ଦୁର୍ନିତି ରାଜ୍ୟଖବର

ବିଚିତ୍ର ନିମନ୍ତ୍ରଣ ପତ୍ର,ମାନ୍ୟବର ମାନଙ୍କୁ ଅପମାନ ନୁହେଁ ତ??

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ମାନ୍ୟବର ଅତିଥି ମାନଙ୍କୁ ସମୟ ଉଲ୍ଲେଖ ନ ଥାଇ ଧାର୍ଯ୍ୟ ତାରିଖ ଓ ସମୟରେ ଯୋଗ ଦେବାକୁ କଟକ ଜିଲ୍ଲା ଅନ୍ତର୍ଗତ, କଣ୍ଟାପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଏକ ନିମନ୍ତ୍ରଣ ପତ୍ର ପଠାଯାଇଥିବା କୌତୁହଳ ସୃଷ୍ଟି କରିଛି।ଏହା ପ୍ରଚ୍ଛନ୍ନ ଭାବେ ତାଛଲ୍ୟ,ଅପମାନ ଅଥବା ଭୁଲବଶତଃ ତା ହା ବୁଝା ପଡ଼ୁନାହିଁ।କେହି ଜଣେ ଅତିଥି ପତ୍ରଟି ପାଠ କରି ସମୟ କେତେ ବେଳେ ବୋଲି ଖୋଜିବାରୁ ତା ହା ଏବେ ସାମ୍ନାକୁ ଆସିଛି।ପ୍ରାପ୍ତ ଅଭିଯୋଗ ଅନୁଯା ୟୀ,ନିଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାପଡ଼ା ପଞ୍ଚାୟତ ସମିତିଟି ବିଜେଡି ହାତରୁ ଖସି ଯାଇଛି।ଯେଉଁଥି ପାଇଁ ନବୀନଙ୍କ ନିକଟରେ ନିଆଳି ବିଧାୟ କ ଡ଼ଃ ପ୍ରମୋଦ ମଲ୍ଲିକଙ୍କ ଭାବମୂର୍ତ୍ତି ମଳିନ ପଡିଛି ତେଣୁ ବ୍ୟତିବ୍ୟସ୍ତ ହୋଇ ବେଳେବେଳେ ଏମିତି ଭୁଲ ଭଟକା କରି ପକାଉଛନ୍ତି।ଯଦିଓ ବିଡିଓ ହେଉ ଛନ୍ତି ସମିତିର ସମ୍ପାଦକ ତେଣୁ ତାଙ୍କ ସ୍ୱାକ୍ଷର ଓ ନାମରେ ହିଁ ସମସ୍ତ କାଗଜପତ୍ର ଚଳାଯାଏ।ଆସନ୍ତା ଡ଼ିସେମ୍ବର ୫ତାରିଖରେ କଣ୍ଟାପଡ଼ା ବ୍ଲକରେ,ଜିଲ୍ଲା ପାଳ ଓ ଗ୍ରାମାଞ୍ଚଳ ଏସ.ପି ଙ୍କ ମିଳିତ ଜିଲ୍ଲାସ୍ତରୀୟ ଜନଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଠିତ ହେବାକୁ ବିଡ଼ିଓଙ୍କ ସ୍ବାକ୍ଷରରେ ଗତ ୩୦/୧୧/୨୦୨୨ରେ ଏକ ଲିଖିତ ନିମନ୍ତ୍ରଣପତ୍ର ମାନ୍ୟବର ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ପଠାଯାଇଛି ଓ ସେଥିରେ ନିର୍ଦ୍ଧାରିତ ତାରିଖ ଓ ସମୟରେ ଯୋଗଦେବାକୁ ଅନୁରୋଧ କରାଯାଇଛି ହେଲେ ତାରିଖ ଲେଖା ଯାଇଛି ଅଥଚ ସମୟ ଲେଖାଯାଇ ନାହିଁ,କାହିଁକି ଏପରି ହୋଇଛି କେହି କହିପାରୁ ନାହାଁନ୍ତି।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]