ଅଂଚଳ ଖବର ଜିଲ୍ଲାଖବର ଦୁର୍ନିତି

ଯୋଗାଣ ବିଭାଗର କମାଲ:ବହୁ ପ୍ରେତାତ୍ମା ନେଉଛନ୍ତି ରାସନ ?

Spread the love

ସରକାରୀ ପୋର୍ଟାଲରୁ ମିଳୁଛି ସାଂଘାତିକ ତଥ୍ୟ ! ଯୋଗାଣ ବିଭାଗ – ଡିଲର ମଧୁ ଚନ୍ଦ୍ରିକା ।

କଟକ / କଣ୍ଟାପଡା ( ସ୍ୱତନ୍ତ୍ର ପ୍ରତିନିଧି ) – କଟକ ଜିଲ୍ଲା ଓ କଣ୍ଟାପଡା ବ୍ଲକ କେବଳ ନାମର ଆରମ୍ଭ ରୁ ସାମଂଜସ୍ୟ ନୁହେଁ, କାମରେ ବି ଯେମିତି ସମଝୋତା ରହିଛି । ଏଠାରେ ହେଉଥିବା ଜାଲି ଆତି, ଠକେଇ ,ଅପରାଧିକ ରେକର୍ଡ ପାଇଁ ଅନ୍ୟ ଯେ କୌଣସି ଅଂଚଳ ଏମାନକଂ ପଛରେ ପଡିଯିବ । ବେଳେ ବେଳେ ଏମାନକଂ ଠାରୁ ଠକିଯାଇଥିବା ପିଡୀତ ଜଣକଂ ଭାବେ କି ଏମାନକୁଂ ଗୁରୁକରିବା ଦରକାର। ଏଠାକୁ ଆସୁଥିବା ଓ ପାପର ସଂଜ୍ଞା ଜାଣି ନ ଥିବା ନିରୀହ ନିରପରାଧ ସରକାରୀକର୍ମଚାରୀ ଟିଏ ଅଳ୍ପଦିନରେ ଲୁହ ଲହୁ ଶୋଷୁଥିବା ରାକ୍ଷସ ପାଲଟି ଯାଇଥାଏ । ଦ୍ୱୀପ ତଳ ଅନ୍ଧାର ଭଳି ସରକାରୀ କର୍ମଚାରୀଟି ଅପରାଧ କାହିଁ କୋଉଠି କହି ଖୋଜିବା ବାହାନାରେ ପ୍ରମାଣ ଓ ଲିଖିତ ଅଭିଯୋଗ ମାଗି ଚାଲିଥାଏ । ଶହ ଶହ ଲୋକ ଜୀବନର ପରପାରିକୁ ଚାଲିଗଲା ପରେ ବି ଶ୍ମଶାନରୁ ଆସି ଡିଲର ଖାତା ଓ ସ୍ୱାଇପ ମେସିନରେ ଟିପଚିହ୍ନ ମଡାଣ ଦେଇ ଚାଉଳ ଗହମ ଆଦି ନେଇଯା’ନ୍ତି । ସେମାନକଂ ଦଶାହ କାର୍ଯ୍ୟ ଭୋଜିଭାତରେ ଗାଁ ର ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ନିଯୁକ୍ତ ଡିଲର ବି ଅଂଶଗ୍ରହଣ କରିଥାଏ, କେବଳ ସେତିକି ନୁହେଁ ମ୍ରୁତ୍ୟୁ ସଂପର୍କିତ ସରକାରୀପ୍ରମାଣ ବି ସ୍ଥାନୀୟ ଅଂଗନ ୱାଡି କେନ୍ଦ୍ର ଜରିଆରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜନ୍ମ ମ୍ରୁ୍ତ୍ୟୁ ପଂଜୀକରଣ ଅଧିକାରୀକଂ ଦପ୍ତର