
ବିଦ୍ୟାଳୟ ପରିସରରେ ଅବୈଧ ପାଣିଟାଙ୍କି ନିର୍ମାଣ:ଅନୁମତି ଦେଲା କିଏ?ଯନ୍ତ୍ରୀ ଓ ପ୍ରଧାନ ଶିକ୍ଷକଙ୍କ ନାମରେ ରୁଜୁହେବ ମାମଲା!!

ଅବୈଧ କାର୍ଯ୍ୟ କରି ସରକାରୀ ପାଣ୍ଠିର ଅସଦ ବିନିଯୋଗ ଅଭିଯୋଗରେ ଜଣେ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଯନ୍ତ୍ରୀ ଦଣ୍ଡ ବିଧାନ ର ସମ୍ମୁଖୀନ ହେବାକୁ ଯାଉଛନ୍ତି! ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ଜେଲ ,ଜୋରିମାନା ସମେତ, ସରକାରୀ ତହାବିଲକୁ ଏହି କ୍ଷତି ତାଙ୍କ ଦରମା ଓ ପେନସନରୁ ଭରଣା କରାଯାଇପାରେ,ଯେଉଁଥି ଲାଗି ମାମଲା ଏବେ କୋର୍ଟ ମୁହାଁ ଧରିଛି ।
କଟକ ଗ୍ରାମାଞ୍ଚଳ ଜିଲ୍ଲା(ନିପ୍ର):କଟକ ଗ୍ରାମାଞ୍ଚଳ ଜିଲ୍ଲା,ନିଆଳି ବ୍ଲକ, ଏରଞ୍ଚ ପଞ୍ଚାୟତ,କୁଳଶ୍ରୀ ଗ୍ରାମକୁ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଅନ୍ତର୍ଗତ ସମସ୍ତ ଘରକୁ ନିରାପଦ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜ ନାରେ କେନ୍ଦ୍ର ସରକାର ୨କୋଟି ୩୯ଲକ୍ଷ ୯୩ହଜାର ଟଙ୍କା ଯୋଗାଇ ଦେଇଥିଲେ।ଉକ୍ତ ଅନୁଦାନରେ କାର୍ଯ୍ୟ ନିମନ୍ତେ କଟକ ସ୍ଥିତ (RWSS) ଗ୍ରାମ୍ୟ ଜଳ ଯୋଗାଣ ଓ ସାନିଟେସନ ବିଭାଗ ଟେଣ୍ଡର ଜରିଆରେ ଠିକା ଦାର ଚୟନ କରି ଗତ ୨୬.୧୦.୨୦୨୨ରେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେଇଥିଲେ।ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଅନୁଦାନ ମଧ୍ୟରୁ ପ୍ରାୟ ୧କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ବିଭାଗ ଦର୍ଶାଇଛି।ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ଏହାର ନିର୍ମାଣ ଦାୟିତ୍ୱରେ ରହିଛନ୍ତି।ମୋଟ ଜନସଂଖ୍ୟା ୨୮୬୪ ଆଧାରରେ ଉକ୍ତ ପ୍ରକଳ୍ପ ନିର୍ମାଣ ହେଉଛି।ତେବେ ଏବେ ଅଭିଯୋଗ ହୋଇଛି ଯେ ଉକ୍ତ ପ୍ରକଳ୍ପ ନିର୍ମାଣସ୍ଥଳ ଦଧିବାମନଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ବେଆଇନ୍ ଅଟେ।