ଅଂଚଳ ଖବର ଜିଲ୍ଲାଖବର ରାଜ୍ୟଖବର

ଯାଜପୁର ଜିଲ୍ଲାରେ ଭୂଷୁଡୁଛି ବିଜେଡିର ଦୁର୍ଗ !

Spread the love

ଯାଜପୁର୨୩।୮(ଜିଲ୍ଲା ପ୍ରତିନିଧି) ଯାଜପୁର ଜିଲ୍ଲାରେ ରାଜ୍ୟ ଶାସନରେ ଥିବା ବିଜେଡିର ଦୁର୍ଗ କ୍ରମାଗତ ଭାବେ ଭୂଷୁଡିବାରେ ଲାଗିଛି।ବିଜେଡିର ସଂଖ୍ୟାଗରିଷ୍ଠ ବିଧାୟକ ନବୀନକଂ ୫ମ ପାଳିରେ ଜିତିଥିଲେ ହେଁ ଦଳରେ ଅନ୍ୟମାନକଂ ଖୁସି ଭଳି ନବୀନ କିନ୍ତୁ ଖୁସି ନାହାନ୍ତି। ତାଂକପରେ ସଠିକ୍ ଉତ୍ତରାଧିକାରୀ କିଏ? ନା ବିଜୁକଂ ନାଁ ରେ ଗଠିତ ଏହି ଆଂଚଳିକ ଦଳଟି ତାଂକ ଜୀବଦଶାରେ ବଂଚି ରହିବ ? ନା ନିଶେଃଷ ହୋଇଯିବ? ଯାହା ତାଂକ ସମ୍ମାନର ପ୍ରଶ୍ନ ହୋଇଛି ସେଥିନେଇ ସେ ବିଶେଷ ଚିନ୍ତିତ।ସଦ୍ୟ ଶେଷ ହୋଇଥିବା ଯାଜପୁର ଜିଲ୍ଲା ବରୀ ପଂଚାୟତ ସମିତି ଅଧ୍ୟକ୍ଷା ଆସନର ଉପନିର୍ବାଚନ ଫଳାଫଳ ବିଜେଡି ଦଳପାଇଁ ଅତ୍ୟନ୍ତ ନୈରାଶ୍ୟ ଜନକ ଓ ଘାତକ ସାବ୍ୟସ୍ତ ହୋଇଛି। ଯାହା ଏପର୍ଯ୍ୟନ୍ତ କୌଣସି ଉପନିର୍ବାଚନରେ ହୋଇନଥିବା କୁହା ଯାଉଛି।ଏହି ଘଟଣା କେବଳ ବରୀ ବ୍ଲକ ନୁହେଁ ସମଗ୍ର ଯାଜପୁର ଜିଲ୍ଲା ବିଜେଡି କର୍ମୀ ମହଲ ଓ ସଂଗଠନର ମନୋବଳ କୁ ଭାଂଗି ଚୁରମାର କରିଦେଇଛି । ଆମ ଯାଜପୁର ଜିଲ୍ଲା ପ୍ରତିନିଧିକଂ ସୂଚନାନୁଯାୟୀ,ସୁନନ୍ଦା ଦାସ ବିଜେପିରେ ଥିଲେ ଗତ ତ୍ରି- ସ୍ତରୀୟ ପଂଚାୟତ ନିର୍ବାଚନରେ ସେ ସମିତି ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ ।ସେତେବେଳେ ସେ ଅଧ୍ୟକ୍ଷା ଆସନ ନିମନ୍ତେ ପ୍ରାର୍ଥୀ ହେବାରେ ତାଂକୁ ମୋଟ ୨୯ ସମିତି ସଦସ୍ୟ/ସଦସ୍ୟାକଂ ମଧ୍ୟରୁ ୨୧ ଜଣକଂ ସମର୍ଥନ ମିଳିଥିଲା ଓ ସେ ଅଧ୍ୟକ୍ଷା ନିର୍ବାଚିତ ହୋଇଥିଲେ। ବିଧାନସଭା ନିର୍ବାଚନ ବେଳକୁ ଶାସକ ବିଜେଡି ଦଳ ତାଂକୁ ହାତେଇ ନେଇଥିଲା ଓ ବରୀ ବିଧାନସଭା ଆସନ ନିମନ୍ତେ ଟିକେଟ୍ ଦେଇଥିଲା ।