
ବିବାଦୀୟ ଥାନା ଅଧିକାରୀଙ୍କ ଶେଷରେ ବଦଳି ହେଲା !

କଣ୍ଟାପଡ଼ା,୭/୫(ନି.ପ୍ର) ଗୋବିନ୍ଦପୁର ଥାନାର ଭାରପ୍ରାପ୍ତ ଅଧିକାରୀ ମାନସ କୁମାର ମିଶ୍ରଙ୍କର ଆଜି ଏଠାରୁ ପ୍ରଶାସନିକ ଗ୍ରାଉଣ୍ଡରେ ବଦଳି ହୋଇଯାଇଛି।ସେ କଟକ ଗ୍ରାମାଞ୍ଚଳ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ କୋର୍ଟ ସବ-ଇନ୍ସପେକ୍ଟର ଭାବେ ତାଙ୍କ ନୂତନ ପଦବୀରେ ଯୋଗଦେବେ।ଏଥି ସହ ବ୍ରିଟିଶ ଅମଳର ଗୋବିନ୍ଦପୁର ଥାନା ଭାରପ୍ରାପ୍ତ ଅଧିକାରୀ ପଦବୀ ଟି ନିରୀକ୍ଷକ ପଦବୀ (ଇନ୍ସପେକ୍ଟର )କୁ ପଦୋନ୍ନତି ହୋଇଛି।ଉକ୍ତ ପଦବୀରେ ଓଲଟପୁର ଥାନାର ସବ ଇନ୍ସପେକ୍ଟର ,ଅନାମ ଚରଣ ନାୟକ ଇନ୍ସପେକ୍ଟର ପଦବୀକୁ ଉନ୍ନୀତ ହୋଇ ଥିବା ବେଳେ, ପ୍ରଥମ ଥାନା ନିରୀକ୍ଷକ ଭାବେ ଏଠାରେ ଯୋଗ ଦେବେ।ଏ ସମ୍ପର୍କରେ ଆଜି ଗ୍ରାମାଞ୍ଚଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।ଉକ୍ତ ଆଦେଶ ନାମା ତତକାଳ ଲାଗୁ ହେବା ସହିତ ,ଏହାକୁ ରିଲିଭ ଅର୍ଡର ଭାବେ ବିବେଚନା କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।ସୂଚନା ଯୋଗ୍ୟ ଯେ ଗତ ବର୍ଷ ୨୦୧୯ ଡିସେମ୍ବର ୩୦ ତାରିଖରେ କଟକ ଜିଲ୍ଲା, ବାଙ୍କୀ ବୈଦେ ଶ୍ୱର ଥାନା ଅଧିକାରୀ ରୁ ଏହି ଥାନାକୁ ବଦଳି ହୋଇ ଆସିଥିବା ଶ୍ରୀ ମିଶ୍ର ବିଭିନ୍ନ ଘଟଣାରେ ଅତ୍ୟନ୍ତ ବିବାଦୀୟ ହୋଇ ପଡ଼ିଥିଲେ,ଏମିତିକି ଗ୍ରାମାଞ୍ଚଳ ଜିଲ୍ଲା,ଏସ ପି ଶ୍ରୀ ଯୁଗଳ କିଶୋର ବନୋଟଙ୍କ ବାରମ୍ବାର ତାଗିଦା ପରେ ବି ସେ ସୁଧୁରି ନ ଥିଲେ।ଗୋବିନ୍ଦପୁରର ଯୁବ ଇଞ୍ଜିନିୟରଙ୍କ ହତ୍ୟା,ସାମ୍ବାଦିକଙ୍କୁ ଆକ୍ରମଣ,ଯୁବତୀ ଅପହରଣ, ସାମ୍ବାଦିକ ମାନଙ୍କ ନାମରେ ମିଥ୍ୟା ମାମଲା ରୁଜୁ ଆଦି ସମେତ ସଂଖ୍ୟାଧିକ ଘଟଣାରେ ତାଙ୍କ କାର୍ଯ୍ୟ କଳାପ ଅତି ସନ୍ଦେହ ଜନକ ଓ ସାରା ଅଞ୍ଚଳରେ ଅସନ୍ତୋଷ ଉଦ୍ରେକ କରିଥିଲା।ଜଣେ ଦଳିତ ଯୁବକଙ୍କୁୁ ଦିନ ଦ୍ୱିପ୍ରହରରେେ ସର୍ବ ସାଧାରଣ ରାସ୍ତା ପାର୍ଶ୍ଵ ଏକ ସିମେେଣ୍ଟ ଖୁଣ୍ଟରେେ