କୌଣସି ବିଦ୍ୟାଳୟ ପରିସରରେ ଶିକ୍ଷାନୁଷ୍ଠାନ ସମ୍ପର୍କୀୟ ବ୍ୟତୀତ ଅନ୍ୟ କୌଣସି ଯୋଜନା କରାଯାଇ ପାରିବ ନାହିଁ।୧୯୬୯ ଓଡ଼ିଶା ଶିକ୍ଷା ଆଇନ ଧାରା ୯ରେ ଏଥି ନିମନ୍ତେ ଅତି ସ୍ପଷ୍ଟଭାବେ ନିଷେଧ କରାଯାଇଛି।ତେବେ ଯନ୍ତ୍ରୀ ଶ୍ରୀମଲ୍ଲିକଙ୍କୁ ଏଥି ନିମନ୍ତେ କିଏ ଅନୁମତି ଦେଲେ ନା ସେ ବେଆଇନ ଭାବେ ଏପରି ନିର୍ମାଣ କରିଛନ୍ତି?ଅଥବା ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଜାଣତରେ ଏହି ବେଆଇନ୍ ନିର୍ମାଣ ହେଉଛି ତାହାକୁ ନେଇ ଘୋର ସନ୍ଦେହ ଉଠିଛି।ଏଣୁ ଉଭୟଙ୍କୁ ଏଥିଲାଗି ଉତ୍ତରଦାୟୀ କରାଯାଇ କାହିଁକି ତାଙ୍କଠାରୁ ଏହି ତୋଷରଫ ସରକାରୀ ପାଣ୍ଠି ଆଦାୟ କରା ନଯିବ?ସେଥିର କାରଣ ଦର୍ଶାଇବାକୁ ଓ ଉତ୍ତର ସନ୍ତୋଷଜନକ ନହେଲେ କୋର୍ଟରେ ମାମଲା ରୁଜୁ କରାଯିବାକୁ ସ୍ଥିରହୋଇଛି।ସୂଚନାଯୋଗ୍ୟ ଯେ ଏହି ସମାନ ଅଭି ଯୋଗରେ କଣ୍ଟାପଡ଼ା ବ୍ଲକ,ଝାର ପଡ଼ା ପଞ୍ଚାୟତ କମାରସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଭାଗପକ୍ଷରୁ ନିର୍ମାଣାଧୀନ ଅନ୍ୟ ଏକ ପାନୀୟ ଜଳ ପ୍ରକଳ୍ପ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି,ଯାହାର ଶୁଣାଣୀ ଆସନ୍ତା ଅପ୍ରେଲ୧୫ତାରିଖରୁ ଆରମ୍ଭ ହେବାକୁଯାଉଛି।ଘଟଣା ସଂପର୍କରେ ଯନ୍ତ୍ରୀ ଶ୍ରୀମଲ୍ଲିକଙ୍କ ପ୍ରତିକ୍ରିୟା ଆଜି ପୂର୍ବାହ୍ନରେ ମୋବାଇଲ ଫୋନରେ ଲୋଡାଯାଇଥିଲା।ସେ କୌଣସି ସନ୍ତୋଷଜନକ ଉତ୍ତର ରଖି ପାରିନଥିଲେ।ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କ ମତ ମିଳିପାରି ନାହିଁ।ଏସବୁ ବେଆ ଇନ୍ ନିର୍ମାଣ,ନିୟମଭାଙ୍ଗି ପାଇପବିଛା,ନିମ୍ନମାନର ସାମଗ୍ରୀ,ଦୁର୍ବଳ ନିର୍ମାଣ ବାବଦରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବାର ବ୍ୟାପକ ଅଭିଯୋଗ ହେଉଥିଲେ ମଧ୍ୟ ଶାସକ ବିଜେଡି ଦଳର ବାହୁଛାୟା ତଳେ ଥାଇ ଅଧିକାରୀମାନେ ଏହାକୁ ଭ୍ରୁକ୍ଷେପ କରୁ ନାହାନ୍ତି।ଓଡ଼ିଶା ଶିକ୍ଷା ଆଇନ ୧୯୬୯,ଧାରା୯ ସଂପର୍କରେ ପାଠକ ମାନଙ୍କ ଅବଗତି ନିମନ୍ତେ ନିମ୍ନରେ ପ୍ରଦତ୍ତ କରାଗଲା।

