
ବିଦାୟୀ ଜଳସମ୍ପଦ ଯନ୍ତ୍ରୀଙ୍କୁ ଗୋବିନ୍ଦପୁର ଥାନାରେ ସମ୍ବର୍ଦ୍ଧନା !!??

ଆଜ୍ଞା! ଦେଖିଲେ ! ଦେଖିଲେ ! ଗୋବିନ୍ଦପୁର ଥାନା ଭିତରେ ଏ ପୁଲିସ ଭ୍ୟାନ କଡେ କଡେ ଏ ସାଦା ସିଧା ପୋଷାକର ମଣିଷ ଜଣଙ୍କ କିଏ??ହଁ କିଏ ଅତିଥି ଅଭ୍ୟାଗତ ହୋଇ ଥିବେ!ଥାନାରେ ପୁଣି ଅତିଥି ଅଭ୍ୟାଗତ କଣ ମ ଭାଇନା? ଯୋଗୀ ଥାଳରେ କଣ ଉଆ,ଉଷୁନା ବାରଣ ଥାଏ କି?ତା ହା ଥାନାରେ ପୁଣି କାହୁଁ ଆସିବ?ହୋଇଥିବେ ଯଦି ଅଭି ଯୋଗକାରୀ ନତୁବା ଅଭିଯୁକ୍ତ କିମ୍ବା ଏମାନଙ୍କ ସମର୍ଥକ !ହଁ ସେଇଆ ନୁହେଁ ତ ଆଉ କଣ??ତେବେ ଆଉ ଅଧିକ ସନ୍ଦେ ହରେ ରଖିବାଟା ଠିକ୍ ହେବନାହିଁ।ବାବୁଜଣଙ୍କ ହେଲେ ସାଇଲୋ ଝାରପଡ଼ା ଜଳସମ୍ପଦ ସେକ୍ସନର ପୂର୍ବତନ ଯନ୍ତ୍ରୀ ଅଭିମନ୍ୟୁ ଲେଙ୍କା ମହୋଦୟ।ଏ ମହାଶୟ ଥାନାରେ କଣ କରୁଛନ୍ତି??ହଁ ସାର୍ ବୋଧେ କଣ ବନ୍ଧ ବାଡ ହଣାହଣି କିଏ କରିଥିବ ବୋଲି ସେ କଥା ଜଣେଇବାକୁ ଥାନାକୁ ଆସି ଥିବେ!ନାହିଁ ନାହିଁ !ସାର୍ ତ ପୂର୍ବତନ ନା?ତେଣୁ ତାଙ୍କ ଚଉକି ତ ଆଉ ଖାଲି ନାହିଁ,ଚଉକିର ଟର୍କିସ ତଉଲିଆ ଉପରୁ ଧୁଳି ଝାଡି ସେଥିରେ ନୂଆ ବାବୁ ଜଣେ ବସିଲେଣି।ଗତ ୨୩ ତାରି ଖରୁ ସାର୍ ନିମାପଡାକୁ ବଦଳି ହୋଇ ଚାଲି ଗଲେଣି ବୋଲି ନିର୍ଭରଯୋଗ୍ୟ ସୂତ୍ର କହୁଛି।ତାହା ହେଲେ ସାରଙ୍କୁ ଥାନା ପକ୍ଷରୁ ସେଇ ଉପଲକ୍ଷେ ବିଦାୟ କାଳୀନ ସମ୍ବର୍ଦ୍ଧନା ବୋ ଧେ ଦିଆଯାଉଛି।ହେଲେ ବାଜା,ବାଣ,ଫୁଲ ତୋଡା,ଘିଅ ଉଖୁଡା,ଧୂପ ଦୀପ କିଛି ତ ଦେଖା ଯାଉନାହିଁ ??ଓହୋ କରୋ ନା କଟକଣା ସମୟ ତ ତେଣୁ……. ନା ସେ ସବୁ କିଛି ନୁହେଁ,ସବୁ ମିଛ।ତେବେ ସତକଥାଟି ହେଉଛି,ଯେ ଦେବୀ ନଦୀ ବନ୍ଧର ଦକ୍ଷିଣ ପାର୍ଶ୍ଵ ପଥର ଡମ୍ପିଂ ନାଁ ରେ ବିଗତ ୩ବର୍ଷ ହେଲାଣି ପ୍ରାୟ ୨୪ ଲକ୍ଷରୁ ଉର୍ଦ୍ଧ୍ଵଟଙ୍କା ଭଦ୍ର ଖିଆ ବେଣୁ ଭାଇ ପରିକା ରାମ୍ପୀ ଗଦେଇ ସାରିଲେଣୀ।