ବ୍ରାହ୍ମଣସାଇଲୋହାଇସ୍କୁଲ: ୭୩ତମ ସ୍ୱାଧିନତା ଦିବସ ପାଳିତ
କଣ୍ଟାପଡା ୧୫।୮(ନି.ପ୍ର) ସାରାଦେଶରେ ଆଜି ପରମଆଗ୍ରହ,ଆନନ୍ଦ ଉଲ୍ଲାସ ମଧ୍ୟରେ ୭୩ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। ତନ୍ମଧ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ପାଳିତଏହି ଜାତିୟଉତ୍ସବ କିଛି ସ୍ୱତନ୍ତ୍ରତା ରଖେ। ଛାତ୍ର ଛାତ୍ରି ଶିକ୍ଷକ ଶିକ୍ଷୟତ୍ରି ମାନେ ଅନୁଷ୍ଠାନରେ ପତାକାଉତ୍ତୋଳନ , ପ୍ରଭାତ ଫେରି,ରାମଧୁନ ଗାନ ସହ ସଭାସମିତି ମିଷ୍ଠାନ୍ନ ବଣ୍ଟନ ରେ ଭାଗ ନେଇ ଥିଲେ।ବ୍ରାହ୍ମଣସାଇଲୋ ନୋଡାଲ ହାଇସ୍କୁଲରେ ପ୍ରଧାନଶିକ୍ଷକ ଶ୍ରି ନିରଂଜନ ବିଶ୍ୱାଳ ପତାକା ଉତ୍ତୋଳନ କରିଥିଲେ।ଅନ୍ୟମାନକଂ ମଧ୍ୟରେ ପୁର୍ବତନ ପ୍ରଧାନ ଶିକ୍ଷକ ସର୍ବେଶ୍ୱର ପ୍ରଧାନ,ପ୍ରାଥମିକ ବିଦ୍ୟାଳୟର ପୁର୍ବତନ ପ୍ରଧାନଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବଂଶିଧର ପଟନାୟକ, “ମୋ ସ୍କୁଲ” ର କାର୍ଯ୍ୟକାରି ସଭାପତି ତଥା ପୁର୍ବତନ ଶିକ୍ଷକ ଶରତ କୁମାର ପାଢି,ପରାମର୍ଶଦାତା ତଥା ସାମ୍ବାଦିକ ରଘୁନାଥ ଆଚାର୍ଯ୍ୟ, ସଂଯୋଜକ ରମାକାନ୍ତ ସ୍ୱାଇଂ, ବ୍ରାହ୍ମଣସାଇଲୋ ପଂଚାୟତ ସରପଂଚ ଶ୍ରିମତି ବବିତା ଭୋଇ ,ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ମନୋଜକୁମାର ପଟନାୟକ,ଶିକ୍ଷକପ୍ରତିନିଧି କବିତା ରାଣି ବିଟ୍,କ୍ରିଡା ଶିକ୍ଷକ ଗଣେଶ୍ୱର ଭୋଇ,ବରିଷ୍ଠ ଶିକ୍ଷକ ଅସିତ କୁମାର ପାଢି ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରି କର୍ମଚାରି, ପରିଚାଳନା କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।
