,ବାଇଡଙ୍କ ବିଛୁଆତି ପରି ଅଗ୍ନିବର୍ଷି ସମାଲୋଚନା ପତ୍ରିକା ମାନଙ୍କୁ ମନେ ପକେଇବାକୁ ପଡ଼ିବ।ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ୱର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ।ଦୁର୍ନୀତି, ଅପରାଧ ଓ ଅନ୍ୟାୟ ବିରୁଦ୍ଧରେ ଶାସକ ପ୍ରଶାସକ ମାନଙ୍କୁ ସଚେତନତାର ଲଗାମ କଷିବାକୁ ଓ ନିରୀହ ପ୍ରଜାଙ୍କ ସପକ୍ଷରେ ନ୍ୟାୟ ଆଣିବାକୁ ହେଲେ ଏକ ନିରପେକ୍ଷ ଗଣତନ୍ତ୍ରର ସତର୍କ ପ୍ରହରୀ ଜାଗ୍ରତ ହେବା ନିହାତି ଜରୁରୀ।ଏ ଦିଗରେ ଖବର କାଗଜ ଓ ସମା ଲୋଚନା ପତ୍ରିକା,ଉଜୁଡି ଯାଉଥିବା ସମାଜ ବ୍ୟବସ୍ଥା କୁ ସୁଧାରି ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠାରେ ଦିଗ ବାରେଣି ଭାବେ ସହାୟକ ହୋଇଥାଏ।ଏଥର ମୁଖ୍ୟ ବିଷୟକୁ ଆସିବା:-ଖବର କାଗଜ ଗୁଡ଼ିକୁ ମଧ୍ୟ କଟକଣା ଭିତର ଦେଇ ଯିବାକୁ ପଡିଥାଏ।ବିନା RNI ପଞ୍ଜିକରଣରେ କୌଣସି ଛପାଖବର କାଗଜ ଆମ ଦେଶରେ ପ୍ରକାଶିତ ହୋଇ ପାରିବାର ଆଇନ ରେ ବ୍ୟବସ୍ଥା ନାହିଁ।ସେହିଭଳି ଛପା ଖବର କାଗଜ ରେ ପ୍ରକାଶିତ କୌଣସି ଖବରରେ କେହି କ୍ଷୁବ୍ଧ ହେଲେ ଏହାର ବିଚାରକର୍ତ୍ତା ପ୍ରେସ କାଉସିଲ ଅଫ ଇଣ୍ଡିଆ ହେଉଛନ୍ତି ଏହାର ସର୍ବୋଚ୍ଚ ନୀତି,କଟକଣା ନିର୍ଧାରକ।ଯାହାର ମୁଖ୍ୟ ମାନ୍ୟବର ସୁପ୍ରିମ କୋର୍ଟର ଅବସର ପ୍ରାପ୍ତ ଜଣେ ବିଚାରପତି ଓ ବିଭିନ୍ନ ଗଣ ମାଧ୍ୟମ ସଂସ୍ଥାର ସମ୍ପାଦକ ସଭ୍ୟ।କୌଣସି ଥାନା ପୁଲିସର ପ୍ରକାଶିତ ଖବର ଉପରେ କର୍ତ୍ତୃତ୍ୱ ନାହିଁ, ଯାହା out of jurisdiction ବୋଲି ବିଚାର କରାଯାଏ।ମାତ୍ର କେତେକ ଅନପଢ଼ ମଦମତ୍ତ ପୁଲିସ ବାବୁ ଅଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ କହିବା ପ୍ରକାରେ ଆଇନ ତା ବାଟରେ ଯିବାକୁ ଦେଇ ନଥାନ୍ତି ଓ ହୁଇସିଲ୍ ମାରି କିଳା କୁ ଆମନ୍ତ୍ରଣ କରିଥାନ୍ତି।