ଦୁର୍ନିତି

ବନ୍ଧୁକମୁନରେ ଟଂକା, ମୋବାଇଲ ଓ ସୁନାଚେନ ଲୁଟିଲେ ଦୁର୍ବ୍ରୁତ୍ତ!

Spread the love

କଣ୍ଟାପଡା/ ନିଆଳି/ (ନି.ପ୍ର)/ ଜଗତସିଂହପୁର ୨୧।୮(ସ୍ୱ.ପ୍ର) ଗୋବିନ୍ଦପୁର ଥାନା,ଡିମିରି ଫାଣ୍ଡି ଅନ୍ତର୍ଗତ ପଣ୍ଡାବଗିଚା ଛକ ନିକଟରେ ଆଜି ପ୍ରତ୍ୟୁଷରେ ଭୂବନେଶ୍ୱରରୁ ବାଇକରେ ଜଗତସିଂହପୁରକୁ ଫେରୁଥିବା ଦୁଇଜଣ ବ୍ୟକ୍ତିକଂ ଠାରୁ ଦୁଇଜଣ ଦୁର୍ବ୍ରୁତ୍ତ ବନ୍ଧୁକ ଦେଖାଇ ୩ହଜାର ଟଂକା,ଦୁଇଟି ମୋବାଇଲ ଫୋନ୍ ଓ ଜଣକଂ ବେକରେ ପଡିଥିବା ଏକ ସୁନାଚେନ ଲୁଟିନେଇଥିବା ଡିମିରି ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି।ମିଳିଥିବା ସୂଚନାନୁଯାୟୀ, ଜଗତସିଂହପୁର ଅଂଚଳର ଜଣେ ରୋଗୀ ଭୂବନେଶ୍ୱରର ଏକଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।ତାଂକର ଆଜି ଅସ୍ତ୍ରୋପଚାର ହେବାର ଥିଲା ।ଟଂକାପାଇଁ ତାଂକ ନିକଟରେ ଥିବା ଦୁଇଜଣ ଆତ୍ମୀୟ ଜଗତସିଂହପୁର ଆଡକୁ ଆସୁଥିଲେ।ସେମାନେ ଅଡଶପୁର ଦେଇ କସର୍ଦ୍ଦା ପର୍ଯ୍ୟନ୍ତ ଆସୁଥିବା ବେଳେ ଡିମିରି ଫାଣ୍ଡିର ଅନତି ଦୂରରେ ରାସ୍ତାଉପରେ ଦୁଇ ଦୁର୍ବ୍ରୁତ୍ତ ବନ୍ଧୁକ ଦେଖାଇ ଅଟକାଇଥିଲେ ଓ ଦୁଇଟିମୋବାଇଲ, ଚିକିତ୍ସା ପାଇଁ ପାଖରେ ଥିବା ୩ହଜାର ଟଂକା, ବେକରେ ପଡିଥିବା ଏକ ସୁନାଚେନକୁ ଲୁଟି ନେଇଥିଲେ।ବାଇକ୍ ଛଡାଇବା ବେଳେ ପ୍ରାତଃ ଭ୍ରମଣରେ ଆସିଥିବା କିଛିଲୋକ ପାଟିତୁଣ୍ଡ ଶୁଣି ସେଠାରେ ପହଂଚିଯିବାରୁ ଅସାମାଜିକମାନେ ଖସିପଳାଇଥିଲେ । ସେମାନେ ସ୍ଥାନୀୟ ଅଂଚଳର ବୋଲି ଦେଖିଥିବା ଲୋକେ କହିଛନ୍ତି।ତେବେ ପୁଲିସର ନିଷ୍କ୍ରିୟତାକୁ ସେମାନେ ଦାୟୀ କରିଛନ୍ତି।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]