breaking News

ମହିଳାଗ୍ରୁପର ଋଣ ଭାରରେ ଅତିଷ୍ଠ:ପୂଜକଙ୍କ ଦାନାଦାର ଖାଇ ଆତ୍ମହତ୍ୟା!

Spread the love

କଟକ ଗ୍ରାମାଞ୍ଚଳ,୦୫/୦୭(ନି.ପ୍ର) ମହିଳା ସଶକ୍ତି କରଣର ଏକ ଭିନ୍ନ ରୂପ ସାମ୍ନାକୁ ଆସିଛି।ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବାକୁ ବିଭିନ୍ନ ଧନ୍ଦା କିମ୍ବା ଉଦ୍ୟୋଗ ନିମନ୍ତେ ଯୋଗାଇ ଦିଆଯାଉଥିବା କମ ସୁଧର ବ୍ୟାଙ୍କ୍ ଋଣକୁ ଉଦ୍ୟୋଗ ବଦଳରେ ମହାଜ ନୀ ସୁଧିଆ କାରବାରରେ ଲଗାଣ କରି ସୁଧ ମୂଳ ଆ ଦାୟ ବ୍ୟବସ୍ଥା ଏବେ ବିଷମୟ ପରିସ୍ଥିତି ଉପୁଜାଇ ଛି।ଫଳତଃ ପରିବାର ଗୁଡିକରେ ଅଶାନ୍ତି,ଋଣଚାପ ସମ୍ଭାଳି ନ ପାରି ଆତ୍ମହତ୍ୟା ଭଳି ଘଟଣା ବୃଦ୍ଧି ପା ଉଛି।ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଗୋବିନ୍ଦପୁର ଥାନା,ସାଇଲୋଝାରପଡ଼ା ଗ୍ରାମରେ ମନୋରଞ୍ଜନ ପଣ୍ଡା(୪୬)ନାମକ ଜଣେ ଠାକୁର ପୂଜ କ ଦାନା ଦାର ବିଷ ଖାଇ ଚିକିତ୍ସାଧୀନ ଅବସ୍ଥା ରେ କଟକ ବଡ ମେଡିକାଲରେ ଗତକାଲି ରାତିରେ ପ୍ରାଣ ହରାଇଛନ୍ତି।ପରିବାରର ଏକମାତ୍ର ଉତ୍ତରାଧି କାରୀ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଏକ ନା ବାଳକ ଓ ଏବେ ସଦ୍ୟ ବିଧବା ହୋଇଥିବା ମାଆ।ଆୟର ପନ୍ଥା ମଧ୍ୟ ସେପରି କିଛି ନାହିଁ।କ୍ରମ ବର୍ଦ୍ଧିଷ୍ଣୁ ଆତ୍ମ ହତ୍ୟା ଘଟଣା ଗୁଡ଼ିକୁ ବିଚାରକୁ ନିଆଗଲେ ଏହି କ୍ଷେତ୍ରରେ ମହାରା ଷ୍ଟ୍ର ସର୍ବାଗ୍ରେ ରହିଛି,ତା ତଳକୁ ତାମିଲ ନାଡୁ ରହିଛି।ଓଡ଼ିଶାରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ସଂଖ୍ୟା ୨୦ ୧୯ବର୍ଷରେ ୪୫୮୨ଥିବା ବେଳେ ୨୦୨୦ବର୍ଷରେ ଏ ହି ସଂଖ୍ୟା ୫୫୪୬ରେ ପହଞ୍ଚିଛି।ଏହି ସବୁ ଘଟଣା ବୃତ୍ତିଗତ ସମସ୍ୟା, ଦୁର୍ବ୍ୟବହାର,ହିଂସା,ପାରିବାରିକ ସମସ୍ୟା, ଆର୍ଥିକ କ୍ଷତି,ଅଲଗା ପଣ,ମାନସିକ ଅସନ୍ତୁ ଳନ କାରଣ ବୋଲି ଜଣା ପଡିଛି।ଓଡ଼ିଶାରେ ବର୍ଷକ ରେ ୨୧%ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଥିବା ଉଦ ବେଗର କାରଣ ନିଶ୍ଚୟ।ଯାହା ଫଳରେ ମହିଳାଟିଏ ସଶକ୍ତିକରଣ,ସ୍ବାବଲମ୍ବୀ ହେବା ବଦଳରେ ଅରକ୍ଷ ପାଲଟି ଯାଉଛି।ସରକାର ଏବେଠୁ ସାବଧାନ ନ ହେ ଲେ ଓ ଏହି ଅତ୍ୟଧିକ ସୁଧହାରରେ ଋଣ ଲଗାଣ ଓ ଆଦାୟ ପ୍ରକ୍ରିୟାକୁ ନିଷିଦ୍ଧ ନ କଲେ ଆଗକୁ ଆଗକୁ ଏମିତି ଅଘଟଣ ଆଉ ବଢିପାରେ ବୋଲି ଆଶଙ୍କା ସୃ ଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

ନିଆଳି ବିଧାନସଭା ଆସନ: ବିଜେପିର ଖସୁଛି ପାରା!!!ବଢୁଛି ଆଶଙ୍କା?(ଭାଗ-୨)

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ବଢୁଛି ପାରଦ!ଅସ୍ତବ୍ୟସ୍ତ ଜନଜୀବନ। ଏଥି ସହିତ ଆଶ୍ଚର୍ଯ୍ୟଜନକ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]