
ବିଜେପିର ସମିତି ସଭ୍ୟଙ୍କୁ ଆକ୍ରମଣ ପ୍ରତିବାଦରେ ଅଭିଯୁକ୍ତଙ୍କ ଗିରଫ ଦାବୀରେ ନିଆଳି ଥାନା ସାମ୍ନାରେ ଧାରଣା
ନିଆଳି( ନି.ପ୍ରତିନିଧି )୨୧/୩ ସଦ୍ୟ ସମାପ୍ତ ହେବାକୁ ଯାଉଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆରୋପିତ ହିଂସାକାଣ୍ଡ ଓ ଉତ୍ତେଜନା ଥମିବାର ନାଁ ନେଉ ନାହିଁ, ଉକ୍ତ କାରଣରୁ ଗତ ହୋଲି ଦିନ ବିଜେପି ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ସୃଷ୍ଟ ଗଣ୍ଡଗୋଳ ଓ ବିଜେପିର କପାସିପଞ୍ଚାୟତରୁ ନିର୍ବାଚିତ ସମିତିସଭ୍ୟଙ୍କ ପରିବା ର ଉପରେ ଆକ୍ରମଣକାରୀ ନିଶିକାନ୍ତ ଲେଙ୍କାଙ୍କ ଗିରଫ ଦାବିରେ ଆଜି ନିଆଳି ବିଜେପି ପକ୍ଷରୁ ନିଆଳି ଥାନା ସମ୍ମୁଖରେ ଶତାଧିକ ସମର୍ଥକ ଧାରଣାରେ ବସିଛନ୍ତି।ଘଟଣା ସମ୍ପର୍କରେ ଜାଣିବାକୁ ନିଆଳି ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକଙ୍କ ସହ ଯୋଗା ଯୋଗ କରାଯାଇଥିଲା ତାଙ୍କ ଉତ୍ତର ଅନୁଯାୟୀ ଗତ ହୋଲି ଦିନ କପାସି ପଞ୍ଚାୟତ ସମିତି ସଭ୍ୟାଙ୍କ ସ୍ବାମୀ ଆଗେ ବିଜେଡି କର୍ମୀଙ୍କ ସହ ଗଣ୍ଡଗୋଳ ଓ ଗାଡି ଭଙ୍ଗାରୁଜା କରି ଥିଲେ।ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।ପୁଲିସ ମାମଲା ଦ୍ବୟର ତଦନ୍ତ କରୁଛି।ଆବଶ୍ୟକ ହେଲେ ଉଭୟଙ୍କୁ ଗିରଫ କରାଯାଇ ପାରେ।