ଯାହା ବରି ଘଟଣାରୁ ଏବେ ପ୍ରମାଣିତ ହୋଇଛି।କେତେକ ଉତ୍ପାତିଆଙ୍କ ବିରୁଦ୍ଧ ରେ ‘ ବଜ୍ରବାଣ ‘ଖବର କାଗଜରେ ପେଣ୍ଠି ଦିଦି ଓ ପେଣ୍ଡା ବାବୁଙ୍କ ଅତି ଆପତ୍ତିଜନକ କାର୍ଯ୍ୟକଳାପ ବାବଦରେ ପ୍ରକାଶ ପାଇଲା,ହେଲେ ଏଥିରେ କାହାରି ନାମ ଉଲ୍ଲେଖ ନଥିଲା କି ପ୍ରକାଶିତ ନାମରେ ସେମିତି କେହି ନ ଥିଲେ, ଆପତ୍ତି କା ରୀ ମଧ୍ୟ କେବେ ବି ଦାବି କରି ପ୍ରମାଣ କରି ପାରିବେନି ଯେ ଏ ସବୁ ଦୋଷ,ଦୂର୍ଗୁଣର ହକଦାର ସେମାନେ ନିଜେ ବୋଲି।ମାତ୍ର ଖବର କାଗଜ ଏହି ସଂସ୍କରଣ ପ୍ରକାଶ ନ ପରେ କେହି ଦୁଇଜଣ ବରି ଥାନାରେ ଲିଖିତ ଅଭି ଯୋଗ କାଗଜର ସମ୍ପାଦକଙ୍କ ନାମରେ କଲେ,ଫଳ ରେ ଥାନାର କେହିଜଣେ ରାଉତବାବୁ (ପୁଲିସ କର୍ମ ଚାରୀ)ନିଜ ନିଶ୍ବାସରେ ନେଇ ଉତ୍କ୍ଷିପ୍ତ ଭାବେ ବଜ୍ର ବାଣ ସମ୍ପାଦକ ପ୍ରସନ୍ନ ଜେନାଙ୍କୁ ଫୋନ କରି ଥାନା କୁ ଡକାଇଲେ ଓ ପରୋକ୍ଷ ଗଣ୍ଡଗୋଳର ଧମକ ମଧ୍ୟ ଦେଲେ,ଏହି ବାର୍ତ୍ତାଳାପର ଅଡିଓ ରେକର୍ଡିଂ ଆମେ ଆମର ଅଗଣିତ ପ୍ରିୟ ପାଠକଙ୍କ ଅବଗତି ନିମନ୍ତେ ଖବର ଆରମ୍ଭରେ ପେଶ୍ କରିଛୁ।ପ୍ରକାଶିତ ଖବର ଯାହାର ଏକ ଅବିକଳ ନକଲ ଏଥିସହ ଆମେ ଦେଉଛୁ।ହେଲେ ରାଉତ ବାବୁ ଏମିତି ଖବର କ୍ଷୁବ୍ଧ କାହିଁକି ହେଲେ???କାହିଁକି କହିଲେନି କି ଖବର କାଗଜ ଲେଖା ସମ୍ପର୍କିତ ମାମଲା ଉପଯୁକ୍ତ ଫୋ ରମକୁ ଯାଅ,କଣ ତାଙ୍କ ଏମିତି କିଛି ମୁଣ୍ଡଜାମିନ ଘଟଣା,ଦୁର୍ବଳତା,ନିଜସ୍ଵ ସ୍ଵାର୍ଥ ନିହିତ ଥିଲା କି?ପୁଲିସ କର୍ମଚାରୀ ଆସନ୍ନ ଆଇନ ଶୃଙ୍ଖଳାକୁ ନିୟନ୍ତ୍ର ଣ ବଦଳରେ ନିଜେ ଉସୁକେଇ ଗଣ୍ଡଗୋଳ କରାଇ ବା କେତେଦୂର ସମିଚୀନ??ତାହା ଏଠାରେ ବିଚା ର୍ଯ୍ୟ!ଏପରି ପୁଲିସ କର୍ମଚାରୀ ପୁଲିସ ବାହିନୀରେ ରହିବା କେତେ ମଙ୍ଗଳକର??