ଦୁର୍ନିତି

ବିଜେଡି ବିଧାୟକଙ୍କ ନାଁ ରେ ଚୋରା ମଦ ଚାଲାଣ ବେଳେ ମଦ ସହ କାର ଜବତ:ଦୁଇ ଗିରଫ!

Spread the love

କଟକ ଗ୍ରାମାଞ୍ଚଳଜିଲ୍ଲା (ନି.ପ୍ର)୧୨।୧୦ ଜଣେ ବିଜେଡି ବିଧାୟକଙ୍କ ନାଁ ଓ ଭୟ ଦେଖାଇ ଏକ କାରରେ ୫ ପେଟି(୮୦ଲିଟର)ଚୋରା ବିଦେଶୀ ମଦ ଚାଲାଣ ବେଳେ ଆଜିସନ୍ଧ୍ୟାରେ ନିଆଳି ଥାନା କସରଦାଫାଣ୍ଡି ପୁଲିସହାତରେ ଦୁଇଜଣ ଧରାପଡ଼ି ଗିରଫ ହୋଇଛନ୍ତି।ମଦ ସହିତ କାରକୁ ପୁଲିସ ଜବତ କରିଛି।ଗିରଫ ଅଭିଯୁକ୍ତ ଦୁଇଜଣ ଙ୍କନାମ ପ୍ରକାଶ ମଲ୍ଲିକ(କାରଚାଳକ)ଓ ସୁମନ୍ତ କୁମାର ମଲ୍ଲିକ ବୋଲି ପୁଲିସ ଗଣମାଧ୍ୟମକୁ ସୂଚ ନା ଦେଇଛି।ନବୀନ ସରକାରଙ୍କ ଅବକାରୀ ନୀତି କୁ ଅଧିକ ଖୋଲାସମର୍ଥନ ଯୁଟାଇଛି ଆସାମୀ ମାନଙ୍କୁ ଖଲାସ କରିଦେବାକୁ ବିଧାୟକଙ୍କ ପୁଲିସ ଉପରେ ନାଲିଆଖି ଓ ଚାପ,ଯାହାକି ସ୍ଥାନୀୟ ଗଣମାଧ୍ୟମଗୁଡ଼ିକ ଯୋଗୁ ଫସରଫାଟି ଯାଇଛି।ପ୍ରାପ୍ତ ସୂଚନାଅନୁଯାୟୀ,ଆଜି ସନ୍ଧ୍ୟାରେ ୮୦ଲିଟ ର ଚୋରା ବିଦେଶୀ ମଦ ଏକ ଅଲ୍ଟୋ କାର ଯୋ ଗେ ଚାଲାଣ କରାଯାଉଥିବା ନିଆଳି ପୁଲିସକୁ ଏକ ଗୁପ୍ତସୁଚନା ମିଳିଥିଲା।ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ ସମଗ୍ର ନିର୍ବାଚନମଣ୍ଡଳୀ ଅଞ୍ଚଳ ରେ ଅପରାଧିକ କାର୍ଯ୍ୟକାପ ବଢୁଥିବା ଓ ସରକା ର କୋଟିକୋଟି ଟଙ୍କା ରାଜସ୍ବ ହରାଉଛନ୍ତି ଅପର ପକ୍ଷରେ ନିଷିଦ୍ଧ ନିଶାକାରବାର ବୃଦ୍ଧି ଯୋଗୁଁ ଯୁବ ଗୋଷ୍ଠୀ ଏବେ ଦିଶାହରା।ଏପରି ଏକ ସଙ୍କଟମୟ ସ୍ଥିତିରେ ଜଣେ ବିଜେଡି ବିଧ୍ୟାୟକଙ୍କ ସମ୍ପର୍କୀୟ ବୋଲି ପ୍ରଭାବ ପକାଇ ଚୋରାମଦ ଚାଲାଣ,ଧରା ପଡ଼ିଥିବା ଅଭିଯୁକ୍ତ ମାନଙ୍କୁ ଖସାଇ ଦେବାକୁ ପୁଲି ସ ଉପରେ ଚାପ ପକାଇ ନିରାଶ ହେବା ସମଗ୍ର ଅଞ୍ଚଳରେ ଆଜି ବେଶ୍ କୌତୁହଳ ସୃଷ୍ଟି କରିଛି।ଘଟଣା ଏତିକିରେ ସରିନାହିଁ ଜବତ କାର ଓଡ଼ି ଶୁନ ଦୁଇ ବି ୫୦୮୦ ସୁମନ୍ତ ମଲ୍ଲିକଙ୍କ ନାମରେ ପଞ୍ଜୀକରଣ ଥିବା ବେଳେ ଚୋଲ ମଣ୍ଡଳମ୍ ଦ୍ଵାରା ବିମାଅବଧି ୧୭ମାର୍ଚ୍ଚ ୨୦୨୩ରୁ ଓ ପ୍ରଦୂଷଣ ସାର୍ଟି ଫିକେଟ ୨୪ଅଗଷ୍ଟ ୨୦୨୩ରୁ ସରିଯାଇଛି।ତେ ବେ ରାସ୍ତାରେ କ୍ୟାମେରା ଲଗାଇ ସାଧାରଣ ବାଇ କଧାରୀ ମାନଙ୍କଠାରୁ ଜୋରିମାନା ଚାଲାଣକାଟି ଚାଲୁଥିବା ରାଜ୍ୟପରିବହନ ବିଭାଗ କିପରି ଏପରି ବେଆଇନ ଯାନଗୁଡିକୁ ରାସ୍ତାରେ ଚଳାଚ ଳର ଅନୁମତି ଦେଇଛି ଅଥବା ନିଦାବିଷ୍ଣୁ ସାଜିଛି ?ତାହା ଲୋକଙ୍କୁ ବିସ୍ମିତ କରିଛି।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]