ଘଣ୍ଟା ଘଣ୍ଟା ଧରି ବନ୍ଧା ହେବା ଘଟଣାରେ ସେ ଉପଯୁକ୍ତ ପଦକ୍ଷେପ ନେଇ ନ ଥିବା ଅଭିଯୋଗରେ ତାଙ୍କ ନାମରେ ରାଜ୍ୟ ମାନବାଧି କାର କମିଶନଙ୍କ ଅଦାଲତରେ ମାମଲା ନମ୍ବର ୨୫୪୭/୨୦୨୦ ରେ ଏକ କେଶ ବିଚାରାଧୀନ ରହିଛି,ଯାହାର ଶୁଣାଣୀ ତାରିଖ ଆସନ୍ତା ମଇ ୧୦ ତାରିଖ କୁ ରହିଛି।ଉକ୍ତ ଘଟଣାରେ ଏସ ପି ଉତ୍ତରଦାୟୀ ହୋଇଛନ୍ତି।ଜଣେ ସ୍ବାସ୍ଥ୍ୟ କର୍ମୀ ସ୍ବାସ୍ଥ୍ୟ ପରୀକ୍ଷାକୁ ଜଣଙ୍କୁ ଡାକିବାକୁ ଆସି ଆକ୍ରମଣ ଓ ଦୁର୍ବ୍ୟବହାରର ଶୀକାର ହୋଇଥିବା ବେଳେ ଏଥିରେ କୌଣସି ପଦକ୍ଷେପ ନେଇ ନ ଥିବାର ଲିଖିତ ଅଭିଯୋଗ ଗୃହ ବିଭାଗ ସଚିବଙ୍କ ନିକଟରେ ହୋଇଥିଲା।ସାଇଲୋ ଝାରପଡ଼ା କାନାରା ବ୍ୟାଙ୍କ୍ ଏଟିଏମ୍ ବ୍ୟାଟେରୀ ଚୋରୀ ଘଟଣାରେ ସମସ୍ତ ପ୍ରମାଣ, ସହଯୋଗ ଯୋଗାଇ ଦିଆଯିବା ସତ୍ତ୍ୱେ ତଦନ୍ତରେ କାଳ ଖେପଣ ନୀତି ଧରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ନ ଥିଲେ।ସେହିଭଳି ଗତ ୧୫.୪.୨୦୨୧ ରେ ଜଣେ ଦଳିତଯୁବକ,ବିଜେପି କଟକ ସଦର ମଣ୍ଡଳ ସଭାପତି ପ୍ରଶାନ୍ତ ବେହେରାଙ୍କୁ ବିନା କାରଣରେ ଥାନା ହତାରେ ଜାତିଆଣ ଆକ୍ଷେପରେ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ବିଭିନ୍ନ ଉଚ୍ଚ ଅଧିକାରୀଙ୍କ ନିକଟରେ ହେବା ସହିତ ସେ ଗ୍ରାମାଞ୍ଚଳ ଏସ ପି ଙ୍କ ନିକଟରେ ଲିଖିତ ଅଭିଯୋଗ କରି ଥିଲେ।ଏହି ସମସ୍ତ ଘଟଣା,କୋଭିଡ ସତର୍କତା ପାଳନରେ ଅବହେଳା,ଥାନା ପରିସରରେ ନିଶା ଦ୍ରବ୍ୟ କାରବାର,ଧର୍ତ୍ତଵ୍ୟ ଅପରାଧ ଗୁଡ଼ିକର ପଞ୍ଜିକରଣ ନ କରି ଚାପିଦେବା,ଅପରାଧ ଦମନରେ ବିଫଳତା,ଚୋରା ନିଶା କାରବାର ବୃଦ୍ଧି ଆଦି ବ୍ୟାପକ ଅଭିଯୋଗ ତାଙ୍କ ନାମରେ ହୋଇ ଆସୁଥିଲା।