
ବିପୁଳ ପରିମାଣର ନଦୀ ବାଲି ବିନା କାଗଜପତ୍ରରେ ଚୋରା ଚାଲାଣ!ବିନା ଯେସିବିରେ ବାଲି ଉଠାଣ, ଘାଟରେ ସି.ସି ଟିଭି ଲଗାଇ ବାକୁ ହାଇକୋର୍ଟରେ ରୁଜୁ ହେବ ମାମଲା!
କଟକ ଗ୍ରାମାଞ୍ଚଳ(ନି.ପ୍ର) ରାଜ୍ୟରେ ଥିବା ପ୍ରାୟ ୧୮୫୯ ଗୋଟି ନଦୀ ବାଲି ସୈରାତ ରେ ଦୈନିକ କୋଟି କୋଟି ଟଙ୍କାର ରାଜସ୍ବ ଚୋରୀ ହେଉଛି,ଯହିଁରେ ଅଧିକାଂଶ ସ୍ଥଳରେ ତହସିଲଦାର ଓ ରାଜସ୍ୱ କର୍ମଚାରୀ ମାନେ ସମ୍ପୃକ୍ତ ଥିବାର ଅଭିଯୋଗ ଓ ପ୍ରମାଣ ସାବ୍ୟସ୍ତ ହେଉଛି।
ଗୋବିନ୍ଦପୁର ଥାନା,କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଦେବୀ ନଦୀର,ଗୋବିନ୍ଦପୁର ପଞ୍ଚାୟତ,ତୀର୍ଥପଡ଼ା ବାଲି ଘାଟରୁ ଆଜି ବିନା କାଗଜପତ୍ରରେ ଚାଲାଣ ହେଉଥିବା ବେଳେ ୪ ଜଣ ରାଜସ୍ବ ନିରୀକ୍ଷକଙ୍କ ହାତରେ ଧରାପଡ଼ି ପୁଲିସ ଦ୍ଵାରା ଜବତ ହୋଇଥିବା ଏକ ବାଲି ବୋଝେଇ ହାଇୱା ଘଟଣାରୁ ଏହା ସ୍ପଷ୍ଟ ହୋଇଛି।
ଲିଜ ଦିଆଯାଇଥିବା ବାଲି ସୈରାତ ଗୁଡିକ ରୁ ବାଲି ଉଠାଣରେ କୌଣସି ଭାରି ଯନ୍ତ୍ର ପାତି ବ୍ୟବହାର ହୋଇପାରିବ ନାହିଁ,ଧର ପଗଡକୁ ଜୋରଦାର କରାଯାଇ ଏପରି ବ୍ୟବହୃତ ଯନ୍ତ୍ରପାତି ଗୁଡ଼ିକୁ ଜବତ କରାଯିବ ବାଲିଘାଟ ଗୁଡ଼ିକ ଉପରେ ତୀକ୍ଷ୍ମ ନଜର ରଖିବାକୁ ଏଯେନ୍ସି ଜରିଆରେ ବିଭିନ୍ନ ସ୍ଥାନ ରେ ସି.ସି ଟିଭି ଲଗାଯିବାକୁୁ ପୂର୍ବତନ ରାଜସ୍ବ ସଚୀବ ନିକୁଞ୍ଜ କିଶୋର ଧଳ ନିର୍ଦ୍ଦେଶ ନାମା ଜାରି କରିଥଲେ।ଅଥଚ ଏହି ସବୁ ନିୟମ ଭାଙ୍ଗି,ବିନା Y FORM/K FORM ରେ ଦିନ ରାତି ୨୪ଘଣ୍ଟା ବିପୁଳ ପରିମାଣ ବାଲି ଚୋ ରା ଚାଲାଣ ହେଉଛି ନିଜେ କଣ୍ଟାପଡ଼ା ତହ ସିଲଦାରଙ୍କ ଉପସ୍ଥିତିରେ ନଦୀ ଘାଟରୁ ଜେଶିବି ଯୋଗେ ବାଲି ଉଠାଣହେଉଥିବା ଫଟୋ ପ୍ରମାଣ ଆଗରୁ ଆମେ ପ୍ରସାରଣ କରିଥିଲୁ।ଏହାସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠା ନ ହେଉ ନ ଥିବାରୁ ହାଇକୋର୍ଟରେ ଏକ ମାମଲା ରୁଜୁ ନିମନ୍ତେ ନିଷ୍ପତ୍ତି ହୋଇଛି। ଗୋଟିଏ ପଟେ ଏପରି ଚୋରା ଚାଲାଣ ଯୋଗୁ କୋଟିକୋଟି ଟଙ୍କାର ରାସ୍ତା,ନଦୀ, କେନାଲ ବନ୍ଧ ବାଡ,ଜଳସେଚନ ପ୍ରକଳ୍ପ ଆଦି.. ଧ୍ବସ୍ତ ବିଧ୍ବସ୍ତ ହେବା ସହିତ ସରକାର ବ୍ୟାପକ ରାଜସ୍ବ ହରାଉଛନ୍ତି।
ଆଜି ଜବତ ହୋଇଥିବା ବାଲି ହାଇୱା(OD 02AD 7281ହାଇୱାଟି ସୟଦ ଇମିତିୟାଜଙ୍କ ନାମରେ ରହିଥିବା ବେଳେ ଗାଡ଼ିର ରୋଡ ପର ମିଟ ନଥିଲା,ଇନସୁରାସ,ଫିଟନେସ ଆଦି କିଛି ନ ଥିଲା।ଅପରପକ୍ଷରେ ବାଲି ଉଠାଣର କୌଣସି ଫର୍ମ ନ ଥିଲା।ଅଥଚ ଏହାକୁ ତହସିଲଦାର ଧରୁ ନ ଥିଲେ!!!

