
ମୁଣ୍ଡପୋତା କେଳାକଂ ଜୀବନ ଜୀବିକା ଦୁର୍ଦ୍ଦଶାରେ
ଦିନଥିଲା ଯେତେବେଳେ ମନୋରଂଜନର ବର୍ତ୍ତମାନ ପରି ଏତେସବୁ ମାଧ୍ୟମ ନ ଥିଲା ସେତେବେଳେ ଗାଁ କୁ ଆସୁଥିବା ମୁଣ୍ଡପୋତା କେଳା ,ସାପୁଆ କେଳାକଂ ପାଖରେ ବେଶ୍ ଭିଡ ଲାଗୁଥିଲା ମନୋରଂଜନର ତାହାହିଁ ଥିଲା ମୁଖ୍ୟମାଧ୍ୟମ ଆଉ ଗାଁ ରୁ ଗାଁ ସାହି ରୁ ସାହି ବୁଲି ସେମାନେ ଖେଳଦେଖେଇବା ଭିତରେ ସେମାନେ ଯାହା ଉପାର୍ଜନ କରୁଥିଲେ ତାହା ସେମାନକୁଂ ଓ ସେମାନକଂ ସାରା ପରିବାରକୁ ନିୟମିତ ଆହାର ଯୋଗାଉ ଥିଲା ବର୍ଷସାରା ପ୍ରାୟ ଯାଯାବର ଜୀବନ ବିତାଉଥିବା ଏହି ସବୁ ପରିବାର ସମୟ ସହିତ ତାଳଦେଇ ନପାରି ଏବେ କିନ୍ତୁ ଭଗବାନକଂ ଭରଷାରେ ଭିକ୍ଷାବ୍ରୁତ୍ତି ଅବଲମ୍ବନ କରୁଛନ୍ତି।ସରକାର ଲୁଚିଯାଉଥିବା ଏହି କଳାକୁ ପ୍ରୋତ୍ସାହନ ଓ ଥଇଥାନ ଦିଗରେ ଦ୍ରୁଷ୍ଟିଦେବାକୁ ମତପ୍ରକାଶ ପାଉଛି।
କଟକ୨୧।୧୧ (ଗ୍ରାମାଂଚଳ ସ୍ୱ.ପ୍ର ଶରତ ପରିଡା) “ଜଗନ୍ନାଥ ହେ ତୁମେ ବଡ କପଟୀ, କାହାକୁ ଦେଇଛ ପାଟ ପୀତାମ୍ବରୀ ଚାଲିଲେ ବାଟରେ ପଡୁଛି ଝୁଣ୍ଟି ॥ କାହାକୁ ଦେଇଛ ଛିଣ୍ଡାକନା ଖଣ୍ଡେ ସେଥିରେ ପଡିଛି ହଜାର ଗଣ୍ଠି ॥ “ଏକଥା ଯାହାକଂ ତୁଣ୍ଡରୁ ଧୂଡକି ଗୀତରେ ବାହାରୁଛି ସେ ହେଉଛନ୍ତି କେନ୍ଦ୍ରାପଡା ନିବାସୀ ସିଦ୍ଧେଶ୍ୱର ପ୍ରଧାନ ବୋଲି ନିଜକୁ ପରିଚୟ ଦିଅନ୍ତି।ବର୍ତ୍ତମାନ ସେ କଣ୍ଟାପଡା ବ୍ଲକ୍ ନାହାଳପୁର ଗ୍ରାମରେ ରହୁଛନ୍ତି।୮୦ଦଶକର ବହୁ ପୂର୍ବରୁ ସେ ଏହି ଅଂଚଳରେ ଦୁଆର ଦୁଆର ବୁଲି ମୁଣ୍ଡପୋତା ଖେଳ ଖେଳି ପିଲାବଡ ସଭିଁକୁ ମନୋରଂଜନ ର ଖୋରାକ ଯୋଗାଉଥିଲେ।ଆଜି ଜୀବନର ଅପରାହ୍ନରେ ଗାଁ ଦାଣ୍ଡରେ ନାଚକରି ବମ୍ବେଇ ପାଉଡର ଦେହରେ ମାଖି”ଘୋଡାକନ୍ଦ ଖା” କୁହାଟ ମାରିପାରୁ ନାହାନ୍ତି ସତ କି ମାଟିରେ ଗାତଖୋଳି ମୁଣ୍ଡପୋତି ଖେଳଦେଖେଇବାର ବୟସ ଆଉ ନାହିଁ ହେଲେ ନିଜର ଦୁର୍ଦ୍ଦଶା ଜଗନ୍ନାଥକୁଂ ଧୁଡକୀ ଗୀତ ମାଧ୍ୟମରେ ଜଣାଇ ପେଟ ପୋଷିବାର ଅବଲମ୍ବନକୁ ତ୍ୟାଗ କରିପାରି ନାହାନ୍ତି।ସରକାରଏମାନକଂ କଥା ପୁରା ଭୁଲିଯାଇଛନ୍ତି ବୋଲିଅଭିମାନ ଭରା କଣ୍ଠରେ କହିଛନ୍ତି।