breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ବିନା ନିଲାମରେ କୋଟି ଟଙ୍କାର ବାଲି ବେପାର??ତହସିଲଦାରଙ୍କ ନାଁ ରେ ଆସିଲା ସାଙ୍ଘାତିକ ଅଭିଯୋଗ!!

Spread the love

କଟକ ଗ୍ରାମାଞ୍ଚଳ(ନି.ପ୍ର)୧୭/୦୬ ସରକାରୀ ବାବୁ ମାନେ ସରକାରଙ୍କ ଠାରୁ ମୋଟା ଅଙ୍କର ପ୍ରାପ୍ୟ ଅସୁଲି ନେଉଥିବା ବେଳେ ବାସ୍ତବରେ ସେମାନେ କାମ କରୁଛନ୍ତି କାହା ପାଇଁ???ଏମିତି ଏକ ସଙ୍ଗୀନ ଅଭିଯୋଗ ଆସିଛି ବିଡ଼ିଓ ପଦବୀରୁ ସଦ୍ୟ ଅଳ୍ପଦିନ ତଳେ ତହସିଲଦାର ବନିଥିବା ଆମ କଣ୍ଟାପଡ଼ା ତହ ସିଲଦାରଙ୍କ ବିରୁଦ୍ଧରେ।ଆମେ ପୁରୁଣା ଭିଜିଲାନ୍ସ କେଶରୁ ଅଳ୍ପକେ ବର୍ତ୍ତିଥିବାର ସେ ପୁରୁଣା ଫାଇଲ ଏବେ ଘାଣ୍ଟିବାକୁ ଚାହୁଁ ନାହୁଁ।ଅବଶ୍ୟ ଘରେ ନ ପଶୁ ଣୁ ଚାଳ ବାଜିବା ପରି ତହସିଲଦାର ଭାବେ ଯୋଗ ଦେବାର ମାତ୍ର ଦିନଟିଏ ପରେ ଦେବୀ ନଦୀର ଝାର ପଡ଼ା ବାଲିଘାଟରେ ହେଭି ମେସିନ୍ ସହାୟତାରେ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ଘଟଣା ସ୍ଥଳକୁ ଯାଇଥିଲେ।ସେତିକି ବେଳର ଏହି ଫାଇଲ ଫଟୋଟା ପ୍ରମାଣ ଭାବେ ଛାପି ହୋଇ ରହି ଯାଇଛି ଯେ ଯେତେ ଲିଭେଇଲେ ବି ଲିଭୁନି।ଅବଶ୍ୟ ରାଜ କୋଷ ଖୋଳ କରୁଥିବା ଏହି ବାଲି ମାଫିଆଙ୍କ ବିରୁ ଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନେଲେ ତାହା ମା ଗଙ୍ଗେ ଇଙ୍କୁ ଜଣା।ଏବେ ଯେଉଁ ସଙ୍ଗୀନ ଅଭିଯୋଗ ଉଠି ଛି ତାହା ଦେବୀ ନଦୀର ବଡଖରମଙ୍ଗା(ୱେଷ୍ଟ)ବାଲି ସୈରାତକୁ ବିନା ନିଲାମରେ ଦେବାର ଅହେତୁକ ଅ ନୁକମ୍ପା ଅଭିଯୋଗ।ଅଭିଯୋଗ ଅନୁଯାୟୀ,ପ୍ରାୟ ଦୁ ଇ ବର୍ଷ ତଳେ ଏହି ଘାଟ ନିଲାମ ଲାଗି ଟେଣ୍ଡର ଆ ହ୍ବାନ କରାଯାଇଥିଲା।ଏଥିରେ ଭାଗ ନେଇ ପ୍ରଥମ ସ୍ଥାନରେ ଜିତିଥିବା ବ୍ୟକ୍ତି ପ୍ରାୟ ୧୭ଲକ୍ଷ ଟଙ୍କା ଜମା ଦେଇଥିଲେ।ପ୍ରଥମ ବ୍ୟକ୍ତି ନିଲାମ ଜିତି ଟଙ୍କା ଜମା ଦେବାରୁ ଦ୍ଵିତୀୟ ସ୍ଥାନରେ ଥିବା ବ୍ୟକ୍ତି ତାଙ୍କ E.M. D ଅର୍ଥାତ୍ ୟାର୍ନେଷ୍ଟ ମନି ଡିପୋଜିଟ ଫେରାଇ ନେ ଇଥିଲେ।ନିଲାମ ଜିତିଥିବା ବ୍ୟକ୍ତି ଦୁଇବର୍ଷ ଧରି ଆ ଉ ଅବଶିଷ୍ଟ କାଗଜ ପତ୍ର ନ କରିବାରୁ ତହସିଲ ପକ୍ଷ ରୁ ବାରମ୍ବାର ନୋଟିସ ପଠାଯାଇଥିଲା।ଏହା ସତ୍ତ୍ୱେ କେତେବେଳେ ଅସୁସ୍ଥତା ଆଳ ତ କେତେବେଳେ ସେତେ ପରିମାଣ ବାଲି ନ ଥିବା,ବର୍ଷା ଦିନରେ ନଦୀ ରେ ପାଣି ଥିବାରୁ ଜାଣି ନ ପାରି ଉଚ୍ଚଦର କରି ଦେ ଇ ଥିବା,କ୍ଷତି ଆଶଙ୍କାରେ ଆଉ ଆଗେଇ ନ ଥିଲେ।ଫଳରେ ତହସିଲ ପକ୍ଷରୁ ତାଙ୍କ ଜମା ଅର୍ଥରାଶିକୁ ବାଜ୍ୟାପ୍ତି କରି ନିଆ ଯାଇଥିଲା।ନିୟମାନୁଯାୟୀ,ଦୁ ଇଟି ଆର୍ଥିକ ବର୍ଷ ପରେ, ଘାଟ ପୁନଃ ନିଲାମ କରା ଯିବା ପ୍ରକ୍ରିୟା ଆରମ୍ଭ କରାଯିବା କଥା ମାତ୍ର ତାହା ନ କରି ତମାଦି ହୋଇ ସାରିଥିବା ପୁରୁଣା ଫାଇଲ, EMD କେବେ ଠୁ ଫେରସ୍ତ ନେଇସାରିଥିବାବ୍ୟକ୍ତି ଙ୍କୁ କିପରି ସାନି ନିଲାମ ନ କରି ବାଲିଘାଟ ଦିଆଯି ବାକୁ ତହସିଲଦାର ନିର୍ଦ୍ଦେଶ ଦେଲେ??କୁହା ଯାଉଛି କି କୁ ଆଡେ ADM ଚାପ ଦେଲେ!କଥା ଯଦି ସତ ହୋ ଇଥାଏ ଜଣେ ADM କିପରି ଏହି ବେଆଇନ କାର୍ଯ୍ୟ ନିମନ୍ତେ ଚାପ ଦେବେ??ଏହା କଦାପି ବିଶ୍ୱାସ ଯୋଗ୍ୟ କି?ତଦନ୍ତ ହେଲେ ସତ୍ୟା ସତ୍ୟ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]