କଟକର କେଉଁ ଜଣେ ବସ୍ତିଆ ବାବୁଙ୍କ ନାମରେ ଜଳ ସମ୍ପଦ ବିଭାଗ କାର୍ଯ୍ୟାଦ୍ଦେଶ ଦେଇଥିଲା।ନିମ୍ନ ମାନର କାମ କରି ଲକ୍ଷଲକ୍ଷ ଟଙ୍କା ସରକାରୀ ତହବିଲରୁ ଲୁଟି ନିଆଯାଉ ଥିବା ଅଭିଯୋଗ ନିଜ ପୁଅର ମୋବାଇଲ ଫୋନରେ ସେଭ୍ ଥିବା ଝାରପଡ଼ା ଜଳସମ୍ପଦ କନିଷ୍ଠଯନ୍ତ୍ରୀ ଅଭିମନ୍ୟୁ ଲେଙ୍କା ଙ୍କୁ ପୂର୍ବତନ ପରାଜିତ ସରପଞ୍ଚ ପ୍ରାର୍ଥୀ ନବକିଶୋର ପାତ୍ର ଜଣାଇଥିଲେ।ମାତ୍ର ଶ୍ରୀ ଲେଙ୍କା କୁଆଡେ ଗୁଣ୍ଡା ମାନଙ୍କୁ ଏହି ମୋବାଇଲ ନମ୍ବର ଦେଇ ଅଭିଯୋଗ ହୋଇଥିବା ଜଣାଇ ଦେଲେ।ଫଳରେ ଏହି ମୋବାଇଲଧାରୀ ନବପାତ୍ର ଙ୍କ ପୁଅକୁ ଗୁଣ୍ଡା ମାନେ ଗତ ୨୯ତାରିଖ ରାତିରେ ମରଣାନ୍ତ କ ଆକ୍ରମଣ କରି ରକ୍ତାକ୍ତ କରିଦେଲେ।ଗୋବିନ୍ଦପୁର ଥାନା ରେ ସେହି ରାତିରେ,ଓ ତତ୍ପର ଦିନ ପୀଡ଼ିତ ପୁଅ ଓ ବାପ ୨ଟି ଲିଖିତ ଅଭିଯୋଗ ସତ୍ତ୍ବେ ମାମଲା ପଞ୍ଜିକରଣ ନକରି ପୁଲିସ ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ଓଲଟା ପ୍ରକାରେ ଖେଳିଲା। ପ୍ରାଞ୍ଜଳ ଭାବରେ ଖବରଟି ପ୍ରସାରଣ ପରେ ଯେହେତୁ ମୋବାଇଲ ଫୋନରେ ଯାଇଥିବା ଅଭିଯୋଗକୁ ଯନ୍ତ୍ରୀ ଶ୍ରୀ ଲେଙ୍କା ଅଭିଯୁକ୍ତ ମାନଙ୍କୁ ମରଣାନ୍ତକ ଆକ୍ରମଣରେ ନିୟୋ ଜିତ କରିଥିବା ଓ ଜଳସମ୍ପଦ ଏସ ଡି ଓ ଙ୍କ ନାମ ମଧ୍ଯ ଉଠି ଛି।ତେଣୁ ଲେଙ୍କାଙ୍କୁ ଗୁଆ ମହାପ୍ରସାଦ ନିମନ୍ତ୍ରଣ ଦେଇ ପୁଲି ସ ବାବୁ ପଚରା ଉଚରା ପାଇଁ ଡ଼କାଇ ଥିବାରୁ ଲେଙ୍କାସାର୍ ସସମ୍ମାନେ ଥାନାରେ ପହଂଚିଛନ୍ତି,ଅବଶ୍ୟ ଦଣ୍ଡମୁକ୍ତ ଅଞ୍ଚଳ ଓ ପୁଲିସ ବାବୁ ତାଙ୍କ ପାରୁପର୍ଯ୍ୟନ୍ତ ଉଦ୍ୟମ କରି ଦଧିଚି ଋଷିଙ୍କ ଅସ୍ଥି ଦାନରେ ବୁକ୍ରାସୁର ବଧ ପରି ନିଜକୁ ଗୋପ ବନ୍ଧୁ ବାଗିଆ ନିଜ ପିଠିରେ ଦେଶ ସେବାରେ ଉତ୍ସର୍ଗ କରି ଛନ୍ତି।