ଭେଣ୍ଡିଂଜୋନ ନିଷେଧାଦ୍ଦେଶ ସାଇନବୋର୍ଡରେ ଝୁଲୁଛି: ରାଜପଥ ଅବରୋଧରେ ବେଧଡକ ଚାଲିଛି ବେପାର !
ଦୁର୍ଘଟଣାକୁ ଆଖିବୁଜିଛି ପ୍ରଶାସନ,କେବେ ଆଉ ଚେତିବେ ସରକାର? ଚଣ୍ଡିଖୋଲ/ଛତିଆ(ବିଶେଷ ପ୍ରତିନିଧି)- ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଛତିଆବଟକୁ ଜାଣି ନଥିବ ବା କିଏ? ପାଂଚଶହ ବର୍ଷତଳେ ଓଡିଶାର ପଂଚମହାପୁରୁଷକଂ ମଧ୍ୟରୁ ଅଚ୍ୟୁତାନନ୍ଦକଂ ମାଳିକା ସମେତ ମହାତ୍ମା ହାଡିଦାସ ଏହି ଗୁପ୍ତପୀଠର ରହସ୍ୟ ସଂପର୍କରେ ଠାର ଓ ଗାରରେ ବର୍ଣନା କରିଛନ୍ତି(ଅଚ୍ୟୁତ ଠାର ହାଡିଆ ଗାର)ବୋଲି କଥିତଅଛି।କଳିଯୁଗଶେଷର ସୂଚନା ସମେତ, ବୈଦେଶିକ ଶକ୍ତି ଶ୍ରୀଜଗନ୍ନାଥକୁଂ ନେଇ ଯାଉଥିବା ବେଳେ ବୈଇରୀ ଷ୍ଟେସନରେ ଇଂଜିନ କଟିବ ମହାପ୍ରଭୁ ଛତିଆବଟ ଧାମରେ ହିଁ ରହିବେଏମିତି କେତେ କଣ ଉକ୍ତି ଏହି ପୀଠକୁ ନେଇ ରହିଛି । ସେ ଦ୍ରୁଷ୍ଟିରୁ ବିଚାର କଲେ ଏହି ପୀଠର ମାହାତ୍ମ୍ୟ ଢେର ।ପ୍ରତ୍ୟେହ ଏହିପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଶେଷ ଜନସମାଗମ ହୋଇଥାଏ।ପୁରୀ-କଲିକତା ୧୬ନମ୍ବର ଜାତୀୟ ରାଜପଥର ଏକ ଶାର୍ପ ଟର୍ଣିଂରେ ସ୍ଥାନଟି ଅବସ୍ଥିତ ହେତୁ ଏଠାରେ ଦୁର୍ଘଟଣା ପ୍ରବଣତାରୁ ବର୍ତ୍ତିବାକୁ ଯଥେଷ୍ଟ ଟ୍ରାଫିକ ସତର୍କତାର ଆବଶ୍ୟକତା ରହିଛି । ତା ଛଡା ଦିନେ ଦିନେ ଅସମ୍ଭବ ଯାତ୍ରୀ ଓ ପର୍ଯ୍ୟଟକ ଭିଡକୁ ଦେଖି ସ୍ଥାନୀୟ ପୁଲିସର ନିୟନ୍ତ୍ରଣ ଦାୟୀତ୍ୱ ବି ବଢିବା ସ୍ୱାଭାବିକ। ସରକାରକଂ ପକ୍ଷରୁ କିଛିବାଟ ଆଗରୁ ‘ନୋ ଭେଣ୍ଡିଂଜୋନ’ସାଇନ ବୋର୍ଡ ଲଗାଯାଇଛି।ହେଲେ ନିଜେ ସାଇନବୋର୍ଡ ତ ଆଉ ଏକାମ କରିପାରିବନି।ଯେଉଁସବୁ ଅଧିକାରୀକଂ ଏହାକୁ ଦେଖିବାର ଉତ୍ତର ଦାୟୀତ୍ୱ ରହିଛି ସେମାନେ ଏବେ ଧୋ… …ରେ… ବାଇଆ…..ଧୋ.. ଗୀତଶୁଣି,ଗହନ ନିଦରେ।ଏସବୁ ଐତିହ୍ୟ ସ୍ଥଳୀର ସୁରକ୍ଷା କରିବ କିଏ ? ନୋ ଭେଣ୍ଡି ଜୋନରେ ଚାଲିଛି ଲକ୍ଷ ଲକ୍ଷ ଟଂକାର ବ୍ୟବସାୟ ।ଦୁର୍ଘଟଣା ପାଇଁ ଦାୟୀହେବ କିଏ?ଆମ ମାନକୁଂ ଲଜ୍ଜା ଲାଗିବା କଥା।ଲଗାଯାଇଥିବା ଲୁହାର ବାରିକେଡ୍ ଟପି ଖୋଲିଛି ନିରାପଦ ବିପଣୀର ଆଡାସ୍ଥଳୀ,ସେଥିରେ ବ୍ୟାରିକେଡ୍ ଡେଇଁବାକୁ ସମସ୍ୟା ହେଉଛି ବୋଲି ଲୁହାତିଆରି ଥାକ ଥାକ ପାହାଚ ବ୍ୟବସ୍ଥା ବି କରାଯାଇଛି ।କିଏ ଏସବୁ ସେଠାରେ କରିଛି ?ତାହା ହେଲେ ବ୍ୟାରିକେଡର ଆଉ ମୂଲ୍ୟକଣ? କଣ କରୁଛନ୍ତି ପୁଲିସ, ଆର.ଟି.ଓ ଏବଂ ଓମଭେଡ ବାବୁମାନେ?କେତେ କେତେ ବଡବଡିଆ ସେ ବାଟଦେଇ ପ୍ରତ୍ୟେହ ଯାଉନାହାନ୍ତି ? କାହାରି ଆଖିରେ ପଡୁନି ଏମିତି ଦ୍ରୁଶ୍ୟ? ରାସ୍ତାଉପରେ ପିଲାଠୁ ବୁଢା ଯାନବାହନ ରଖି ଗୁପ୍ ଚୁପ୍ ଦହିବରା ରୁ ଆରମ୍ଭକରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ର କାରବାର ଚାଲିଛି , ନିର୍ଭୟରେ, ନିସଂକୋଚରେ ।ଏଠିକଣ ରାଜପଥ ଅବରୋଧ ହେଉନି, ରାସ୍ତାଉପରେ ଗାଡି ରଖିବାରେ?କିଏ ଦେଖୁଛି ଏସବୁ ?କେବଳ ଏଠି ଯେଏମିତି ଚାଲିଛି ତା ନୁହେଁ ବରଂ ବହୁସ୍ଥାନରେ ଏମିତି ନୋପାର୍କିଂ ଜୋନସବୁ ଜବର ଦଖଲ କରାଯାଇ ବିପୁଳ ପାର୍କିଂ ଫି ସହିତ ବେଆଇନ ଭାବେ ଜବରଦସ୍ତ ଚାନ୍ଦା ଆଦାୟ ହେଉଛି।ଏସବୁ କଣ ପୁଲିସବାବୁମାନେ ଜାଣିନାହାନ୍ତି ? ବରଂସାଥ୍ ଦେଇ ଚା’ ଜଳଖିଆ ଖର୍ଚ୍ଚ ଉଠାଉଥିବା ନିତିଦିନିଆ ଘଟଣା ହୋଇଛି।ତେଣୁ ଦୁର୍ଘଟଣା କମିବ କେମିତି ?






