ଦୁର୍ନିତି ରାଜ୍ୟଖବର

ବିଜେଡି ସରପଞ୍ଚ;ଉନ୍ନୟନ ନାଁ:ବାଇକ୍ ଓ ସ୍କୁଟିରେ ମାଟି ଖୋଳି,ପୋତି ଲୁଟିନେଲେ ୧ଲକ୍ଷ ୯୮ହଜାର ସରକାରୀ ଯୋଜନା ଅର୍ଥ!

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା (ନିପ୍ର)ନିର୍ବାଚନରେ ହେ ହେ ନବୀନ…..ଗୀତ କାସେଟ ବଜେଇଲେ,ନିଆଳି ବିଧା ୟକ ଡାକ୍ତର,ପ୍ରଫେସସର୍ ପ୍ରମୋଦ ମଲ୍ଲିକଙ୍କ ସମ ର୍ଥନରେ ସରପଞ୍ଚ ପ୍ରାର୍ଥୀ ବି ହୋଇଥିଲେ….ଖୁବ୍ ବ୍ୟ ବଧାନରେ ଜିତି ବି ଗଲେ।ହେଲେ ଏବେ ଅସଲ ଚି ତ୍ର କେବଳ ବିଜେଡି ଦଳକୁ ନୁହେଁ,ଦଳର ସଭାପତି, ମୁଖିଆ ନବୀନବାବୁଙ୍କ ଧଳାଛବି ଉପରେ କଳାଛିଟା ଆଙ୍କିଦେଇଛି!ଏକଥା ଆମେ କହୁ ନାହୁଁ,ସୂଚନା ଅଧି କାର ତଥ୍ୟ ସାମ୍ନାକୁ ଆଣିଛି।ନିର୍ବାଚିତ ସରପଞ୍ଚ ପୂର୍ବ ରୁ ବି ଥରେ ସରପଞ୍ଚ ଭାବେ ଏହି ପଞ୍ଚାୟତରେ କା ର୍ଯ୍ୟ କରି ସାରିଛନ୍ତି,କଟକ ଜିଲ୍ଲା ମହିଳା ବିଜେଡି ସଂଗଠନର ସେ କଣ୍ଟାପଡ଼ା ବ୍ଲକ ସଭାନେତ୍ରୀ ଭାବେ ମଧ୍ୟ ପଦବୀ ଅଳଙ୍କୃତ କରିଛନ୍ତି।ତାଙ୍କ ସ୍ଵାମୀ ନକୁଳ ରାଉତ ବି ପୂର୍ବରୁ ସରପଞ୍ଚ ନିର୍ବାଚିତ ହୋଇ ଉକ୍ତ ପଂଚାୟତରେ କାର୍ଯ୍ୟ କରି ସାରିଛନ୍ତି,ଉଭୟ ପତି ପତ୍ନୀ ବିଧାୟକ ଶ୍ରୀ ମଲ୍ଲିକଙ୍କ ଏକାନ୍ତ ଅନୁଗତ ଭା ବେ ସାରା ଅଞ୍ଚଳରେ ଜଣାଶୁଣା।ତେଣୁ ସେମାନଙ୍କ ଅଜଣାରେ ଯେ ଏପରି ହୋଇଛି ତାହା ନୁହେଁ।ବ୍ରା ହ୍ମଣ ସାଇଲୋ ପଂଚାୟତରେ ତୃପ୍ତିମୟୀ ରାଉତ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ କି ପ୍ରକାର ଉନ୍ନୟନ ଓ କେଉଁ କେଉଁ ପ୍ରକଳ୍ପରେ କେତେ ସର କାରୀ ଅର୍ଥ ବ୍ୟୟ ହୋଇଛି ତାହାର ସବିଶେଷ ତଥ୍ୟ ପାଟସୁନ୍ଦରପୁର ପଞ୍ଚାୟତର ଶରତ ପରିଡ଼ା ସୂଚନା ଅଧିକାର କର୍ମୀ ବ୍ଲକ ଅଧିକାରୀଙ୍କୁ ତଥ୍ୟ ମାଗିଥି ଲେ।