ଏମିତିକି କାଳେ ଉପରୁ କୋରଡ଼ା ପଡ଼ିବ ଯେ ୩ ଦିନ ହେଲାଣି ଏ ମାମଲା ପଞ୍ଜୀକୃତ ହୋଇନି କାହିଁକି?ସକାଳେ ସଂଜେ ଥାନା ବେତାର ବାର୍ତ୍ତାରେ ଅପରାଧର ତଥ୍ୟ ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ଛପାଇ ରଖାଯାଇଛି କାହିଁକି?ସେଥି ପାଇଁ ଏତଲାର ତାରିଖ ବଦଳାଇବାକୁ ଆଜି ନବ ପାତ୍ରଙ୍କୁ ଥାନାକୁ ଡ଼କାଇ ଚାପ ଦେଇଥିଲା।ହେଲେ ହାୟ!ସେ ଅପ ଚେଷ୍ଟା ବି ବିଫଳ ହେଲା।କାରଣ ନବ କହିଲେ ସେ ଗତ ଦୁଇଦିନ ତଳୁ ଡାକ ଯୋଗେ ଉକ୍ତ ଅଭିଯୋଗର ନକଲ ଗ୍ରାମାଞ୍ଚଳ ଜିଲ୍ଲା ଅତିରିକ୍ତ ଏସ ପି ଏଵଂ ସଦର ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ପଠାଇ ସାରିଛନ୍ତି।ତେଣୁ ଏବେ ତାରିଖ ବଦଳାଇ ବା ସମ୍ଭବ ନୁହେଁ।ଏଥିରେ ନିରୁପାୟ ପୁଲିସ ବାବୁ କୁଆଡେ ନବଙ୍କ ପରିବାର ନାମରେ ଏକ ମିଥ୍ୟା ଏତଲା ଅଭିଯୁକ୍ତ ମାନଙ୍କ ଠାରୁ ଲେଖାଇନେଇ ମାମଲା ରୁଜୁ କରି ବାକୁ ଯାଉଥିବା ଉଦ୍ୟମରେ ଅଛନ୍ତି।ପୁଲିସ ଅଭିଯୁକ୍ତମାନ ଙ୍କ କଥାରେ ନାଚିବାର ରହସ୍ୟ କଣ?କାହିଁକି ମାମଲା ରୁଜୁ ନ କରି ଏ ଦନ୍ତ ହୀନ ତଦନ୍ତ ଚାଲିଛି?ଲୁଟ୍ ମୋବାଇଲ୍ ଓ ଟଙ୍କା ପୁଲିସ କେବେ ଅଭିଯୁକ୍ତଙ୍କ ଠାରୁ ଉଦ୍ଧାର କରିବ??ଅପରପକ୍ଷେ ନବ ବି ଛାଡ଼ିବା ଜନ୍ତୁ ନୁହନ୍ତି।ସେ ଜଳସମ୍ପଦ ବିଭାଗର ଏହି ଦୁର୍ନୀତି ସହ ଯନ୍ତ୍ରୀ ଲେଙ୍କା,ଏସ ଡି ଓ ଏବଂ ଗୋବିନ୍ଦପୁର ପୁଲିସର ଏତାଦୃଷ କାର୍ଯ୍ୟକୁ ନେଇ ରାଜ୍ୟ ଭିଜିଲାନ୍ସ ଆଇ ଜି ଙ୍କ ଅଭିଯୋଗ ପ୍ରକୋଷ୍ଠରେ ହାଜର।ସୂଚନାଯୋଗ୍ୟ ଯେ ଏହି ଥାନାର ଜନୈକ ଏ ଏସ ଆଇ ଚିତ୍ତରଂଜନ ହୋତା ମାତ୍ର ଟଙ୍କା ଦୁଇହଜାର ଲାଞ୍ଚ ନେଉ ଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇ ଚୌଦ୍ୱାର ବନ୍ଦୀଶାଳାରେ ବେଶ କିଛିଦିନ ଚିତ୍ତକୁ ରଞ୍ଜନ କରି,କଟାଇ ଫେରିଥିଲେ।