କଟକ ଗ୍ରାମାଞ୍ଚଳ (ନି.ପ୍ର)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ,କଣ୍ଟ୍ଟାପଡ଼ା ବ୍ଲକ ଆନୁକୁଲ୍ୟରେ ଅବସର ଗ୍ରହଣ କରିଥିବା ୨୩ ଜଣ ଶିକ୍ଷକ,ଶିକ୍ଷୟତ୍ରୀଙ୍କୁ ପୂଜ୍ୟ ପୂଜା ପରମ୍ପରା ଅନୁଯାୟୀ ସମ୍ବର୍ଦ୍ଧନା ଦିଆଯାଇଛି।ଏଥି ଉପଲକ୍ଷେ ଗତକାଲି ମଧ୍ୟାହ୍ନରେ ଦେବୀ-କନ୍ଦଳ ଦ୍ଵିପାଞ୍ଚଳର ବ୍ରାହ୍ମଣବାଟି ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେେେେେ ଏକ ସ୍ଵତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା।ଫେଡରେଶନର ସଭାପତି ରବି ନାରାୟଣ ସାଥୁଆ ଓ ସମ୍ପାଦକ କିଶୋର ଚନ୍ଦ୍ର ରାଉତରାୟ ,କଣ୍ଟାପଡ଼ା ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ପତି,ବ୍ଲକ ଶିକ୍ଷାଧି କାରୀ ପ୍ରତାପ ଚନ୍ଦ୍ର ପ୍ରଧାନ,କଣ୍ଟାପଡ଼ା ପଞ୍ଚାୟତ ସମିତିିିି ଉପାଧ୍ୟକ୍ଷ ଯଚିନ୍ଦ୍ର ନାଥ ବରାଳ,

ବ୍ରାହ୍ମଣ ବାଟି ଗ୍ରାମ ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତ ରାୟ,କଟକ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭା ପତି ଅଶୋକ କୁମାର ପଟ୍ଟନାୟକ,ସମ୍ପାଦକ ବିଶ୍ଵ ମୋହନ ମିଶ୍ର ,ପୂର୍ବତନ ସମ୍ପାଦକ ସୁଲଭ କୁମାର ବେହେରା,ବ୍ଲକ ପ୍ରଗତି ସହା ୟିକା ଦେବଶ୍ରିତା ପରିଡ଼ା,ଗୋପବନ୍ଧୁ ନୋଡାଲ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷୟତ୍ରୀ ବନଲତା ଗଡବାଡ,ପ୍ରାଚୀ ଏକାଡେମୀ ପ୍ରଧାନ ଶିକ୍ଷକ ଅଜୟ କୁମାର ପାତ୍ର,ନିଆଳିବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରମାକାନ୍ତ ସ୍ୱାଇଁ,ଓ କଣ୍ଟାପଡ଼ାବ୍ଲକ ସହକାରୀ ଶିକ୍ଷାଧି କାରୀ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିତ୍ଵ ଗଣ ମଞ୍ଚାସିନ ଥିଲେ।

ଅବସର ଗ୍ରହଣ କରିଥିବା ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ଥିଲା।ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ରେଣୁବାଳା ସାମନ୍ତରାୟ,ପ୍ରଭାସିନୀ ମହାପାତ୍ର,ବିଶ୍ଵରଞ୍ଜନ ନାୟକ,ରବୀନ୍ଦ୍ର ନାଥ ପରିଡ଼ା,ପ୍ରତିମା କୁମାରୀ ସାମଲ ପବି ତ୍ର ମୋହନ ବେହେରା,ରବୀନ୍ଦ୍ର କୁମାର ମହାପାତ୍ର,ଶଶିଭୂଷ ଣ ନାୟକ,ସଦାନନ୍ଦ ରାଉତରାୟ,ବଟକୃଷ୍ଣ ବେହେରା, ବିଳାସିନୀ ଜେନା,ମୂରଲୀଧର ସ୍ୱାଇଁ,ସୁଲୋଚନା ଦେଇ ବିଭୂତି ଚରଣ ସେନାପତି,ସଞ୍ଜୁବାଳା ଆଚାର୍ଯ୍ୟ,ଅନ୍ତର୍ଯ୍ୟାମୀ ସେନାପତି,ନିରଞ୍ଜନ ରାଉତରାୟ,ଜ୍ୟୋସ୍ନାରାଣୀ ନାୟକ ଚନ୍ଦ୍ରକଳା ସ୍ୱାଇଁ,ପ୍ରଣତୀ ମହାପାତ୍ର,ହେମନ୍ତ କୁମାର ମହା ପାତ୍ର,ବିରଞ୍ଚି ନାରାୟଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ,ମାତ୍ର ଶିକ୍ଷୟତ୍ରୀ ମିନଲତା ପାଉଲ୍ କୌଣସି କାରଣରୁ ସଭାରେ ଯୋଗଦେଇ ପାରି ନ ଥିଲେ।ଶିକ୍ଷାୟତନରେ ଶିକ୍ଷକ ଶିକ୍ଷୟ ତ୍ରୀ ମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଏଵଂ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସଙ୍ଗରେ ବକ୍ତାମାନେ ସ୍ଵକୀୟ ମୂଲ୍ୟବାନ ମନ୍ତ ବ୍ୟ ରଖିଥିଲେ।ଉକ୍ତ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ସହି ତ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାପଡ଼ା ଶାଖା ରେ ସାମିଲ ନୂତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ଥିଲା।ଶେଷରେ ଶିକ୍ଷକ କିଶୋର ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
(ନଦୀ ବାଲି ଚୋରା ଚାଲାଣରେ ଜବତ ହାଇୱା କାଗଜ ପତ୍ରର ଅବଶିଷ୍ଟ ଅଂଶ…. )