ଏହି ତଥ୍ୟରୁ ଜଣାପଡ଼ିଛି କି,ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ବ୍ରାହ୍ମଣସାଇଲୋ ହାଇସ୍କୁଲ ପଶ୍ଚି ମପାର୍ଶ୍ଵ ଜମି ଉନ୍ନୟନ କାମ ନାମରେ ୧ଲକ୍ଷ ୯୮ ହ ଜାର ଟଙ୍କା ମାଟି ଖୋଳେଇ ଓ ପୋତେଇ ନାମରେ ଉଠାଇ ନିଆଯାଇଛି।ଏହି ଖୋଳା ଓ ପୋତାରେ ଯେଉଁ ସବୁ ଯାନ ନିୟୋଜିତ ହୋଇଥିବାର ବିଲ ଭାଉଚ୍ଚର୍ ଦର୍ଶାଯାଇଛି ସେଗୁଡିକ ସବୁ ବାଇକ୍, ସ୍କୁଟି,ଓ ପେଟ୍ରୋଲ କାର ବୋଲି ରାଜ୍ୟ ପରିବହନ ବିଭାଗ ପୋର୍ଟାଲରୁ ଧରା ପଡିଛି!!ଏହି ସବୁ ବିଲ ଭାଉଚରରେ ତୃପ୍ତିମୟୀ ରାଉତ ପାସଫର୍ ପେମେ ଣ୍ଟ କରିଛନ୍ତି।ରେଭେନ୍ୟୁ ଷ୍ଟାମ୍ପ ଉପରେ ଏତେ ଗୁଡି ଏ ଟଙ୍କାକୁ ପ୍ରାପ୍ତିସ୍ବୀକାର କରିଥିବା କୃଷ୍ଣଚନ୍ଦ୍ର ପାତ୍ର ପି ତା:ରାଧାକୃଷ୍ଣ ପାତ୍ର ଗ୍ରାମ:ଧାନମଣ୍ଡଳ ଅଟନ୍ତି।ଯେଉଁ ଯେଉଁ ଯାନ ନମ୍ବର ସବୁ ବ୍ୟବହୃତ ହୋଇଛି ସାଧା ରଣ ପାଠକ,ବିଜେଡ଼ି ଦଳ କର୍ମୀ ଓ ନେତା ତଥା ରା ଜ୍ୟ ବିରୋଧୀ ଦଳ,ସ୍ଥାନୀୟ ଅଞ୍ଚଳବାସୀ,ମତଦାତା ମାନଙ୍କ ଅବଗତି ନିମନ୍ତେ ଏହାର ମାଲିକଙ୍କ ନାମ ସବିଶେଷ ନିମ୍ନରେ ପ୍ରଦାନ କରାଗଲା ଗ୍ଲାମର କାଷ୍ଟ ଡି ଆର୍ OD 051637 ଯାନମାଲିକ ଉତ୍କଳ କେଶ ରୀ ସାବତ,OD 054166 ଗ୍ଲାମର ବାଇକ୍ ମାଲିକ ପ୍ରଶାନ୍ତ କୁମାର ଜେନା,0R 0504 31ମାଲିକ ମିସ ପ୍ରୀତି ଡି କାମଦାର୍ କାଇନେଟିକ ଲୁନା ସୁପର 0R 057026 ବଜାଜ ଚେତକ ସ୍କୁଟର ମାଲିକ ପି.କେ ରଥ,ଜିତେନ୍ଦ୍ର କୁମାର ସେଠୀ ବାଲେନୋ ଡେଲ୍ଟା ପେ ଟ୍ରୋଲ କାର ନମ୍ବର OD 02 BQ 3231,ରାଜ୍ୟ ବାସୀଙ୍କ ଉପରେ ଲକ୍ଷଲକ୍ଷ କୋଟିକୋଟି ଟଙ୍କାର ଋଣଭାର ଲଦି,କରଦାତାଙ୍କୁ ଭୁତେଇ ନବୀନ ସର କାର ତାଙ୍କ ଚାମଚା କୁଜି ନେତା ଓ ଅସାଧୁ ପ୍ରଶାସ ନ କିପରି କାରନାମା ଚଳାଇଛନ୍ତି ଓ ଲୋକେ ମଦ ଓ ଟଙ୍କାକରେ କିଲେ ଚାଉଳ ନିଶାରେ !ଲୋଭରେ କିପରି ଭୋଟ ପରେ ଭୋଟଦେଇ ଚାଲିଛନ୍ତି,ଏହାହିଁ ଘଟଣାର ଏକ ବାସ୍ତବ ନମୁନା ଭାବେ ବିଚାର୍ଯ୍ୟ।