
ପ୍ରେତାତ୍ମା ଉତ୍ପାତରୁ ଘରଛାଡି ପଳେଇଲେ ୬ ଭଡ଼ାଟିଆ!
କଟକ ଗ୍ରାମାଞ୍ଚଳ,୨୨/୦୭(ନି.ପ୍ର)ଭୂତ,ପ୍ରେତ ଆଶରିରୀ ଆତ୍ମା ମାନଙ୍କ ଉତ୍ପାତକୁ ବିଜ୍ଞାନ କେବେ ଗ୍ରହଣ କରି ନାହିଁ।ଏମିତି କି ଏଲିୟନ ମାନଙ୍କ ଉପସ୍ଥିତି ସଂପର୍କରେ ମଧ୍ୟ ଏବେ ବି ବିଶ୍ୱାସ ଅବିଶ୍ବା ସ ଲାଗି ରହିଛି।ପୁରୀର ଭୂତକୋଠି,କଟକ

ଭୁବନେଶ୍ୱର ଜାତୀୟ ରାଜପଥ ସମ୍ପ୍ରସାରଣ ପୂର୍ବରୁ ଅଶରିରୀ ମାନଙ୍କ ରାଜ ଆଜି କେବଳ ଏକ ଗପ ବୋଲି ଅନେକ ବିଶ୍ୱାସ କରନ୍ତି।ବେତାର ନାଟକ ରୁ ବିର ରୁବାଇ ବହୁ ବର୍ଷ ପର୍ଯ୍ୟନ୍ତ ଶ୍ରୋତାଙ୍କ ମନରେ ଗଭୀର ପ୍ରଭାବ ପକାଇ ଆସିଛି।ସତରେ କିନ୍ତୁ ଭୂତ ପ୍ରେତ ଅଛନ୍ତି କି ନା କିଏ ତାହାର ଠୋସ ପ୍ରମାଣ ଦେଇ ପାରିଛି?ନା ଦେଇ ପାରିବ!!ତଥାପି ଅନେକ ସମୟରେ ଏ ସବୁକୁ ବିଶ୍ୱାସ କରିବାକୁ ବାଧ୍ୟ ହେବା କୁ ପଡେ।ସେମିତି ଏକ ଘଟଣା କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା,ଗୋବିନ୍ଦପୁର ଥାନା ଅନ୍ତର୍ଗତ,ସାଇଲୋ ଝାରପଡା ଅଞ୍ଚଳରେ ଉଦବେଗର କାରଣ ପାଲଟି ଛି।ପରିସ୍ଥିତି ଏପରି ହୋଇଛି ଯେ ରାତିସାରା ଉଜା ଗର ରହିବା ପରେ ବାହାର ଜିଲ୍ଲାରୁ ଆସି ଭଡ଼ାରେ ରହିଥିବା ୬ ଜଣ ମଜୁରିଆ ପରିବାର ସସ୍ତ୍ରୀକ ମାତ୍ର ଗୋଟିଏ ରାତିର ରହଣି ପରେ ଭଡ଼ା ଘରୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି।ଘଟଣା ଅନୁଯାୟୀ,ଜଣେ ବ୍ୟକ୍ତି ଦେବୀ-କନ୍ଦଳ ଦ୍ଵୀପଅଞ୍ଚଳରେ ବିବାହ କରିଥି ଲେ,ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ଥା ନା ଅଧୀନରେ।ବିବାହର କିଛିଦିନ ପରେ ନିଜର ବ ଡ଼ ଭାଉଜଙ୍କ ସହିତ ଅନୈତିକ ସମ୍ପର୍କ ଥିବାର ଅଭି ଯୋଗ ଉଠିଲା।ଫଳରେ ପଞ୍ଚାୟତ ବସି ଆପୋଷ ଆଲୋଚନା ପରେ ବି ଏହି ଅବୈଧ ସମ୍ପର୍କ ନ ତୁଟି ବାରୁ ତାଙ୍କୁ ଘରଠାରୁ ଦୂରରେ ନିଜ ପତ୍ନୀଙ୍କ ସହ ରହିବାକୁ କେତେକ ଲୋକ ନିଷ୍ପତ୍ତି ଦେଲେ ତଦନୁ ଯାୟୀ ବ୍ୟକ୍ତି ଜଣଙ୍କ ଝାରପଡ଼ାରେ ଘରଭଡ଼ା ନେଇ ରହିଲେ,ତଥାପି ଘଟଣାକୁ ନେଇ ଅଧିକାଂଶ ସମୟ ପରିବାରରେ ଝଡ଼ ଲାଗୁଥିଲା।ମାତ୍ର ୬/୮ମାସ ତ ଳେ,ଏକ ଉଦୁଉଦିଆ ଖରା ବେଳେ ଭଡା ଘରେ ଥି ବା ସମୟରେ କଳହ ଲାଗିଥିଲା।