
“ଫନି”କ୍ଷତିଗ୍ରସ୍ତକୁଂ ଶୁଣିଲେନି,ହାଇକୋର୍ଟକଂ ରାୟପରେ ପ୍ରଶାସନକୁ ଶକ୍ତଚାପୁଡା!
କଟକ,୬।୯(ସ୍ୱତନ୍ତ୍ର ପ୍ରତିନିଧି)-ରାଜନୈତିକ ବାଛବିଚାର ଓ ହାତଗୁଂଜା ଲୋଭରେ “ଫନି” ର ବହୁ ପିଡୀତକୁଂ ପଛକୁ ପକେଇ କ୍ଷତିଗ୍ରସ୍ତକଂ ତାଲିକା ପ୍ରସ୍ତୁତ ହୋଇଥିଲା ।ଏମିତିକି ଜିଲ୍ଲାପାଳକୁଂ ଫେରାଦି ବି କାମଦେଲାନି।ହେଲେ ହାଇକୋର୍ଟରେ ମାମଲା ବିଚାର ରାୟ ପ୍ରକାଶପରେ ପ୍ରଶାସନକୁ ଏବେ ଶକ୍ତ ଚାପୁଡା ମିଳିଛି। ପ୍ରାପ୍ତ ତଥ୍ୟ ଅନୁଯାୟୀ, କଟକ ଜିଲ୍ଲା, କଣ୍ଟାପଡାବ୍ଲକ ପ୍ରଧାନସାହିର ଶ୍ୱେତକୁମାର ଭୋଇ,କାଶୀନାଥ ଭୋଇ,ନକୁଳ ମହାରଣା, କାଶୀନାଥ ବାରିକ,ଲଲାଟ କିଶୋର ସ୍ୱାଇଁ ପ୍ରମୁଖକଂ ଘର”ଫନି” ବାତ୍ୟାରେ ବିଶେଷ କ୍ଷତିଗ୍ରସ୍ଥ ହୋଇଥିଲା । ମାତ୍ର କଣ୍ଟାପଡା ବ୍ଲକ ଓ ତହସିଲ ପ୍ରଶାସନ ବାଛବିଚାର ମନୋବ୍ରୁତି ରେ ସେମାନକଂ ଅଭିଯୋଗ ଶୁଣି ନ ଥିଲା। ଏମିତିକି ଜିଲ୍ଲାପାଳକୁଂ ଫେରାଦି ବି କାମଦେଇ ନ ଥିଲା । ବାଧ୍ୟହୋଇ ଆବେଦନକାରୀ ମାନେ ହାଇକୋର୍ଟ ରେ ରିଟ ଆବେଦନ ନମ୍ବର WP (C) 12349/2019 ରୁଜୁ କରିଥିଲେ। ଜିଲ୍ଲାପାଳ କଟକ, ତହସିଲଦାର , ବି.ଡି.ଓ କଣ୍ଟାପଡାକୁଂ ପକ୍ଷଭୁକ୍ତ କରାଯାଇଥିଲା । ବିଚାରପରେ ଗତ ୧।୮।୨୦୧୯ ରେ ଏହାର ରାୟ ପ୍ରକାଶିତ ହୋଇଛି।ପ୍ରକାଶିତ ରାୟରେ ଉଲ୍ଲେଖ ରହିଛି ଯେ,ରାୟର ନକଲ ପାଇବାଦିନ ଠାରୁ ଆବେଦନ କାରୀମାନେ ଜିଲ୍ଲାପାଳକୁଂଆବେଦନକରିବେ , ୨ମାସ ମଧ୍ୟରେ କୌଣସି ରାଜନୈତିକ ବାଛବିଚାର ନ ରଖି ଯଦି ଆବେଦନକାରୀ ଫନିକ୍ଷତିପୂରଣ ପାଇବାକୁ ଯୋଗ୍ୟହୋଇଥାନ୍ତି ତେବେ ସେମାନକଂ ସପକ୍ଷରେଏହା ଦେବାକୁ ନିର୍ଦ୍ଦେଶରେ ରହିଛି। ଜିଲ୍ଲାପ୍ରଶାସନ ରାୟର ନକଲକୁ ବ୍ଲକ ପ୍ରଶାସନକୁ ପଠାଇ ଦେଇଛି।