ଅଂଚଳ ଖବର ଜିଲ୍ଲାଖବର

‘ଫନି’ର ଫନିରେ ଘାଇଲା ପ୍ରଶାସନ:ଫାଇଦାରେ ବିଜେପି !

Spread the love

ଫନିର ଫନିରେ ଘାଇଲା ପ୍ରଶାସନ। ଫାଇଦାରେ କିନ୍ତୁ ବିଜେପି! ସତରେ ସବୁଥରର ବାତ୍ୟାଠୁ ନିଆରା ଏଥରର ‘ଫନି’ , କେବଳ ଏଥିପାଇଁ ଯେ ସରକାରୀ ସହାୟତାର ବଣ୍ଟନରେ ଆଖିବୁଜା ଦୁର୍ନିତି। ଯାହା କେବେକେହି ବିଶ୍ୱାସ କରିପାରିବ ନାହିଁ ଯେ ଜଣେ ଜଣେ ହିତାଧିକାରୀ କୋଠାଘର ଥାଇ ବି ବାତ୍ୟା କ୍ଷତିଗ୍ରସ୍ତ ନ ହୋଇ ୩/୪ଟି ପର୍ଯ୍ୟନ୍ତ ସରକାରକଂ ମାଗଣା ଘର ହାତେଇଛନ୍ତି।ଏଥିପାଇଁ ଜଣ ଜଣକୁଂ ୨୦ହଜାର ପର୍ଯ୍ୟନ୍ତ ହାତ ଗୁଂଜା ବି ଦେବାକୁ ହୋଇଛି।ଲୋକମାନକଂ ଠାରୁ ଆଦାୟ ଅର୍ଥର ପରିମାଣ ଲକ୍ଷଲକ୍ଷ ଟଂକା ହେବ ଜଣେ କର୍ମଚାରୀ ନାମ ପ୍ରକାଶ ନ କରିବା ସର୍ତ୍ତରେ ସୂଚନା ଦେଇଛନ୍ତି,ଏମିତିକି ଦଲାଲ ମାନେ ବି ବିପୁଳ ଟଂକା କମିଶନି ଆକାର ରେ ପାଇଛନ୍ତି ।ଯାହାର ଫଳାଫଳ ଏବେ ପ୍ରଶାସନ ଭୋଗୁଛି ଓ ଆଗକୁ ଆହୁରି ପରାଭବ ବି ଭୋଗିବ।କାରଣ ବାତ୍ୟାରେ ଯାହା ଯେତିକି କ୍ଷତି ହୋଇ ନ ଥିଲା ସରକାରୀ ସହାୟତା ପାଇବାକୁ ଲୋକେ ବିରାଟ ଆଶା ନେଇ ବ୍ୟାପକ ଉତ୍କୋଚ ଦେଇଛନ୍ତି ।ହିତାହିତ ଜ୍ଞାନ ଭୁଲି ଦାୟୀତ୍ୱରେ ଥିବା କର୍ମଚାରୀ ମାନେ ବାଟବଣା ହୋଇ ମନଇଛା ଆଦାୟ ଟଂକାର ପରିମାଣ ଅନୁଯାୟୀ ୩ମହଲା କୋଠାଥିବା ଲୋକ କୁଂ ଘରଭଂଗା ତାଲିକାରେ ଭର୍ତ୍ତି କରାଯାଇଛି।ଏତେ ପରିମାଣରେ ଏହି ତଂଚକତା ହାଟରେ ପଡି ଦାଣ୍ଡରେ ଗଡୁଛି । କେତେ ଲୋକ ହାଇକୋର୍ଟରେ ସଂଖ୍ୟାଧିକ ମାମଲା ରୁଜୁ କରି ପ୍ରଶାସନକୁ କୋର୍ଟକଂ ରାୟର ନକଲ ଧରେଇ ସାରିଛନ୍ତି ଆଗକୁ ରାୟଉଲଂଘନ କାରଣରୁଅଦାଲତ ଅବମାନନା ମାମଲାରେ କେତେକକଂ ଚାକିରୀ ବି ଯାଇପାରେ।ଲୋକକଂ ପୁଂଜିଭୁତ କ୍ରୋଧର ଫାଇଦା ଉଠାଇବାକୁ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ପୂର୍ବରୁଗତ୧୧ତାରିଖରେ ଦଳ ପକ୍ଷରୁ ଦିଆ ଯାଇଥିବା ଅନଶନ ନୋଟିସ କ୍ରମେ ପୂର୍ବତନ ମନ୍ତ୍ରୀ ସମୀର ଦେ ,ପୂର୍ବତନ ସାଲେପୁର ବିଧାୟକ ପ୍ରକାଶବେହେରା,ଦିଲ୍ଲୀପ ମଲ୍ଲିକ, ପ୍ରମୁଖ କଟକ ଜିଲ୍ଲାପାଳକଂ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ।ତେବେ ଜିଲ୍ଲା ପ୍ରଶାସନ ସେମାନକଂ ଦାବୀପତ୍ର ଗ୍ରହଣ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ଅଯୋଗ୍ୟ ହିତାଧିକାରୀକଂ ନାମ ତାଲିକାରୁ ବାଦ୍ ଦେବାସହିତ ଯୋଗ୍ୟ ହିତାଧିକାରୀକଂ ନାମ ତାଲିକାଭୁକ୍ତ କରି ଆସନ୍ତା ୨୦ତାରିଖ ସୁଦ୍ଧା ପଂଚାୟତ,ବ୍ଲକକାର୍ଯ୍ୟାଳୟରେ ସର୍ବସାଧାରଣକଂ ଅବଗତି ନିମନ୍ତେ ପ୍ରକାଶ କରିବେ।ଯେଉଁମାନକଂନାମଉପରେ କୌଣସିଆପତ୍ତି ଥିବ ଧାର୍ଯ୍ୟସମୟ ମଧ୍ୟରେ ତାହାର ବିଚାର କରାଯାଇ ତାଲିକା ଚୂଡାନ୍ତ ହେବ। ଏହି ନୋଟିସକୁ ସାର୍ବଜନୀନ କରିବାକୁ ତହସିଲଦାରକୁଂ ନିର୍ଦ୍ଦେଶ ଦିଆ ଯାଇଛି

ଫନିଘରଭଂଗା ସହାୟତାରେ ଦୁର୍ନିତି ବିରୁଦ୍ଧରେ କଟକ ଜିଲ୍ଲାପାଳକଂ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଅନଶନ (୧୫/୧୧/୨୦୧୯)

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]