
ପ୍ରଗତିବାଦୀ ଖବର କାଗଜରେ ଗଣ୍ଡଗୋଳର ବରାଦ ଦିଆ ଖବର କୌତୁହଳ ଜନକ!
କଟକ ଗ୍ରାମାଞ୍ଚଳ,୦୩/୩(ନି.ପ୍ର) ଓଡ଼ିଶାର ଏକ ପୁରୁଣା ଓଡ଼ିଆ ଖବର କାଗଜ ମଧ୍ୟରେ ପ୍ରଗତିବାଦୀ ଏକ ସୁପରିଚିତ ନାମ ଏହା ଯେ କେହି ଅସ୍ବୀକାର କରିପାରିବେ ନାହିଁ।୮୦ ଦଶକରେ ବିଶିଷ୍ଟ ବାମ ପନ୍ଥି ନେତା,ତଥା ଜନତା ଦଳର ତତ୍କାଳୀନ ସାଂସଦ ପ୍ରଦ୍ୟୁମ୍ନ ବଳଙ୍କ ଦ୍ଵାରା ସ୍ଥାପିତ ଏହି ଖବର କାଗଜଟି ଅନେକ ସମୟରେ ନିରପେକ୍ଷ ଖବର ପରି ବେଷଣ କରୁଥିବା ପାଠକ ଓ ଜନ ମାନ ସରେ ଧାରଣା ରହିଛି।ତେବେ କତିପୟ ଅନଭିଜ୍ଞ ଅଣସାମ୍ବାଦିକ,ଦଲାଲ ମାନଙ୍କ ହାତରେ କ୍ରିଡନକ ସାଜି ଲୋକହସା ଖବର ପରିବେଷଣ କରୁଛି ଓ ପାଠକୀୟ ଶ୍ରଦ୍ଧା,ରୁଚି ହରାଉଛି ତାହାର ନଜିର ଆମେ ଦର୍ଷାଉଛୁ।
“ନିର୍ବାଚନୀ ହିଂସାରେ ଦୁଇ ଗୁରୁତର “ବୋଲି ପ୍ରଗତିବାଦୀର ଫେବୃଆରୀ ୨୧ତାରିଖ ସଂସ୍କରଣରେ ପ୍ରକାଶିତ ହୋଇଛି।ଅର୍ଥାତ୍ ଖବର ଟି ୨୦ ତାରିଖ ରାତ୍ରୀରେ ହିଁ ଛପାଯାଇ ୨୧ତାରି ଖରେ ବଜାରକୁ ଆସିଛି।ଗଣ୍ଡଗୋଳ ସମ୍ପର୍କରେ ଏହି ଖବର କାଗ ଜ ଲେଖିଛି ଥାନାରେ ଅଭିଯୋଗ ହୋଇଛି।ମାତ୍ର ପୁଲିସର ଏତ ଲା ପଞ୍ଜିକରଣ କାଗଜରେ ଉଲ୍ଲେଖ ରହିଛି ଯେ ଫେବୃଆରି ୨୨ ତାରିଖ ଦିନ ୧୧ଟା ବେଳେ ପୀଡ଼ିତା ଝୁନୁଲତା ଜେନା,ସ୍ଵାମୀ ମାନସ କୁମାର ଜେନା ,ଗ୍ରାମ ବାରସାଇଲୋ ଗୋବିନ୍ଦପୁର ଥାନା ରେ ହାଜର ହୋଇ ଅଭିଯୋଗ ଦେଇଛନ୍ତି! ପୁଲିସ ରିପୋର୍ଟ ମିଛ ନା ପ୍ରଗତିବାଦୀ ରେ ପ୍ରକାଶିତ ଖବର ମିଛ! କେଉଁ ଥାନା କାଗଜ କୁ ଭିତ୍ତି କରି ଏପରି ଖବର ପରିବେଷିତ ହୋଇଛି ତାହା ପାଠକ ,ପୁଲିସ କର୍ତ୍ତୃପକ୍ଷ,ଓ ପ୍ରଗତିବାଦୀ ଖବର କାଗଜ ସଂସ୍ଥା ବିଚାର କରିବେ।ଆସିଥିବା ତଥ୍ୟ ସୂଚନା ଅନୁଯାୟୀ ପୁଲିସ ଥାନା ନାମ ରେ ପ୍ରାୟ ଦଶ ହଜାର ଟଙ୍କା ଆଦାୟ କରି ନେଇ କେହି ଜଣେ ଦଲାଲ ଏପରି ମିଥ୍ୟା ଖବର ପରିବେଷଣ କରିଛି।ଅଭିଯୋଗ ପଞ୍ଜିକରଣର ଦୁଇଦିନ ଆଗରୁ କାଗଜଟି ଏପରି ଖବର ପରିବେ ଷଣ କଲା କିପରି?କେବଳ ଏତିକି ନୁହେଁ, ଜଣେ କୋଭିଡ ମୃତ ପୁଲିସ କର୍ମଚାରୀଙ୍କ ସମ୍ପତ୍ତି ହଡ଼ପ ଷଡ଼ଯନ୍ତ୍ରରେ ପ୍ରାୟ ୫୦ହଜାର ଟଙ୍କା ବଟି ଆଦାୟ କରିନେଇ ପୋଷ୍ୟପୁତ୍ରର ମିଛ କାଗଜପତ୍ର ନିଜ ପରିବାରର ଜଣେ ଓକିଲଙ୍କ ଜରିଆରେ ଉକ୍ତ (ଖବରକାଗ ଜକୁ ଏଠାରୁ ପ୍ରତିନିଧିତ୍ବ କରୁଥିବା)ବ୍ୟକ୍ତି ଜଡ଼ିତ ବୋଲି ଗୁରୁତର ପ୍ରମାଣ ଆମର ହସ୍ତଗତ ହୋଇଛି,ଉକ୍ତ କାରଣରୁ ୧୯୬୧ଆଡ ଭୋକେଟ ଆଇନ ଆଧାରରେ ମୃତ ପୁଲିସ କର୍ମଚାରୀଙ୍କ ପତ୍ନୀ ସଂପୃକ୍ତ ଆଇନଜୀବୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ବି ଆଣି ବାକୁ ଯାଉଛନ୍ତି।ଯାହା ବାରାନ୍ତରେ”ସତ୍ୟାନୁସଂଧାନ”ହିଁ ଏକମାତ୍ର ପ୍ରକାଶ କରିବ।ଏପରି ବରାଦଦିଆ ଖବର ପ୍ରସାରଣ ପ୍ରେସକାଉ ନସିଲ ଅଫ ଇଣ୍ଡିଆଙ୍କ ଧାର୍ଯ୍ୟ ଜର୍ଣାଲିଷ୍ଟିକ ଏଥିକ୍ସ ଓ 1978ପ୍ରେ ସ କାଉନସିଲ ଆକ୍ଟର ବିରୁଦ୍ଧାଚରଣ କରୁଥିବାରୁ ପ୍ରଗତିବାଦୀ କାଗଜ ବିରୁଦ୍ଧରେ କାଉନସିଲରେ ଲିଖିତ ଅଭିଯୋଗ ଦାଖଲ ହେବାକୁ ଯାଉଛି।