ଏହି ପୁଲିସ ବାବୁଙ୍କ ଉସୁକେଇବା କାରଣରୁ ତତ୍ପର ଦିନ ହେଲା ମରଣା ନ୍ତକ ଆକ୍ରମଣ।ଆକ୍ରମଣରେ ପିଡିତ ଜଣେ ବୟସ୍କ ନାଗରିକଙ୍କ ପତ୍ନୀ ବନଜ ବାସିନୀ ପାଢ଼ୀ ଉକ୍ତ ବରି ଥାନାରେ ଲିଖିତ ଅଭିଯୋଗ କଲେ।ମାତ୍ର ପୁଲିସ ଅଭିଯୋଗକୁ ପଞ୍ଜିକରଣ ନ କରି ଚାରିଦିନ ଯାଏ ଲୁଚକାଳୀ ଖେଳ ଖେଳିଲେ କାହିଁକି??? ଆମେ ଏଠାରେ ଆଇନ ବ୍ୟବସ୍ଥାରେ ଥିବା ଦୁଇଟି ନକଲ ଦେଇଛୁ।ଏଥିରୁ ଗୋଟିଏ ହେଲା ପ୍ରେସ କାଉନସିଲ ଅଫ ଇଣ୍ଡିଆର କିଛି ନିୟମ।ଦ୍ଵିତୀୟଟି ହେଲା କୌଣସି ଧର୍ତ୍ତଵ୍ୟ ଅପରାଧ ଅଭିଯୋଗ ଥାନାକୁ ଆସିଲେ Cr.P.C section 154(1) ଆଧାରରେ ଏତଲା ପଞ୍ଜିକରଣ କରିବା ବାଧ୍ୟତା ମୂଳକ ବ୍ୟବ ସ୍ଥା।ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟ ଲଳିତା କୁମାରୀ ବନାମ ଉତ୍ତର ପ୍ରଦେଶ ସରକାର ଓ ଅନ୍ୟମାନେ ମାମଲାରେ ସ୍ପଷ୍ଟ ନିର୍ଦ୍ଦେଶ ସାରା ଦେଶରେ କାହାରିକୁ ଅଛପା ନାହିଁ।ମାତ୍ର ବରି ଥାନାର ପୁଲିସ ବାବୁ ଏହାକୁ କେମିତି ଅନପଢ଼ ହେଲେ???ଘଟଣାକୁ ନେଇ ସାରା ଅଞ୍ଚଳ ଏବେ ଲଙ୍କା ଦହନ ଅଭିମୁଖୀ।କଥା ଯାଇ ପହଞ୍ଚିଛି ଯାଜପୁର ଜିଲ୍ଲା ଏସ ପି ରାହୁଲ ପିଆରଙ୍କ ପରି ଜଣେ ଦକ୍ଷ ଅଧିକାରୀଙ୍କ ପାଖରେ ଫଳରେ ଆଗକୁ ରାଉତ ବାବୁଙ୍କ ଘଣ୍ଟି ବାଜିଯାଇ ପାରେ ବୋଲି ତାଙ୍କ ନିକଟତମ ମହଲର ବିରୋଧୀ ପୁଲିସ ଭାଇଏ ଖୁସିରେ ବଖାଣିଛନ୍ତି।ସେତିକି ନୁହେଁ ଓଡ଼ିଶା Government service conduct Rule 1959,rule 21 ଭାଙ୍ଗି କେତେ movable, immovable ,ବେନାମୀ ସମ୍ପତ୍ତି ଚାକିରୀ କାଳ ରେ ସଂଚିଛନ୍ତି ତାହା ବି ଆସନ୍ତା ଦିନରେ ଖୋଳ ତାଡ଼ ହୋଇପାରେ।

ପ୍ରସନ୍ନ ବାବୁ…… ମୁଁ ବରୀ ଥାନାର ରାଉତ ବାବୁ କହୁଥିଲି…..

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]