” ଫନି”କ୍ଷତିଗ୍ରସ୍ତ ନଡିଆ ଚାଷିକୁଂ ୧ଲକ୍ଷ ଚାରାବଣ୍ଟନ ନିମନ୍ତେ କର୍ମଶାଳାଅନୁଷ୍ଠିତ
ଭୁବନେଶ୍ୱର୧୧/୮ (ସ୍ୱତନ୍ତ୍ର ପ୍ରତିନିଧି ସତ୍ୟାନୁସଂଧାନ)” ଫନି”ବାତ୍ୟା କ୍ଷତିଗ୍ରସ୍ତ ପୁରି ଓ ଖୋର୍ଦ୍ଧା ଜିଲ୍ଲାର ନଡିଆ ଚାଷିକୁଂ ଓଡିଶା ଇଣ୍ଟର ନ୍ୟାସନାଲ ସେଣ୍ଟର ଜରିଆରେ ୧ଲକ୍ଷ ନଡିଆ ଚାରା ଯୋଗାଇ ଦେବାକୁ ଆଜିଅପରାହ୍ନରେ ଭୁବନେଶ୍ୱରସ୍ଥିତ ଭାରତିୟ ବିଦ୍ୟା ଭବନ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡ ଃ ଜେ.ପି ଦାସ୍ ସରସ୍ୱତି ସମ୍ମାନ ଓ ଅବସର ପ୍ରାପ୍ତ ଆଇ.ଏ.ଏସ ମୁଖ୍ୟଅତିଥି, ଡ ଃ ଅଶୋକ କୁମାର ମହାପାତ୍ର,ସତ୍ୟବାଦି ବିଧାୟକ ମାନ୍ୟବର ଉମାକାନ୍ତ ସାମନ୍ତରାୟ,ପୁରି ବିଧାୟକ ମାନ୍ୟବର ଜୟନ୍ତ କୁମାର ଷଡଂଗି, ବ୍ରହ୍ମଗିରି ବିଧାୟକ ମାନ୍ୟବର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ।ଅନୁଷ୍ଠାନର ଅଧ୍ୟକ୍ଷ ପରେଶ ନାୟକ ପ୍ରାରମ୍ଭିକସୁଚନା ଦେଇଥିଲେ । ସଦସ୍ୟ ଭାବଗ୍ରାହି ଶାନ୍ତି ସ୍ୱାଗତ ଭାଷଣ ଦେଇଥିଲେ।ବିଜ୍ଞାପନ ଶିଳ୍ପର ମୁଖ୍ୟ ପ୍ରବକ୍ତା ନିଶିକାନ୍ତ ମିଶ୍ର ସଭାପତିତ୍ୱ କରିଥିଲେ।ଉପାଧ୍ୟକ୍ଷ ଜୟପ୍ରକାଶ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ନାରିକେଳ ଉନ୍ନୟନ ନିଗମ ଅଧ୍ୟକ୍ଷ ବିଶ୍ୱନାଥ ରଥ ଓ ସତ୍ୟବାଦି ବ୍ଲକ ଅଧ୍ୟକ୍ଷା ସୁଶ୍ରିମତି ସସ୍ମିତା ପ୍ରଧାନ ବହୁ ଉପାଦେୟ ବକ୍ତବ୍ୟ ରଖିଥିଲେ।ବକ୍ତାମାନେ ତାଂକ ବହୁମୁଲ୍ୟ ମନ୍ତବ୍ୟରେ କହିଥିଲେ ଯେ ,” ନଡିଆକୁ ଶ୍ରିଫଳ କୁହାଯାଏ, ଯାହା ଲକ୍ଷ୍ମିକଂର ପ୍ରିୟ ଫଳ।ପୁରି ଜିଲ୍ଲାରେ ପ୍ରାୟ ୩୫ହଜାର ହେକ୍ଟର ଜମିରେ ନଡିଆ ଚାଷ ହୋଇଥିଲା, “ଫନି” ବାତ୍ୟାରେ ୫୦ଲକ୍ଷ ଗଛ କ୍ଷତିଗ୍ରସ୍ତ ହୋଇଥିବା ସ୍ଥଳେ ପ୍ରାୟ ୨୦ ଲକ୍ଷ ଗଛ ସଂପୁର୍ଣ ଉପୁଡି ଯାଇଛି ।ଫଳରେ ହିତାଧିକାରି ଚାଷି ମାନେ ବ୍ୟାପକ କ୍ଷତିସହିଛନ୍ତି ଏହାକୁ କେତେକାଂଶରେ ଭରଣା ନିମନ୍ତେ ଉକ୍ତଯୋଜନା ହାତକୁ ନିଆଯାଇଛି ।ବକ୍ତାମାନକଂ ସୁଚନାଅନୁଯାୟି, ବର୍ଷକୁ ଗୋଟିଏ ନଡିଆ ଗଛରୁ ପ୍ରାୟ ୧୫୦ରୁ ୨୦୦ ଟି ପର୍ଯ୍ୟନ୍ତ ନଡିଆ ହାରାହାରି ଅମଳ ହୋଇଥାଏ, ଯାହାକି ଗୋଟିଏ ପରିବାରର ଆର୍ଥିକ ସ୍ଥିତି ସୁଦ୍ରୁଢ କରିଥାଏ।ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଧାର୍ଯ୍ୟ ୧ଲକ୍ଷ ନଡିଆ ଚାରାର ସୁଷମ ବଣ୍ଟନ ନିମନ୍ତେ ଭୁବନେଶ୍ୱର,ସାକ୍ଷିଗୋପାଳ,ପୁରି ଓ ବ୍ରହ୍ମଗିରି ଠାରେ ୪ଟି ମୁଖ୍ୟକେନ୍ଦ୍ର ଓ ବିଭିନ୍ନ ପଂଚାୟତରେ ୫୦ ଟି ଉପକେନ୍ଦ୍ର ଖୋଲା ଯାଇଛି ।ଜଣେ ହିତାଧିକାରିକୁଂ ଅନ୍ୟୁନ ୨ଟି ଓ ସର୍ବାଧିକ ୫ ଟି ଲେଖାଂ ଚାରା ଓ ଚାରା ପ୍ରତି ୨୦ ଟଂକା ହିସାବରେ ହିତାଧିକାରିକୁଂ ଦେବାକୁ ପଡିବ ବୋଲି ଅନୁଷ୍ଠାନର ଉପାଧ୍ୟକ୍ଷ ଜୟପ୍ରକାଶ ମିଶ୍ର ଏକ ପ୍ରେସ ବିଜ୍ଞପ୍ତି ଜରି ଆରେ ଜଣାଇଛନ୍ତି।ଆଜିର ଏହି କର୍ମଶାଳାରେ ଶ୍ରିମତି ଇନ୍ଦିରା ମିଶ୍ର,ଶ୍ରିମତି କୁମୁଦିନିପଣ୍ଡା,ଲିଜା ସାହିଲ,ସୁମନ ଦାସ,ସୁଭଦ୍ରା ମିଶ୍ର, ପ୍ରତାପ ଚନ୍ଦ୍ର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିବା ବେଳେ ଉଦୟନାଥ ଶାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

