
ଫନିଭଂଗା ବିଦ୍ୟୁତ ଖୁଣ୍ଟରୁ ଆଘାତପାଇଶ୍ରମିକଗୁରୁତର
କଟକ ୧୭।୧୧(ଗ୍ରାମାଚଂଳ ସ୍ୱ.ପ୍ର) ନିଆଳି ବ୍ଲକ,ଏରଂଚ ଗ୍ରାମର ଯୋଗେନ୍ଦ୍ର ଭୋଇ( ୬୫) ନାମକ ଜନୈକ ଶ୍ରମିକ ଆଜି ଅପରାହ୍ନରେ ସ୍ଥାନୀୟ ବ୍ୟକ୍ତିକଂ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଫନି ବାତ୍ୟାରେ ଭାଂଗିପଡିଥିବା ଏକ ବିଦ୍ୟୁତ ପରିବାହିତ ଲୁହା ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ଯିବାରୁ ଆଘାତରେ ଗୁରୁତର ହୋଇଛନ୍ତି।ତାଂକୁ ସାମାଜିକ ସଂଗଠନ”ଅଭିମନ୍ୟୁ”ର କିଛି କାର୍ଯ୍ୟକର୍ତ୍ତାଉଦ୍ଧାର କରିଏକ ବେସରକାରୀ ଚିକିତ୍ସାଳୟରେ ପ୍ରାଥମିକ ଉପଚାର ନିମନ୍ତେ ଭର୍ତ୍ତି କରାଇଛନ୍ତି ।