ସେହିଭଳି ଅନ୍ୟ ଏକ ସମାନ ଘଟଣାରେ ବଡପାଟସୁନ୍ଦରପୁରର ଶରତମକୁମାର ପରିଡା ମଧ୍ୟ ବ୍ଲକ ପ୍ରଶାସନରୁ ନ୍ୟାୟ ପାଇବାରେ ବଂଚିତ ହେବାରୁ ହାଇକୋର୍ଟକଂ ଦ୍ୱାରସ୍ଥ ହୋଇଥିଲେ ।WP(c) No.5178/2019 ଦାୟର ହୋଇଥିଲା।ଏଥିରେ କଟକ ଜିଲ୍ଲାପାଳ,କଣ୍ଟାପଡା ବି.ଡି.ଓ, ପଂଚାୟତ ନିର୍ବାହୀ ଅଧିକାରୀକୁଂ ପକ୍ଷଭୁକ୍ତ କରାଯାଇଥିଲା ।ଆବେଦନକାରୀ ଦର୍ଶାଇଥିଲେ ବହୁ ବିତ୍ତଶାଳୀ,ଧନୀକ ପରିବାର ବ୍ୟକ୍ତିକୁଂ ଗ୍ରାମାଂଚଳ ଗ୍ରୁହ ନିର୍ମାଣ ଯୋଜନାରେ ଚୟନ କରାଯାଇଥିବା ବେଳେ ତାଂକପରି ଦାରିଦ୍ର୍ୟ ସୀମାରେଖାତଳେ ଥିବା ପରିବାରକୁ ଉପେକ୍ଷା କରାଯାଇଛି।ଏପରି ଅଭିଯୋଗର ବିଚାର ନିମନ୍ତେ କଣ୍ଟାପଡା ବି.ଡି.ଓ ଯଥାର୍ଥ କର୍ତ୍ରୁପକ୍ଷ ଅଟନ୍ତି।ଆବେଦନ ସବିଶେଷ ତଥ୍ୟ ଓ ପ୍ରକାଶିତ ରାୟ ର ନକଲସହିତ ୩ ସପ୍ତାହ ମଧ୍ୟରେ ତାଂକୁ ଆବେଦନ କରିବେ, ବି.ଡି.ଓ ଏହାକୁ ପ୍ରାପ୍ତିର ୩ମାସ ମଧ୍ୟରେ ଆବେଦନକାରୀକୁଂ ଉପଯୁକ୍ତ ଶୁଣାଣୀସୁଯୋଗ। ପୂର୍ବକ ପଦକ୍ଷେପ ନେବେ।ତେବେ କଣ୍ଟାପଡା ବି.ଡି.ଓ ,୨୬।୪।୨୦୧୯ରୁ ରାୟର ନକଲ ଓ ଆବେଦନ ଗ୍ରହଣ କରିଥିଲେ ବି ନ୍ୟାୟାଳୟକଂ ପ୍ରଦତ୍ତ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇସାରିଲାଣି ଅଥଚ ପିଡୀତକୁଂ ଏଯାଏ ଘରଟିଏ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ଖୁବଶୀଘ୍ର ଅଦାଲତ ଅବମାନ ନା ରୁଜୁ କରାଯିବ ବୋଲି ସୂଚନା ମିଳିଛି । ଘରଭଂଗା କ୍ଷତିପୂରଣ ତାଲିକା ପ୍ରସ୍ତୁତରେ ବ୍ୟାପକ ଜାଲିଆତି ଓ ତଂଚକତା କରାଯାଇଥିବାରୁ ଆଗାମୀଦିନରେ ବିପୁଳ ସଂଖ୍ୟକ ମାମଲା ରୁଜୁହେବା ଆଶଂକା ପ୍ରକାଶ ପାଇଛି।