ରେ ଏକ ରେଜିଷ୍ଟର ରେ ଲିପିବଦ୍ଧ ହୋଇଥାଏ , ଏହା ସତ୍ତ୍ୱେ ପ୍ରେତାତ୍ମା କେମିତି କେତେବେଳେ ଆସି ଡିଲର ପାଖରୁ ରାସନ ନିଏ ପୁଣି କୁଆଡେ ଚାଲିଯାଏ ଡିଲର ଛଡା କେହି ଦେଖନ୍ତିନି କି ଜାଣନ୍ତିନି । ଏମିତି ଏକ ଅଂଚଳ ହେ ଉଛି କଣ୍ଟାପଡା ବ୍ଲକ।ଗୋଟିଏ ନୁହେଁ କି ଦୁଇଟି ନୁହେଁ ସଂଖ୍ୟାଧିକକଂ ଘଟଣା ଠିକ୍ ଏହିଭଳି।ପୁଲିସ ଚୋରା ଗାଡିକୁ ବର୍ଷ ବର୍ଷ ଧରି ଖୋଜୁ ଥାଏ , ଚୋରା ଗାଡି କିନ୍ତୁ ସୁରକ୍ଷିତ ଅବସ୍ଥା ରେ ଚୋର ଘର ଦୁଆର ମୁହଁରେ ପଲିଥିନ ତଳେ ବର୍ଷ ବର୍ଷ ଧରି ଥୁଆ ଯାଇଥାଏଚାରିଚକ ସମସ୍ତକୁଂ ଦେଖାଯାଉଥାଏ କେବଳ ପୁ ଲିସ କୁ ଛାଡି ।ଏପରି ଗୋଟିଏନମୁନା ଯଥେଷ୍ଟ ହେବ ।ଗାଡି ନମ୍ବର OR 02 L 802 ,ଓଲଟପୁର ଥାନା ଅଡଶପୁର ଜୟଦେବକଂ ସାଧନା ପୀଠ ନିକଟରେ ଜଣେ ବ୍ୟକ୍ତିକଂ ଘର ସମ୍ମୁଖରେ ପାଲଘୋଡା ଅବସ୍ଥାରେ ରଖାଯାଇଛି । କୌତୁହଳ ର ବିଷୟ ଯେ ଭୂବନେଶ୍ୱର ପରିବହନ ଅଧିକାରୀକଂ କାର୍ଯ୍ୟାଳୟରେ ଏହି ଗାଡିର ପଂଜିକରଣ ସଂପର୍କୀତ ତ ଥ୍ୟ କିଛି ନାହିଁ ।ଫଳରେ ରାତିଆ ଅପରାଧୀକ କାର୍ଯ୍ୟରେ ନିୟୋଜିତ ଏହି ଗାଡିଟିକୁ ଅଧିକାରୀମାନେ ନ ଧରି ଛାଡିଦେଉଛନ୍ତି ବୋଲି ଅଭିଯୋଗ ହେଉଛି । ଅସହାୟ କଂ ଭତ୍ତା ଆବେଦନ ଫର୍ମ ଦାଖଲ ହେଲାପରେ ଚିରି ଫୋପାଡି ଦିଆ ଯାଉଥିବାର ଅଭିଯୋଗ, ଜଣକଂ ଘର ପାଇଖାନାକୁ ଫଟୋଉଠାଇ ଅନ୍ୟ ମୌଜାର ହିତାଧିକାରୀ ଟଂକା ନିଅନ୍ତି । ଦେବେନ୍ଦ୍ର ମିଶ୍ର, କି ଗନ୍ଧର୍ବ ସେନାପତି ଏକା ନୁହନ୍ତି ଏମିତି ଅନେକ ଅଛନ୍ତି କେବଳ ମ୍ରୁତ୍ୟୁପରେ ରାସନ ନୁହେଁ ଗୋଟି ଏ ଜିଲ୍ଲାରେ ଘର,ଭୋଟର ତାଲିକା ଥାଇ ଅନ୍ୟ ଜିଲ୍ଲାରେ ମାଗଣା ଘର ନେଇଛନ୍ତି। ଗୋଟିଏ ଛାତ ତଳେ ଏକାଠି ରହୁଥିବା ପତି ପତ୍ନୀ ଦୁଇ ଦୁଇଟି ମାଗଣା ଘର ନେଇଛନ୍ତି ।