
ମହିଳା ସାମ୍ବାଦିକ ସ୍ୱାତୀ ଜେନାକଂ ଉପରେଆକ୍ରମଣ ଘଟଣା:ନିଆଳି ପ୍ରେସକ୍ଲବ ପକ୍ଷରୁ ନିନ୍ଦାପ୍ରସ୍ତାବ ଗ୍ରୁହୀତ
ରାଜ୍ୟରେ ଆଉଥରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକକଂ ଉପରେ ଆକ୍ରମଣ କଳାଅଧ୍ୟାୟ ସ୍ରୁଷ୍ଟି କରିଛି।ରାଜ୍ୟବ୍ୟାପୀ ଏଥିନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।ନିଆଳି ପ୍ରେସ୍ କ୍ଲବ ପକ୍ଷରୁ ଆଜି ଅପରାହ୍ନରେ ନିଆଳି ଠାରେ ଏକ ଗୁରୁତ୍ୱପୂର୍ଣ ବୈଠକଅନୁଷ୍ଠିତ ହୋଇଥିଲା।ଏଥିରେ ସଭାପତି ସୁକାନ୍ତ ସିଂହ ଅଧ୍ୟକ୍ଷତା କରିଥିଲେ।ଭୂବନେଶ୍ୱର ସ୍ଥିତ ଏସପ୍ଲାନେଡ ମଲ ପକ୍ଷରୁ ବେଆଇନ ପାର୍କିଂ ଫି ଆଦାୟ ସଂପର୍କିତ ଖବର ସଂଗ୍ରହ ବେଳେ ମହିଳା ସାମ୍ବାଦିକ ସ୍ୱାତୀଜେନା ଓ କ୍ୟାମେରା ମ୍ୟାନ ରମେଶ ମଲ୍ଲିକକଂ ଉପରେ ହୋଇଥିବା ଆକ୍ରମଣ ନେଇ ସୂଚନା ଦିଆଯାଇଥିଲା।ଘଟଣାର ଦ୍ରୁଢ ନିନ୍ଦା କରାଯିବା ସହିତ ଦୋଷୀମାନକଂ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିଲା।ପ୍ରସ୍ତାବକୁ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ । ସଂପାଦକ ମନୋରଂଜନ ଶତପଥୀ ରାଜ୍ୟରେ କ୍ରମାଗତ ଭାବେ ସାମ୍ବାଦିକ ମାନକଂ ଉପରେ ବ୍ରୁଦ୍ଧି ପାଉଥିବା ଆକ୍ରମଣ ନେଇ ଘୋର ଉଦବେଗ ପ୍ରକାଶ କରିଥିଲେ । ଘଟଣାରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଦସ୍ୟମାନେ ପ୍ରକାଶ କରିଥିଲେ ।
ଏହି ବୈଠକରେ ମହିଳା ସାମ୍ବାଦିକ ମଧୁସ୍ମିତା ସାହୁ,ସାମ୍ବାଦିକ କାଳନ୍ଦୀ ସ୍ୱାଇଁ, ସିଂ ସରୋଜ କୁମାର ଦାସ,ଅଜୟ ସାବୁତ,ଅକ୍ଷୟ ସେନାପତି,ଶେଖ୍ କମ୍ରାନ,କାମଦେବ ଭୋଇ,ଅଶୋକ ଷଡଂଗୀ,ଶେଖ୍ ଫୟାଜୁଦ୍ଦିନ,ପ୍ରତାପ ମଲ୍ଲିକ,ଜୀବନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।