ବ୍ରାଉନ ସୁଗାର ଜବତ:ଦୁଇ ଗିରଫ ଜେଲ ଗଲେ
କଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଜିଲ୍ଲା,ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୋଦା ଛକ ନିକଟସ୍ଥ କପିଳେଶ୍ୱର ମନ୍ଦିର ପଛ ପଟେ ବ୍ରାଉନ ସୁଗାର କାରବାର ବେଳେ ଗୋବିନ୍ଦପୁର ପୁଲିସର ଏକ ଦଳ ହାତରେ ପଡ଼ି ଦୁଇଜଣ ଗିରଫ ହୋଇଛନ୍ତି।ସେମାନଙ୍କ ଠାରୁ ଏକ ସ୍ଵଚ୍ଛ ଜରିରେ ଥିବା ୬.୧୦ ଗ୍ରାମ ବ୍ରାଉନ ସୁଗାର ଓ ନଗଦ ୩୪୧୦ ଟଙ୍କା ଜବତ ହୋଇଛି ।ଅଟକ ଅଭିଯୁକ୍ତ ମାନଙ୍କୁ ପଚରା ଉଚରା ପରେ ଆଜି ଏନ ଡି ପି ଏସ ଆକ୍ଟ୍ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ(୧) ମୁନିଆ ଓରଫ ସରୋଜ ମହାନ୍ତି (୪୦)ପିତା:-ସ୍ବର୍ଗତ ଯଚିନ୍ଦ୍ର ମୋହନ ମହାନ୍ତି(୨) କୁଲୁ ଓରଫ ମଳୟ ମହାନ୍ତି(୪୩) ପିତା:-ସ୍ୱର୍ଗତଃ ବୃନ୍ଦାବନ ମହାନ୍ତି ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।ଅଭିଯୁକ୍ତ ମାନଙ୍କ ଜାମିନ ନାମଜୁର ହେବାରୁ ସେମାନଙ୍କୁ ଚୌଦ୍ଵାର ଜେଲ ଯିବାକୁ ପଡ଼ିଛି।ସୂଚନା ଯୋଗ୍ୟ ଯେ ସାରା ଅଞ୍ଚଳରେ ଏବେ ବ୍ୟାପକ ବ୍ରାଉନ ସୁଗାର କାରବାର ବଢିବା ଯୋଗୁ ଅପରାଧ ମଧ୍ୟ ସମାନୂପାତ ଭାବେ ବୃଦ୍ଧି ପାଇଛି
________________________________________________________________________________________________
ବିଦ୍ୟାଳୟରୁ ରନ୍ଧନଗ୍ୟାସ ଟାଙ୍କି,ଚୁଲା,ପାଣି ମୋଟର ଚୋରୀ;ସନ୍ଦେହରେ ନିର୍ମାଣାଧିନ ପାଣିଟାଙ୍କି ଶ୍ରମିକ!
ଗତକାଲି ବିଳମ୍ବିତ ରାତିରେ ଗୋବିନ୍ଦପୁର ଥାନା,କମାରସାହି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଦୁର୍ବୃତ୍ତ ମାନେ ରନ୍ଧନ ଗ୍ୟାସ ଟାଙ୍କି,ଚୁଲା ସମେତ ଏକ ପାଣି ମୋଟର ଚୋରୀ କରି ନେଇଥିବା ପୁଲିସରେ ଅଭିଯୋଗ ହୋଇଛି।ଥାନା ପକ୍ଷରୁ ଆଜି ଘଟଣାର ଅନୁସନ୍ଧାନ ଆରମ୍ଭ ହୋଇଛି।ସୁଚନା ଅନୁଯାୟୀ ବିଦ୍ୟାଳୟ ପରିସରରେ ବିଭାଗୀୟ ବିନାନୁମତିରେ ଜଳଜୀବନ ମିଶନର ଅନ୍ୟ ଏକ ଗ୍ରାମ ନିମନ୍ତେ ଉଦ୍ଦିଷ୍ଟ,ମଞ୍ଜୁର,ଓ ପ୍ରକାଶିତ ସରକାରୀ ବିଜ୍ଞପ୍ତିକୁ ଏଡାଇ ପ୍ରକଳ୍ପ ନିର୍ମାଣାଧିନ ଥିଲା।ସେଠାରେ କେତେକ ଶ୍ରମିକ ତମ୍ବୁ ଟାଣି ଦିନ ରାତି ରହୁଥିଲେ ଓ ରୋଷେଇ କରି ଭୋଜିଭାତ କରୁଥିଲେ।ସେମାନଙ୍କ ସହିତ କେତେକ ବ୍ରାଉନ ସୁଗାର ଭକ୍ତ ବି ମିଶି ଯାଇଥିଲେ।ଦିନରାତି ସେମାନେ ସେଠାରେ ଏପରି ଆଖଡ଼ା ଚଳାଇଥିବା ସତ୍ତ୍ୱେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ବିଦ୍ୟାଳୟରେ ନ ରହି ଚାଲି ଯାଉଥିଲେ।ତେଣୁ ଉକ୍ତ ଚୋରୀ ସହ ଏମାନଙ୍କର ନିବିଡ ସଂପୃକ୍ତି ଥିବା ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସନ୍ଦେହ ଦୃଢୀଭୂତ ହୋଇଛି।