ଧରାପଡିବା ପରେ ପଂଚାୟତ ନିର୍ବାହୀ ଅଧିକାରୀ ତମାଳିଲତା ମିଶ୍ର ଏହାକୁ ଆଦାୟ କରିବାକୁ ପଦକ୍ଷେପ ନେବା ବଦଳରେ ଲୋକଟି ଅତି ଗରୀବ ଶୁଝିପାରିବ ନାହିଁବୋଲି କହିଥିଲେ । ସେହିଭଳି ମ୍ରୁତା ସମ୍ବିତା ଦାସ ମ୍ରତ୍ୟୁର ୪ବର୍ଷପରେ ରାସନ ପାଉଥିବା ଘଟଣାରେ ଆମ ପ୍ରତିନିଧିକଂ ପ୍ରଶ୍ନ ରେ ବ୍ଲକ ଯୋଗାଣ ଅଧିକାରୀ କହିଥିଲେ ଯେ ସମ୍ବିତାକଂ ନାମରେ ଉଠାଣ ଚାଉଳ ପରିବାରର ଅନ୍ୟଜଣେ ସଦସ୍ୟ କଂର ।ତେବେ ସେ ଜଣକଂ କିଏ ?ଆମ ତଦନ୍ତ ରିପୋର୍ଟ ଅନୁଯାୟୀ ସମ୍ବିତାକଂ ପରିବାରର ଜଣେ ବରିଷ୍ଠ ମହିଳା ଆଗରୁ ରାସନ ପାଇ ଆସୁଥିଲେ ଆଧାର ଲିଂକ ବେଳେ ତାଂକ ଅଂଗୁଳିଛାପ ମେସିନ ନେଲାନାହିଁ।ତେଣୁ ପ୍ରାୟ ୨ମାସ ହେଲା ଆଧାର ଲିଂକ ନ ଥିବା ଦର୍ଶାଇ ତାଂକ ରାସନ ବନ୍ଦ କରା ଯାଇଛି । ଏହା ହେଲା ୨ମାସର ଘଟଣା ।ତେବେ ଯଦି ଆଡଜଷ୍ଟ କରାଯାଏ ସମ୍ବିତାକଂ ନାଁ ଉଠାଣ ଚାଉଳରୁ ଏହି ଅତୀତ ଦୁଇମାସର ହେବ ,ଅବଶିଷ୍ଟ ୩ ବର୍ଷ ରୁ ଉର୍ଦ୍ଧ୍ୱ ମ୍ରୁତା ସମ୍ବିତାକଂ ରାସନ ସରକାରୀ ତହବିଲକୁ ଫେରିବା କଥା। ମାତ୍ର ଆମ ପ୍ରତିନିଧି ବ୍ଲକ ଯୋଗାଣ ଅଧିକାରୀକୁଂ ଏ ସଂପର୍କରେ ପଚାରିବାରୁ ସେ କଣ ଉତ୍ତର ଦେଇଛନ୍ତି ତାହାର ଭିଡିଓ ରେକର୍ଡଟି ଦେଖନ୍ତୁ । ଏଥିସହିତ ମ୍ରୁତ ବ୍ୟକ୍ତିକଂ ରାସନ ସରକାରୀପୋର୍ଟାଲରୁ ପାଠକକଂ ଅବଗତି ନିମନ୍ତେ ପେଶ କରାଗଲା ।ଯୋଗାଣ ବିଭାଗ ଅଧିକାରୀକଂ ତଥ୍ୟ ଠିକ କିମ୍ବା ଆମ ଗଣମାଧ୍ୟମ ରିପୋର୍ଟ୍ ଠିକ ତାହା ସ୍ପଷ୍ଟ ହେବା ଉଚିତ ।ସଂପ୍ରୁକ୍ତ ଡିଲରକୁଂ କାହିଁକି ଯୋଗାଣ ବିଭାଗ ଘଣ୍ଟଘୋଡାଉଛି ତାହା ସମସ୍ତେ ଜାଣିବା ନିହାତି ଦରକାର ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]