ବାଉଁଶବୋଝେଇ ମିନି ଟ୍ରକ ନଦୀବନ୍ଧରୁ ଓଲଟିପଡିଲା:ଅଳ୍ପକେ ବର୍ତ୍ତିଲା ଚାଳକ !
ଗୋବିନ୍ଦପୁର ଥାନା ପୁଲିସର କଟକଣା ଅଭାବରୁ ବାରମ୍ବାର ବାଉଁଶ ବୋଝେଇ ଟ୍ରକ ଗୁଡିକ ଦୁର୍ଘଟଣାଗ୍ରସ୍ତ ହୋଇ ଧନ ଜୀବନ ହାନୀ ଘଟୁଛି।ତଥାପି ପୁଲିସ ଗାଡିଚେକିଂ ନାଁ ରେ ବଟି ଆଦାୟରେ ବ୍ୟସ୍ତ ରହିଛି । ଗତକାଲି ରାତିରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ କନ୍ଦଳ ନଦୀ ବାମପାର୍ଶ୍ୱ ବନ୍ଧ ପୂର୍ବପାରୀ ଧାନମଣ୍ଡଳ – ବାଲିକୁଦା ମଣିକୁଣ୍ଡା ମଧ୍ୟସ୍ଥଳ ରେ ବଡପାଟସୁନ୍ଦରପୁର ମହିମା ଅଲେଖ ମିନିଟ୍ରକରେ ଲଦାହୋଇ ଯାଉଥିବା ମାତ୍ରାଧିକ ବାଉଁଶ ଭାରସାମ୍ୟ ହରେଇ ଟ୍ରକସହ ବନ୍ଧ ତଳକୁଓଲଟି ପଡିଥିଲା । ବାଉଁଶ ଟ୍ରକତଳୁ ସ୍ଥାନୀୟ ଲୋକକଂ ସହାୟତାରେ ଗାଡିର ଚାଳକ କୁହାଯାଉଥିବା ମାଲିକ କୌଣସି ମତେଉଦ୍ଧାର ହେବାରେ ସକ୍ଷମ ହୋଇଥିଲା । ତେବେ ଥାନା କୌଣସିଏକ ଅଜଣା କାରଣରୁ ଘଟଣାରେ ନୀରବ ରହିଛି । ସୂଚନା ଯୋଗ୍ୟ ଯେ ଗତପ୍ରାୟ ୫ବର୍ଷତଳେ ଗୋବିନ୍ଦପୁର ଥାନା ନିକଟରେ କେନାଲ ବନ୍ଧରେ ଯାଉଥିବା ଏକ ବାଉଁଶ ବୋଝେଇ ଟ୍ରାକ୍ଟର ଓଲଟିପଡି ନି ଆଳିର ଜଣେ ପାନବରଜ ମାଲିକ କଂ ଘଟଣାସ୍ଥଳରୁ ଦୟନୀୟ ଭାବେଉଦ୍ଧାର ହୋଇଥିଲେ ବି ଚିକିତ୍ସାଳୟରେ ମ୍ରୁତ୍ୟୁ ଘଟିଥିଲା। ପରିବହନ ହେଉଥିବା ସାମଗ୍ରି ଗାଡିର ଡାଲା ବାହାରକୁ ନ ବାହାରିବାକୁ ମୋଟରଯାନ ଆଇନରେ ଥିବା ନିୟମ କାଗଜ ପତ୍ର ରେ କେବଳ ସିମୀତ ରହିଛି । ପୁଲିସ ଦୁଇଚକିଆ ଯାନରୁ କେବଳ ବଟି ଆଦାୟରେ ବ୍ୟସ୍ତ ରହିଛି ବୋଲି ସର୍ବତ୍ର ଅଭିଯୋଗ ହେଉଛି। ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଦ୍ରୁଷ୍ଟିଦେବାକୁ ଦାବୀ ହେଉଛି