ଆଗରୁ ବିଜେଡିର ଦେବାଶିଷ ନାୟକ ବରୀ ବିଧାୟକ ଥିଲେ ଓ ରାଜ୍ୟର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ଏକ ପ୍ରଭାବଶାଳୀ ବିଭାଗର ଦାୟୀତ୍ୱ ବି ତୁଲାଇଥିଲେ। ସୁନନ୍ଦା ବରୀର ନୂତନ ବିଜେଡି ବିଧାୟକ ନିର୍ବାଚିତ ହେବାରୁ ବରୀ ପଂଚାୟତ ସମିତିର ଅଧ୍ୟକ୍ଷା ଆସନ ସାଂଗକୁ ନିଜ ସମିତି ସଦସ୍ୟା ପଦବୀଟି ବି ହରାଇଲେ, ଯେଉଁଥିପାଇଁ ସେଠାରେ ଉପନିର୍ବାଚନର ଆବଶ୍ୟକତା ଦେଖାଦେଲା। ରାଜ୍ୟ ପଂଚାୟତ ନିର୍ବାଚନ କମିଶନକଂ ଜାରୀ ନିର୍ଦ୍ଦେଶ ନାମା ମୁତାବକ ଗତ ବୁଧବାର ଦିନଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ଉକ୍ତ ଉପନିର୍ବାଚନରେ ଆସନ୍ନ ପରାଜୟ ଜାଣି ବିଜେଡି ଦଳ ପକ୍ଷରୁ ଆଦୌ ପ୍ରାର୍ଥୀ ଦିଆ ଯାଇନଥିଲା । ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହେବାପର୍ଯ୍ୟନ୍ତ ବିଜେପିର ଏକମାତ୍ର ସୁବାସିନୀ ଶର୍ମାକଂ ବ୍ୟତୀତ ଅନ୍ୟ କେହି ଜଣେ ବି ନାମାଂକନ ପତ୍ର ଦାଖଲ କରି ନ ଥିଲେ, ଫଳରେ ଶ୍ରୀମତି ଶର୍ମାକୁଂ ଅପ୍ରତିଦ୍ୱନ୍ଦୀଭାବେ ଅଧ୍ୟକ୍ଷା ଘୋଷଣା କରା ଯାଇଛି। ବିଜେପିର ଏଥିଯୋଗୁ ସାରା ଜିଲ୍ଲାରେ ମନୋବଳ ଦ୍ରୁଢ ହେବାସହ ସଂଗଠନକୁ ଦ୍ରୁଢ ନେତ୍ରୁତ୍ୱ ଦେଉଥିବା ବିଶ୍ୱରଂଜନ ମଲ୍ଲିକକଂ ଉପରେ ପଦ୍ମ ଦଳର ବିଶ୍ୱାସ ଓ ଭରଷା ବି ବ୍ରୁଦ୍ଧି ପାଇଛି ।ଶ୍ରୀମତି ଶର୍ମା ଏପରି ସମ୍ମାନ ହାସଲ କରିଥିବାରୁ ଦଳୀୟ ନେତା , କର୍ମୀକଂ ମହଲରୁ ବିପୁଳ ସମ୍ବର୍ଦ୍ଧନାର ସୁଅ ତାଂକ ନିକଟକୁ ଛୁଟିବାରେ ଲାଗିଛି।ଏମିତିକି ବିଜେଡିର ଗୋଟିଏ ଗୋଷ୍ଠୀ ତାଂକ ସହ ମିଶିଯିବାକୁ ଆଗ୍ରହ ପ୍ରକାଶ ବି କଲେଣି ।

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]