ଉକ୍ତ ପଞ୍ଚାୟତରେ ହୋଇଥିବା ମୋଟ ୨୨ଗୋଟି ପ୍ରକଳ୍ପ ରୁ ଏହା ଆରମ୍ଭ ତଥ୍ୟ ମାତ୍ର ଅନ୍ୟ ୨୧ଟିରେ ମଧ୍ୟ ଗୁରୁତର ପ୍ରମାଦ ଥିବା ଜଣାପଡିଛି।ବିଲ ଓ MBରେ ମାପ କରିଥିବା ଯନ୍ତ୍ରୀଙ୍କୁ ପଚାରିବାରେ ସେ ୩ମାସ ହେଲା ଆଉ ସେ ହି ପଞ୍ଚାୟତ ଦାୟିତ୍ୱରେ ନ ଥିବା କହିଥିଲେ, ତେବେ ପୁଣି ପଚରା ଯାଇଥିଲା କି ଏହା ଗତ ଅପ୍ରେଲ ମାସର ଘଟଣା,ସେ କହିଥିଲେ ଯାହା ରେକର୍ଡ଼ରେ ଥିବ ସେ ନଦେଖିଲେ କହିପାରିବେନି।ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ମୁଁ ଏସବୁ କିଛି ଜାଣିନି,ତେବେ ଜାଣିଲା କି ଏ??ବୋଲି ପ୍ରଶ୍ନ ଉଠିଛି।ଏବେ ଲୋକାୟୁକ୍ତଙ୍କ ନି ୟମ ଅନୁଯାୟୀ,ଆଗେ ଉପଜିଲ୍ଲାପାଳ ଓ ବ୍ଲକ ପ୍ରଶା ସନକୁ ଅଭିଯୋଗ ଯିବା ପରେ ଲୋକାୟୁକ୍ତଙ୍କୁ ବିଚା ର ନିମନ୍ତେ ଯିବ,ଓ ଏମାନେ ସମସ୍ତେ ପକ୍ଷଭୁକ୍ତ ହେ ବେ।ଏଠାରେ ସୂଚନାଯୋଗ୍ୟ ଯେ ଏହି ପଞ୍ଚାୟତର ପୂର୍ବତନ ବିଜେଡି ସରପଞ୍ଚ ଝୁନୁବାଳା ଭୋଇଙ୍କ ନା ମରେ ରାସ୍ତା ଆ ଲୋକୀକରଣ ଯୋଜନାରେ ପ୍ରାୟ ୨୯ଲକ୍ଷ ଟଙ୍କାର ସରକାରୀ ପାଣ୍ଠିହଡ଼ପ ଅଭିଯୋଗ ଓଡ଼ିଶା ଲୋକାୟୂକ୍ତଙ୍କ ନିକଟରେ ମାମଲା ନମ୍ବର 736/2021 ବିଚାର ଚାଲିଥିବା ବେଳେ ପ୍ରୋସ୍କ୍ୟୁସ ନ୍ ଦ୍ଵାରା ପ୍ରିଲିମିନାରି ଇନ୍ଵକ୍ୱାରୀ ରିପୋର୍ଟ ଗତ ୨ ତାରିଖରେ ଦାଖଲ ହୋଇ ୩ଜଣିଆ ବେଞ୍ଚରେ କା ର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ରହିଛି।ଲଗାତାର ବିଜେଡି ଦଖଲରେ ଥିବା ଏହି ପଂଚାୟତର ଲୋକଙ୍କ ଆର୍ଥି କ ଅବସ୍ଥା ମଧ୍ୟ ଭଲ ନୁହେଁ।ଏହାସତ୍ତ୍ୱେ ସରକାରୀ ଯୋଜନାର ଅମାପ ଅର୍ଥକୁ ନେତା,ଅସାଧୁ ଯନ୍ତ୍ରୀ ,ପ୍ରଶାସନିକ ଅଧିକାରୀ ମିଳି ଲୁଟି ନେଉଥିବା ଅଭି ଯୋଗ ସାଧାରଣରେ ଜୋର୍ ଚର୍ଚ୍ଚା ବ୍ୟାପିଛି।ଅଧିକ ତଦନ୍ତ ହେଲେ ସତ୍ୟାସତ୍ୟ ଆହୁରି ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]