କେତେକଙ୍କ ସୁଚ ନା ଅନୁଯାୟୀ,ପରିବାରର ଜଣେ ନିକଟତମ ରକ୍ତ ସମ୍ପର୍କୀୟ ବ୍ୟକ୍ତିଙ୍କ ଉପସ୍ଥିତିରେ କଳହ ତୀବ୍ର ହୋଇ ଥିଲା।କେତେକଙ୍କ କହିବା ଅନୁଯାୟୀ ସମସ୍ତେ ମିଶି ମାର ଧର କରୁଥିବା ବେଳେ ବ୍ୟକ୍ତି ଜଣଙ୍କ ରାସ୍ତାକୁ ଦଉଡ଼ି ଆସୁଥିଲେ(କେତେକଙ୍କ ଅନୁଯାୟୀ ତାଙ୍କୁ ଠେଲି ଦିଆ ଯାଇଥିଲା)ସେହି ସମୟରେ ରାସ୍ତା ଉ ପରେ ଯାଉଥିବାଏକ ବାଲି ବୋଝେଇ ଟ୍ରକ୍ ଚକା ତଳେ ସେ ପଡ଼ିଯାଇ ଥିଲେ ଓ ଘଟଣା ସ୍ଥଳରେ ତା ଙ୍କର ମର୍ମନ୍ତୁଦ ମୃତ୍ୟୁ ହୋଇଥିଲା।ଘଟଣା ପରେ ପୁ ଲିସ ଶବ ବ୍ୟବଚ୍ଛେଦ କରାଇ ଥିଲା।ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀ କ୍ରିୟା କର୍ମ ଓ ବ୍ରାହ୍ମଣ ଭୋଜନାଦି ଦେ ଇ ଭଡା ଘର ଛାଡ଼ି ଥିଲେ।ସେହି ଘରକୁ ଲାଗି ରହି ଥିଲା ଭଡା ଘର ମାଲିକଙ୍କ ଭାଇଙ୍କ ଘର।ସେ ମଧ୍ୟ ମୃତ୍ୟୁବରଣ କରିଥିଲେ।ବ୍ରିଟିଶ ସରକାରଙ୍କ ଅମଳ ର ଏହି ପୁରୁଣା ଘର କେହି ଚଳପ୍ରଚଳ ହେଉ ନ ଥି ବାରୁ ଅନ୍ୟ ପ୍ରଦେଶରୁ ଆସି ଘର ଭଡ଼ାରେ ରହୁଥିବା ଏକ ଗୁପଚୁପ ବ୍ୟବସାୟୀ କିଛି ଅନ୍ୟ କାରଣରୁ ହଠାତ୍ ଘରଛାଡ଼ି ଚାଲି ଯାଇଥିଲେ ତେଣୁ ଗତ ଦୁଇ ଦିନ ତଳେ ମୟୂରଭଞ୍ଜ ଜିଲ୍ଲାରୁ ରାଜମିସ୍ତ୍ରୀ କାମ କରିବାକୁ ଆସିଥିବା ୬ଟି ପରିବାର ସସ୍ତ୍ରିକ ଏହି ଘ ରେ ଭଡ଼ାରେ ରହିଥିଲେ।ରହିବା ଦିନର ରାତି ପ୍ରାୟ ଗୋଟାଏ ହେବ,ପୁର୍ବ ଘଟଣା ସମ୍ପର୍କରେ ଆଦୌ ଜାଣି ନ ଥିବା ଏହି ବ୍ୟକ୍ତି ମାନେ ହଠାତ୍ ପ୍ରେତାତ୍ମା ରାଜର ଶିକାର ହୋଇଥିଲେ।ପରିସ୍ଥିତି ଏପରି ହୋ ଇଥିଲା ଯେ ପ୍ରେତାତ୍ମାର ତାଣ୍ଡବ ନୃତ୍ୟରେ ଆକ୍ରାନ୍ତ ମାନେ ରାତି ରାତି ମୟୂରଭଞ୍ଜ ଚାଲି ଯିବାକୁ ସଠିକ୍ ମଣିଥିଲେ,ତେବେ ବହୁ ବୁଝାସୁଝା ପରେ ସେମାନେ ଅନ୍ୟତ୍ର ଦୂରରେ ରହିବାକୁ ଘର ଯୋଗାଇ ଦିଆ ଯି ବାରୁ ସ୍ଥାନ ବଦଳାଇ ଥିଲେ।ଏବେ ରାତି କଥା ଦୂର ,ସନ୍ଧ୍ୟା ବୁଡ଼ିବା ପରେ ସଂପୂର୍ଣ୍ଣ ସ୍ଥାନରେ ରାସ୍ତା ଘାଟ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇ ଯାଉଛି।ଟିଉସନ ପିଲା ମହିଳା,ଦୁସ୍ଥ,ଋଗଣ ମାନେ ତ୍ରସ୍ତ ଓ ଭୟଭୀତ।





ଆଗକୁ ଆସୁଛି……………….