ବିଦ୍ୟୁତ୍ ଚୋରୀ କରି ଏସି ଚଳାଉ ଥିବା ଜଣେ ଥାନାଧିକାରୀଙ୍କ ସରକାରୀ କ୍ୱାର୍ଟରରେ ବିଦ୍ୟୁତ ଭିଜିଲାନ୍ସ ଚଢ଼ାଉକରି ମାତ୍ର ୮୨ହଜାର ଟଙ୍କା ଜୋରିମାନା କରିଥିଲା।ତେଣୁ ଏତେବଡ ଐତିହାସିକ ଗୋବିନ୍ଦପୁର ଥାନା ପାଇଁ ଭିଜିଲାନ୍ସ ଚଢ଼ାଉର ଇତିହାସ କିଛି ନୁଆ ନୁହେଁ।ଦେଖାଯାଉ ନବଙ୍କ ଘଟଣାରେ ଆଗକୁ କଣ ସବୁ ନବ ନବ ଘଟଣା ଘଟୁଛି?ତେବେ ଏହି ଥାନାର ଜଣେ ଏ ଏସ ଆଇ ଆଲୋକ ଷଡଙ୍ଗୀ ନାନା ଦୁର୍ନୀତିରେ ଜଡ଼ିତ ରହି ନୁଆ ଥାନାଧିକାରୀ ଙ୍କୁ ଦିଶାହରା କରୁଥିବାର ବ୍ୟାପକ ଅଭିଯୋଗ ହେଉଛି।ବେଳସହଲରୁ ଜିଲ୍ଲା ପୁଲିସ ଅଧିକାରୀମାନେ ସଚେତନ ନ ହେଲେ ପୁନଶ୍ଚ କେଉଁ ମୁହୂର୍ତ୍ତରେ ଭିଜିଲାନ୍ସ ଯେ ନ ପଶିବ ତାହା କହି ହେବ ନାହିଁ।

ଗୋବିନ୍ଦପୁର ଥାନା ବ୍ରିଟିଶ ଅମଳର। ଅନେକ ନୁଆ ଥାନା ଇନ୍ସପେକ୍ଟର ଦାୟିତ୍ବରେ ଥିଲା ବେଳେ ଏହି ପୁରୁଣା ଥାନା ସବ୍ଇନ୍ସପେକ୍ଟର ଦାୟିତ୍ବରେ ରହି ଥିବାରୁ ଆମମାନଙ୍କର ମନ ଦୁଃଖ ଥିଲା। ଯାହାହେଉ ଏହାକୁ ଏବେ ଇନ୍ସପେକ୍ଟର ମିଳିଗଲେ। କିନ୍ତୁ ଥାନାର ଅଭ୍ୟାସ ବଦଳିଲା ନାହିଁ। ନୂଆ ଇନ୍ସପେକ୍ଟର ଙ୍କୁ ଅନୁରୋଧ ସେ ନିଜ ବୁଦ୍ଧି ଓ ବିଚାରରେ ଥାନା ଚଲାନ୍ତୁ। ଅନ୍ୟ କଥାରେ ନୂଁହେ। ନବ ପାତ୍ର jane ଲଢ଼ୁଆ ମଣିଷ। ସେ ଘଟଣାର ଶେଷ ପର୍ଯ୍ୟନ୍ତ ଯିବେ। ଏଭଳି ବିପଦ ସମୟରେ ପ୍ରଭୁ ଜଗନ୍ନାଥ ତାଙ୍କୁ ସହାୟ ହୁଅନ୍ତୁ ଏତିକି ପାର୍ଥନା। ତାଙ୍କୁ ସମବେଦନା ସହ ଧନ୍ୟବାଦ ଦେଉଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଖବର satyaanusandhan ପ୍ରକାଶ କରିଥିବାରୁ ଅନେକ ଧନ୍ୟବାଦ। satyaanusandhan ର chalapatha କୁସୁମିତ ହେଉ ଏତିକି ପାର୍ଥନା