breaking News ଅଂଚଳ ଖବର ଅପରାଧ

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଠକ ଜ୍ୟୋତିଷ ଜେଲ ଗଲେ!

Spread the love

କଟକ/କଣ୍ଟାପଡ଼ା,୧୩/୪(ନି.ପ୍ର) ଜଣେ ଠକ ଜ୍ୟୋତିଷ ଜାତକ ଦେଖିବା ନାଁ ରେ ଜଣେ ଯୁବତୀଙ୍କୁ ଅସଦାଚରଣ କରି,ମହିଳା ମାନଙ୍କ ଦ୍ଵାରା ବନ୍ଧା ହୋଇ ମାଡ ଖାଇବା ପରେ ପୁଲିସ ଦ୍ଵାରା ଗିରଫ ହୋଇ ଜେଲ ଯାଇଥିବା ଭଳି ଏକ ଅଭାବନୀୟ କାଣ୍ଡ ଆଜି ସାରା ଅଞ୍ଚଳକୁ ଚର୍ଚ୍ଚାରେ ରଖିଛି।ମିଳିଥିବା ସୂଚନା ଅନୁଯାୟୀ କଟକ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସ ଅନ୍ତର୍ଗତ,ଓଲଟପୁର ଥାନା ସଳେଇ ବେଦପୁର ଗ୍ରାମରେ ଭିକାରୀ ନାୟକ(୫୫) ନାମକ ଜ୍ୟୋତିଷ,ଜାତକ ଦେଖାଇବାକୁ ଯାଇଥିବା ଜଣେ ଯୁବତୀ (୨୦)ଙ୍କୁ ବେଳ ଖରାପ ଥିବା କହି ଏକ ନିର୍ଜନ ଘରକୁ ଡାକି ନେଇଥିଲେ।ସେଠାରେ ସେ ଯୁବତୀ ଜଣଙ୍କ ପ୍ରତି ପାଶବିକ ଅତ୍ୟାଚାର କରୁଥିବା ବେଳେ ଯୁବତୀଙ୍କ ଚିତ୍କାର ଶୁଣି ଲୋକଙ୍କ ଗହଳି ଲାଗି ଯାଇଥିଲା।ଜ୍ୟୋତିଷ ଜଣଙ୍କ ଖସି ପଳାଇବାକୁ ଉଦ୍ୟମ କରୁଥିବାରୁ ମହିଳା ମାନେ ଦଉଡ଼ିରେ ବାନ୍ଧି ଅଟକାଇ ଥିଲେ,ଓ ଅସଦାଚରଣ କଥା ପଚାରି ଥିଲେ।ଭିକାରୀ କହିଥିଲେ ଯେ ଯୁବତୀଙ୍କ ଶରୀରରେ ବହୁ ଅଂଶ ଖରାପ ଥିବାରୁ ସେ ତାକୁ ସଜାଡୁ ଥିଲେ। ଏହାଶୁଣି ଲୋକଙ୍କ ଭିତରେ ପ୍ରବଳ ହାସ୍ୟ ରୋଳ ସୃଷ୍ଟି ହୋଇଥିଲା।ତେବେ ଘଟଣା ସମ୍ପର୍କରେ ସେ ସତ ମାନି ଯିବା ପରେ ତାଙ୍କୁ ଓଲଟପୁର ପୁଲିସ ଜିମା ଦିଆ ଯାଇଥିଲା।ପଚରା ଉଚରା ପରେ ଓଲଟପୁର ଥାନା ନିରୀକ୍ଷକ ଚିନ୍ମୟୀ ସାହୁ ଥାନା କେସ ନମ୍ବର ୪୧/୨୧ ଭାରତୀୟ ପିଙ୍ଗଳ କୋଡ଼ ଦଫା ୨୯୪, ୫୦୬,୩୨୩,୩୪୧,୩୫୪,୩୫୪A ରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଚୌଦ୍ୱାର ଜେଲ୍ ପଠାଇ ଦିଅ ଯାଇଛି।

https://youtu.be/U9heKxlwZVs
‘ଶରୀରର ବିଭିନ୍ନ ଜିନିଷ ଖରାପ ଥିଲା, ସଜାଡୁ ଥିଲି ‘ – ଗିରଫ ଜ୍ୟୋତିଷ ଭିକାରୀ ନାୟକ ‘

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]